/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736562237.jpg)
ଟ୍ୱିନ୍ ସିଟିରେ ଘନ କୁହୁଡ଼ି
ଟୁଇନ୍ ସିଟିରେ ଘନ କୁହୁଡ଼ି । ଦେଖାଯାଉନି ରାସ୍ତାଘାଟ । ପ୍ରବଳ ଶୀତ ସହ ଘନ କୁହୁଡ଼ି ଜୀବନକୁ କରୁଛି ଅସ୍ତବ୍ୟସ୍ତ । ସକାଳୁ ସକାଳୁ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ି ଦେଖାଦେଇଛି । ଭୁବନେଶ୍ବର ଓ କଟକରେ ଦୃଶ୍ୟମାନ ଦୂରତା ପ୍ରାୟ ୧୦ ମିଟର ରହିଛି । ଏଣୁ ଯାତାୟାତରେ ଅନେକ ସମସ୍ୟା ଦେଖାଦେଉଛି ।
Advertisment
ଅଧିକ ପଢ଼ନ୍ତୁ: ବରଫ ବିପର୍ଯ୍ୟୟ...ବିପଦରେ ୬୩ ମିଲିୟନ ଲୋକ, ଦୁଇ ରାଜ୍ୟରେ ଜରୁରୀକାଳୀନ ସ୍ଥିତି
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଉ ଦିନେ ପରେ ରାଜ୍ୟରେ ବଢିପାରେ ତାପମାତ୍ରା । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବା ଫଳରେ ଶୀତ କମିବ । ତେବେ ବିଭିନ୍ନ ସ୍ଥାନରେ କୁହୁଡ଼ି ଜାରି ରହିବ । ଆଜି ପାଇଁ ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ କୁହୁଡ଼ି ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।
Advertisment
ଅଧିକ ପଢ଼ନ୍ତୁ: ଘନ କୁହୁଡ଼ିରେ ଦିଶୁନି ମୁହଁକୁ ମୁହଁ, ଲୁଚିଗଲା ପୁରୀ ଶ୍ରୀମନ୍ଦିର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)