Advertisment

Grok AI: ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି ଏଲନ ମସ୍କଙ୍କ ଗ୍ରୋକ AI, ୱର୍କିଂ ମଡେଲରେ ଲୁଚିଛି ରହସ୍ୟ ?

ଗ୍ରୋକ୍ AIକୁ ଇଣ୍ଟିଲିଜେନ୍ସ ସହିତ ପ୍ରଶ୍ନର ଉତ୍ତର ଦେବାପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଆକ୍ରମଣାତ୍ମକ ଆଚରଣ ମଧ୍ୟ ସାମିଲ ରହିଛି । ତେଣୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି, ଆପଣ ଥଟ୍ଟାମଜା ଇତ୍ୟାଦିକୁ ପସନ୍ଦ କରୁନଥିଲେ, ଏହାକୁ ବ୍ୟବହାର କରନ୍ତୁ ନାହିଁ ।

ଅଦ୍ୟତନ ହୋଇଛି
AI

AI

Advertisment

ପ୍ରଥମେ DeepSeek, ତା’ପରେ Manus, ଆଉ ଏବେ Grok AI । ଟେସଲା ମାଲିକ ଏଲନ ମସ୍କଙ୍କ କମ୍ପାନୀ xAI ଦ୍ୱାରା ବିକଶିତ Grok AIକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଦୁଇ ଜଣ ମଣିଷଙ୍କ ମଧ୍ୟରେ ଗାଳିଗୁଲଜ, ଝଗଡ଼ାଝାଟି ଦେଖିଥିବେ । କିନ୍ତୁ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ମଣିଷ ପରି ୟୁଜରଙ୍କୁ ଗାଳିଗୁଲଜ କରୁଥିବା କଥା ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଅପଶବ୍ଦ କହୁଥିବାରୁ AI ଜଗତରେ ହଇଚଇ ସୃଷ୍ଟି କରିଛି Grok AI।

Advertisment

ମିଡିଆ ରିପୋର୍ଟ ଅନୁଯାୟୀ, ଜଣେ ଏକ୍ସ ୟୁଜର Grok AIକୁ କିଛି ପ୍ରଶ୍ନ କରିଥିଲେ, ହେଲେ ଦୁର୍ଭାଗ୍ୟଜନକ କଥା ଉତ୍ତର ଦେବା ସମୟରେ ଗ୍ରୋକ ହିନ୍ଦୀରେ ଅପମାନଜନକ ଭାଷା ବ୍ୟବହାର କରିବା ସହ ଅଶ୍ଚୀଳ ଭାଷାରେ ଗାଳିଗୁଲଜ କରିଛି । କେବଳ ଜଣେ ୟୁଜରଙ୍କୁ ନୁହେଁ ଆଉ ଜଣେ ୟୁଜର ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅପଶବ୍ଦ କହିବା ପରେ କ୍ଷମା ମାଗିବା ପରିବର୍ତ୍ତେ ମଜା କରୁଥିବା କହିଛି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ।

ଏବେ ପ୍ରଶ୍ନ ଉଠୁଛି ଯେ, ଭାରତ ସମେତ ବିଶ୍ୱ ବଜାରରେ ଅନେକ AI ପ୍ଲେୟାର ଅଛନ୍ତି । ଏଥିରେ ChatGPT, Gemini, DeepSeek R1 ଇତ୍ୟାଦି ନାମ ମଧ୍ୟ ଅନ୍ତର୍ଭୁକ୍ତ । ଏହା ସତ୍ତ୍ୱେ କେବଳ ଗ୍ରୋକ କାହିଁକି ଏପରି ଶବ୍ଦ ବ୍ୟବହାର କରୁଛି ? ବାସ୍ତବ କଥା ହେଲା ChatGPT, Gemini, DeepSeek R1, OpenAI ର ChatGPT ଅଶ୍ଳୀଳ ଶବ୍ଦ ପାଇଁ ଫିଲ୍ଟର ବ୍ୟବହାର କରିଥିବାବେଳେ ଗ୍ରୋକ ଏଆଇକୁ ଅଧିକ ଉନ୍ନତ କରିବା ପାଇଁ ଏହିପରି ଫିଲ୍ଟରରୁ ଦୂରେଇ ରଖାଯାଇଛି ।

