Advertisment

Sarathi Baba: ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା

ମାନ୍ୟବର... ମୁଁ ଆସିଗଲି... ଓଃ କି ଖୁସି... ଦୀର୍ଘ ୧୦ ବର୍ଷ ପରେ ଏଥର ବାଜି ପଲଟିଛି... ଦୁଧକା ଦୁଧ୍‌, ପାନିକା ପାନି... ଇଏ ଦେଖୁନ, ମୁଁ ପୁଣି କେନ୍ଦ୍ରାପଡ଼ା ଯାଉଛି... ରାସ୍ତାଘାଟ ସବୁ ବଦଳି ଯାଇଛି । ହଁ ବଦଳନ୍ତାନି କେମିତି ଗୋଟେ ଦଶନ୍ଧି ହେଲାଣି । ସେ ଦିନ ଜେଲକୁ ଯିବାବେଳେ କି ଲୋକ ଲୋ ବୋପା, କି ବାଡ଼ିଆ ପିଟା, କି ପଥର ଫିଙ୍ଗା... ଓଃ ସେ କଥା ମନେପଡ଼ିଲେ ଆଜି ବି ଏ ଦେହଟା ଶୀତେଇ ଯାଉଛି ।

author-image
Deviprasad Jena

ନ୍ୟବର... ମୁଁ ଆସିଗଲି... ଓଃ କି ଖୁସି। ଦୀର୍ଘ ୧୦ ବର୍ଷ ପରେ ଏଥର ବାଜି ପଲଟିଛି। ଦୁଧକା ଦୁଧ୍‌, ପାନିକା ପାନି... ଇଏ ଦେଖୁନ, ମୁଁ ପୁଣି କେନ୍ଦ୍ରାପଡ଼ା ଯାଉଛି। ରାସ୍ତାଘାଟ ସବୁ ବଦଳି ଯାଇଛି । ହଁ ବଦଳନ୍ତାନି କେମିତି ଗୋଟେ ଦଶନ୍ଧି ହେଲାଣି । ସେ ଦିନ ଜେଲକୁ ଯିବାବେଳେ କି ଲୋକ ଲୋ ବୋପା, କି ବାଡ଼ିଆ ପିଟା, କି ପଥର ଫିଙ୍ଗା। ଓଃ ସେ କଥା ମନେପଡ଼ିଲେ ଆଜି ବି ଏ ଦେହଟା ଶୀତେଇ ଯାଉଛି । କଥାରେ ଅଛି ପରା ଆଜି ତୋ ଦିନ, କାଲି ମୋର ବି ଦିନ ଆସିବ, ଏଇ ଦେଖ ଆଜି ମୋ ଦିନ ବି ଆସିଛି । ମୁଁ ମୋ ବାରିମୂଳକୁ ଯାଉଛି । କଟକଣା ହଟୁଛି, ଧୀରେ ଧୀରେ ହଟିବ । ପୂର୍ବପରି ପୁଣି ଆଶ୍ରମରେ ଗୋପୀମାନଙ୍କ ଗହଳି ଲାଗିବ । ମୁଁ ସାଜିବି ଆଣ୍ଠୁଆ ଗୋପାଳ । ଚାଲିବ ପୁଣି ମୋ ପଲଙ୍କ ସେବା । ଓଃ ସେ କଥା ମନେପଡ଼ିଲେ ଖାଲି କୁତୁ କୁତୁ ଲାଗୁଛି ତ ଆଉ । ହେ ଏ ନିଦଟା ଭାଙ୍ଗିଗଲା ।

Advertisment

ଏ କାଳ୍ପନିକ କାହାଣୀ ହୁଏତ ଆଉ କିଛି ଦିନ ପରେ ବାସ୍ତବ ରୂପ ନେଇ ପାରେ । କାରଣ କେନ୍ଦ୍ରାପଡ଼ାକୁ ଆଉ କିଛି ଦିନ ପରେ ଫେରିପାରନ୍ତି ସନ୍ତୋଷ ରାଉଳ ଓରଫ୍ ସାରଥି ବାବା । ତଥାକଥିତ ବାବା ସାରଥୀଙ୍କୁ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଏହି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ । ୨ ମାସରେ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯାଇପାରିବେ । 

Odisha Kendrapara Sarathi Baba
Advertisment
Advertisment