Advertisment

Odisha Weather Forecast: ଡରାଇଲାଣି ଲଘୁଚାପ!! ନେଇପାରେ ବାତ୍ୟାର ରୂପ ..

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Another Low Pressure Likely to Form Over BoB on November 23

Weather Update

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ପୂର୍ବରୁ ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାକ୍ରମେ ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପର ରୂପ ନେବ । ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେବ ।

Advertisment

ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ତାହା ଏଯାଏଁ ସ୍ପଷ୍ଟ ହୋଇନି । ଏପଟେ ଆଗାମୀ ୫ ଦିନ ରାଜ୍ୟରେ ଶୀତ ବଢିବା ସମ୍ଭାବନା ନଥିବା ବେଳେ କୁହୁଡି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, କନ୍ଧମାଳକଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବା ନେଇ ଆଲର୍ଟ କରାଯାଇଛି ।

ଏପଟେ ବର୍ଷ ପରେ ବର୍ଷ ଉତ୍ତପ୍ତ ହେଉଛି ପୃଥିବୀ, ଭାଙ୍ଗୁଛି ଗୋଟିକ ପରେ ଗୋଟିଏ ରେକର୍ଡ । ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ୱ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ୱ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି । ମାନବଜାତି ନିଜେ ପୃଥିବୀରେ ନିଆଁ ଲଗାଉଛି ଏବଂ ନିଜେ ହିଁ ତାର ଫଳ ଭୋଗୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ ।

Advertisment

ଅଧିକ ପଢନ୍ତୁ: ଶୀତ ପାଇଁ ପ୍ରସିଦ୍ଧ ଦିଲ୍ଲୀରୁ ଥଣ୍ଡା ଗାଏବ୍, ୭୩ ବର୍ଷ ପରେ ଆସିଲା ଉଷ୍ଣ ଅକ୍ଟୋବର

ସୂଚନା ଅନୁସାରେ, ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ ହୋଇଥିବା ବିଶ୍ୱର ହାରାହାରି ତାପମାତ୍ରାକୁ ଦେଖି ଆକଳନ କରାଯାଉଛି ଯେ, ୨୦୨୪ ମସିହା ତାତିରେ ସର୍ବକାଳୀନ ରେକର୍ଡ ଭାଙ୍ଗିବାକୁ ଯାଉଛି । କେବଳ ଏତିକି ନୁହେଁ, ପ୍ରି-ଇଣ୍ଡଷ୍ଟ୍ରିଆଲ୍ ବା ପ୍ରାକ୍-ଔଦ୍ୟୋଗିକ ବିଶ୍ୱ ତାପମାତ୍ରା ସ୍ତର ଠାରୁ ପ୍ରଥମ ଥର ପାଇଁ ଦେଢ଼ ଡିଗ୍ରୀ ଉତ୍ତାପ ବୃଦ୍ଧି ପାଇଛି ।

ଚଳିତ ଶତାବ୍ଦୀରେ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଦେଢ଼ ଡିଗ୍ରୀ ଭିତରେ ସୀମିତ ରଖିବା ପାଇଁ ପ୍ୟାରିସ ରାଜିନାମାରେ ନିଷ୍ପତ୍ତି ନିଆଯାଇଥିଲା । ୨୦୨୩ରେ ଏହା ୧.୪୫ ଡିଗ୍ରୀ ବୃଦ୍ଧି ପାଇଥିଲା । ତେବେ ଚଳିତବର୍ଷ ଏହା ପ୍ରଥମ ଥର ପାଇଁ ୧.୫ ଡିଗ୍ରୀ ବଢ଼ିଥିବାରୁ ଏହାକୁ ନେଇ ବିଶ୍ବସ୍ତରରେ ଚିନ୍ତା ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ: ଇତିହାସରେ ପ୍ରଥମ !! ମରୁଭୂମିରେ ତୁଷାରପାତ

Odisha Bay Of Bengal Low Pressure Heavy Rain
Advertisment
Advertisment