Heat Wave
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ କାରଣରୁ ବାୟୁମଣ୍ଡଳ ଉତ୍ତପ୍ତ ରହିଛି । ତେଣୁ ଆଗାମୀ ଦୁଇ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହିଟ୍ ୱେଭ୍ ଆଲର୍ଟ ବି ଜାରି ହୋଇଛି । ତେବେ ୧୬ ତାରିଖ ପରେ ସାମୁଦ୍ରିକ ଜଳୀୟବାଷ୍ପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି ।
ସର୍ବାଧିକ ତାପମାତ୍ରାରେ କାଲି ବିରଳ ରେକର୍ଡ କରିଛି ଝାରସୁଗୁଡ଼ା । ଦେଶ ସହ ଏସିଆର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡା । କାଲି ଝାରସୁଗୁଡ଼ାର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଥିଲା । ଏଥିସହ ରାଜ୍ୟର ୧୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା ।
ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ
ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ୱର ରେ ତାପମାତ୍ରା ୩୩ ଡ଼ିଗ୍ରୀ ଛୁଇଁଛି । ୩୦ଡିଗ୍ରୀ ଉପରେ ୬ଟି ସହରର ତାପମାତ୍ରା ରହିଛି । ପୁରୀ ରେ ୩୨.୨ ଡ଼ିଗ୍ରୀ, ଭୁବନେଶ୍ୱର ରେ ୩୧.୬ ଡ଼ିଗ୍ରୀ, ଝାରସୁଗୁଡାରେ ୩୧ ଡ଼ିଗ୍ରୀ, ଚାନ୍ଦବାଲିରେ ୩୦.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୦.୪ ଡ଼ିଗ୍ରୀ ରେକର୍ଡ ହୋଇଛି ।
ସେପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ୧୧ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । ଆସନ୍ତାକାଲି ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ୱରକୁ ହିଟ୍ ୱେଭ ୱାର୍ଣ୍ଣିଂ ଦିଆଯାଇଛି ।
ମୁଣ୍ତଫଟା ଖରାକୁ ଦେଖି କାହା ମୁଣ୍ଡରେ ଓଦା କପଡା ତ କାହା ମୁଣ୍ଡରେ ଛତା । କଳା ଚଷମା ଓ ରୁମାଲଟିଏ ନବାନ୍ଧିଲେ ଖରାରେ ମୁହଁ କାଢିବା ମୁସ୍କିଲ । ଡହ ଡହ ଖରାରେ କାନ ମୁଣ୍ଡ ଝାଇଁ ମାରିଯାଉଛି । ଝାରସୁଗୁଡାରେ ଦିନ ୧୧ଟା ନହେଉଣୁ କଲବଲ କରିଛି ତାତି । ଆଉ ୨ଟା ବେଳକୁ ପାରଦ ୪୨ ଡିଗ୍ରୀ ପାର୍ । ଝାରସୁଗୁଡା ଭଳି ସମ୍ବଲପୁରରେ ବି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଅସହ୍ୟ ଗରମରେ ଛଟପଟ ଲୋକେ ଘରୁ ପାଦ କାଢିବାକୁ ଡରିଲେଣି । ତତଲାଗଡ ଟିଟିଲାଗଡ ରେ ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ । ଗୁଳୁଗୁଳି ସାଙ୍ଗକୁ ଝାଞ୍ଜିପବନ ବସେଇ ଉଠେଇ ଦେଉନି । ବାରିପଦାରେ ବି ମୁଣ୍ଡଫଟା ଖରା । ହଠାତ୍ ତାପମାତ୍ରାରେ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1681371938.jpg)