Advertisment

ଆସନ୍ତାକାଲି ଠାରୁ କମିବ ବର୍ଷା, ବଢ଼ିବ ତାତି

ଅନ୍ୟପଟେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ, ବର୍ଷା କମିବା ସହ ଉତ୍ତାପ ବଢିବ ।

ଅଦ୍ୟତନ ହୋଇଛି
Heat Wave Alert For Odisha

Weather in Odisha

Advertisment

ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶା ର ଅନେକ ଜିଲ୍ଲାରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାତିରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝରମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ମାଲକାନଗିରିନବରଙ୍ଗପୁର ର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି ଘଡ଼ ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

Advertisment

ଅନ୍ୟପଟେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ, ବର୍ଷା କମିବା ସହ ଉତ୍ତାପ ବଢିବ । ଗତ ୨୪ ଘଣ୍ଟା ଭିତରେ କନ୍ଧମାଳ ର ଦାରିଙ୍ଗିବାଡ଼ିରେ ସର୍ବାଧିକ ୬୨.୭ ମିଲିମିଟର ବର୍ଷା ହୋଇଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ରେ ୧୧ ମିମି ବର୍ଷା ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରର ପ୍ରାୟ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିଛି । ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ପରିସରରେ ପାଣି ଜମିଥିବାର ଦେଖିବାକୁ ମିଳିଛି । ଏମିତିକି ଗାଡ଼ି ସବୁ ପାଣିରେ ବୁଡ଼ି ରହିଥିବାର ଚିତ୍ର ସାମ୍ନାକୁ ଆସିଛି । 

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