/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689733547.jpg)
Heavy Rainfall Alert
ବଡ଼ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ସ୍ଥିତିକୁ ଦେଖି, ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁ ଅକସ୍ମାତ ବନ୍ୟା ସ୍ଥିତି ସହ ୫ ଜିଲ୍ଲାରେ ଭୂସ୍ଖଳନର ସମ୍ଭାବନା ଥିବା ଟ୍ୱିଟ୍ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।
ମାଲକାନଗିରି , କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା
କିଛି ଜିଲ୍ଲାର ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ହେତୁ ଅକସ୍ମାତ ବନ୍ୟା ପରିସ୍ଥିତି ଉପୁଜିପାରେ
ତଳୁଆ ଅଞ୍ଚଳରେ ପାଣିଜମିବା ସହ ସହର ଅଞ୍ଚଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା
— Meteorological Centre, Bhubaneswar (@mcbbsr) July 18, 2023
ଏହାବ୍ୟତୀତ କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତିର ଆଶଙ୍କା ମଧ୍ୟ ରହିଛି । ସେହିପରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି
୪୦ ରୁ ୫୦କିମି ବେଗରେ ଝଡ଼ପବନ ସମ୍ଭାବନା ହେତୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଅନ୍ୟପଟେ ଆଜି ମାନକାନାଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଏହି ଜିଲ୍ଲାଗୁଡିକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ନୂଆପଡା, ବଲାଙ୍ଗିର, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଚାରିଆଡ଼େ ବର୍ଷାର ତାଣ୍ଡବ । କେଉଁଠି ପାହାଡ଼ ଉପରୁ ପଥର ସହ ମାଟି ଧସିଛି ତ ଆଉ କେଉଁଠି କଲଭର୍ଟ ଏବଂ ଅସ୍ଥାୟୀ ପୋଲ ଧୋଇଯାଇ ଯାତାୟାତ ପ୍ରଭାବିତ ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ କେରାଣ୍ଡି ପଞ୍ଚାୟତ ଡାଳିମ୍ବପୁର ନିକଟରେ ଧୋଇଯାଇଛି ଅସ୍ଥାୟୀ ପୋଲ। ଫଳରେ ୩ଟି ଗାଁର ପ୍ରାୟ ୩ ହଜାର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି ।
ସେପଟେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ MV-37 ତଥା ତାର୍ଲକୋଟା ଗାଁରେ ଏକ କଲଭର୍ଟ ବୁଡ଼ିଯାଇଛି । ଫଳରେ ମାଲକାନଗିରି ଏବଂ ବାଲିମେଳା ମଧ୍ୟରେ ବିଚ୍ଛିନ୍ନ ହୋଇଯାଇଛି ଯାତାୟାତ । ସେହି ସମ୍ବଲପୁର ଦେଇ ଯାଇଥିବା ୫୩ ନମ୍ବର ଏନଏଚ୍ ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରୁ ପଥର ସହ ମାଟି ଅତଡ଼ା ଧସିଛି । ଫଳରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଚଳାଚଳକୁ ବନ୍ଦ କରିଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)