• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଆସନ୍ତା ୨ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜି ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ଏହାର ପ୍ରଭାବରେ ଆଜିଠୁ ଆସନ୍ତା ୧୫ ତାରିଖ ଯାଏଁ ଏକାଧିକ ଜିଲ୍ଲାରେ ବର୍ଷା ହୋଇପାରେ । ଆସନ୍ତାକାଲି ଯାଏଁ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଳା କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଗତକାଲି କୋରାପୁଟରେ ପ୍ରବଳ ବର୍ଷା ହୋଇଛି । କୋରାପୁଟ ଜିଲ୍ଲାରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଘୁଚାପ ପ୍ରଭାବରେ ଜିଲ୍ଲାରେ ଦିନତମାମ ବର୍ଷା ଲାଗି ରହିଥିବା ବେଳେ କୋରାପୁଟ ସହରରେ ଛେଚିଛି ବର୍ଷା । ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଡ୍ରେନ ଉପରେ ପାଣି ଚାଲୁଥିଲା ।

ରାସ୍ତାଘାଟ ଜଳମୟ ହୋଇଯାଇଥିବା ବେଳେ ପଥଚାରୀ ଏବଂ ଉଠାଦୋକାନୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଘରକୁ ଫେରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ବର୍ଷା ଯୋଗୁଁ ରାସ୍ତା ଘାଟ ଶୂନଶାନ ହୋଇଯାଇଥିଲା।

  • Reported by:
  • ARACHANA SATPATHY