Advertisment

ଏକାଧିକ ଭାଷାକୁ ସର୍ପୋଟ କରିବା ସହ ସେହି ଭାଷାରେ ଜବାବ ମଧ୍ୟ ଦିଏ ଗ୍ରୋକ ଏଆଇ । ଏହା ଆପଣଙ୍କ ଭାଷାଶୈଳୀକୁ ବୁଝିବା ସହ ସମାନ ଭାଷାରେ ପ୍ରତିକ୍ରିୟା ଦେଇପାରେ । ଏଥିରେ ଅଶ୍ଚୀଳ ଶବ୍ଦ ମଧ୍ୟ ସାମିଲ ହୋଇପାରେ । ଅର୍ଥାତ ଆପଣ ଯଦି ଗାଳିଗୁଲଜ କିମ୍ବା ଅଭଦ୍ର ଭାଷା କୁହନ୍ତି, ତେବେ ଗ୍ରୋକ ଏଆଇ ଆପଣଙ୍କୁ ସମାନ ଭାଷାରେ ଜବାବ ଦେବ । କଥାରେ ଅଛି ନା ଇଟାର ଜବାବ ପଥରରେ । ଗ୍ରୋକ AI ଏହି ନୀତି ଆପଣାଇଥିବା କୁହାଯାଉଛି ।

କ’ଣ ଏହି ଗ୍ରୋକ AI, କିପରି କାମ କରେ ?

ଦ୍ୱାରା ବିକଶିତ ହୋଇଛି ଗ୍ରୋକ AI, ଯାହା ଏକ ଉନ୍ନତ କଥାବାର୍ତ୍ତା AI ସହାୟକ ଚାଳିତ ମଡେଲରେ କାମ କରେ । ଏହି ମଡେଲ୍ ବଡ଼ ଭାଷା ମଡେଲ୍ (LLM) ସ୍ଥାପତ୍ୟରେ କାମ କରେ । ୨୦୨୩ ମସିହାରେ ଲଞ୍ଚ କରାଯାଇଥିଲା ଗ୍ରୋକ AI । ଚାଟଜିପିଟର ବିକଳ୍ପ ଭାବେ ଗ୍ରୋକକୁ ଉପସ୍ଥାପନ କରାଯାଇଥିଲା । ଡଗଲସ୍ ଆଡାମସର ଦି ହିଚହାଇକର୍ ଗାଇଡ୍ ଟୁ ଗାଲାକ୍ସି ଆଧାରରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିବା ପୂର୍ବରୁ ସ୍ପଷ୍ଟ କରିଛି ।

Advertisment

xAI ଏକ ବ୍ଲଗ୍ ପୋଷ୍ଟରେ ଗ୍ରୋକ୍ ଘୋଷଣା କରି କହିଲା, ଗ୍ରୋକ୍ ଏପରି ଏକ AI ଯାହା ଦି ହିଚିକର୍ ଗାଇଡ୍ ଟୁ ଗାଲାକ୍ସି ଉପରେ ଆଧାରିତ, ତେଣୁ ଏହାର ଉଦ୍ଦେଶ୍ୟ ପ୍ରାୟ ସମସ୍ତ ପ୍ରମ୍ପ୍ଟର ଉତ୍ତର ଦେବା ।

ଗ୍ରୋକ୍ AIକୁ ଇଣ୍ଟିଲିଜେନ୍ସ ସହିତ ପ୍ରଶ୍ନର ଉତ୍ତର ଦେବାପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଆକ୍ରମଣାତ୍ମକ ଆଚରଣ ମଧ୍ୟ ସାମିଲ ରହିଛି । ତେଣୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି, ଆପଣ ଥଟ୍ଟାମଜା ଇତ୍ୟାଦିକୁ ପସନ୍ଦ କରୁନଥିଲେ, ଏହାକୁ ବ୍ୟବହାର କରନ୍ତୁ ନାହିଁ ।

ଆସିବ ଲାଟେଷ୍ଟ ଗ୍ରୋକ ୩ ଭର୍ସନ

ଗ୍ରୋକ -୧ ପ୍ରାରମ୍ଭିକ ଭର୍ସନ ଥିଲା, ଯେଉଁଥିରେ ୩୧୪ ବିଲିୟନ ବିଶେଷଜ୍ଞଙ୍କ ପାରାମିଟରକୁ ସାମିଲ କରାଯାଇଥିଲା । ଫେବୃଆରୀ ୨୦୨୫ ରେ xAI ଗ୍ରୋକ୍ ୩ର ଘୋଷଣା କରିଥିଲା, ଯାହା ପୂର୍ବ ଭର୍ସନ ତୁଳନାରେ ୧୦ ଗୁଣ ଅଧିକ ତାଲିମ ପାଇଥିବା ଏକ ପ୍ଲାଟଫର୍ମ । ମଣିଷ ପରି ଭାଷାର ବ୍ୟବହାର କରି ରିଜନିଂ ଓ କଷ୍ଟସାଧ୍ୟ ପ୍ରୋବ୍ଲେମର ସମାଧାନ ପାଇଁ ଏହାର ଡିଜାଇନ୍ କରାଯାଇଛି ।

ଏହି ମଡେଲର ବିଶାଳ ଡାଟାବେସକୁ ତାଲିମ ଦିଆଯାଇଛି, ଯେଉଁଥିଲେ ଏକ୍ସଏଆଇର ମୋମ୍ପିସ ସୁପରକମ୍ପ୍ୟୁଟରର ବ୍ୟବହାର କରାଯାଇଛି । ଏହି ସୁପର କମ୍ପ୍ୟୁଟରରେ ପାଖାପାଖି ୨ ଲକ୍ଷ ଜିପିୟୁ ରହିଛି, ଯାହା ସବୁଠାରୁ ବଡ଼ AI ପ୍ରଶିକ୍ଷଣ କ୍ଲଷ୍ଟର ମଧ୍ୟରୁ ଗୋଟିଏ ।

ବିନା ସେନସରରେ ଗ୍ରୋକ AIକୁ ଇଣ୍ଟରନେଟ ଡାଟାରେ ଟ୍ରେନ କରାଯାଇଛି । ଏପରି ସ୍ଥିତିରେ ଏହା କେବେ କେବେ ଅସଭ୍ୟ ଭାଷାର ବ୍ୟବହାର କରିପାରେ । ତେବେ ଏଲନ ମସ୍କଙ୍କ ଗ୍ରୋକ AI ଅତ୍ୟଧିକ ଆପତ୍ତିଜନକ ଉତ୍ତର ଦେବା ଜାରି ରଖିଲେ, ମାଇକ୍ରୋସଫ୍ଟର Tay ଚାଟବଟ୍ ପରି ବନ୍ଦ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:ଶୋଇଶୋଇ ୧୦୦୦ ଚାକିରି ପାଇଁ କଲେ ଆବେଦନ, ସକାଳୁ ଆସିଲା ଇଣ୍ଟରଭ୍ୟୁ କଲ୍‌

ଗ୍ରୋକ AI ବ୍ୟତୀତ ଆଉ କିଏ?

ଷ୍ଟାନଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗ୍ଲୋବାଲ AI ଭାଇବ୍ରାଣ୍ଟ ରାଙ୍କିଂ ୨୦୨୩ ଅନୁଯାୟୀ, ଭାରତ AI କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି। ଶୀର୍ଷ ତିନି ଦେଶରେ ଅଛନ୍ତି ଆମେରିକା, ଚୀନ୍ ଏବଂ ବ୍ରିଟେନ୍ । ଏହି ରାଙ୍କିଂ AI ଚାଟବଟ୍ ପାଇଁ ଭିତ୍ତିଭୂମି ସୃଷ୍ଟି, ଅନୁସନ୍ଧାନ ଏବଂ ବିକାଶ ପରି ପାରାମିଟର ଉପରେ ଆଧାରିତ ।

ଗ୍ରୋକ AI ବ୍ୟତୀତ ଅନେକ ଚାଟବଟ ରହିଛି, ଯେପରି ଚାଟଜିପିଟି, ଡିପସିକ, ବାର୍ଡ, ମେଟା ଏଆଇ, ଜେମିନି ଇତ୍ୟାଦି...

ଯଦିଓ ସିରି, ଆଲେକ୍ସା, ଗୁଗୁଲ୍ ଆସିଷ୍ଟାଣ୍ଟ ମଧ୍ୟ ଭଏସ୍ ଆସିଷ୍ଟାଣ୍ଟ, ସେମାନେ ନୂଆ AI ଚାଟବଟ ପରି ଆଧୁନିକ କିମ୍ବା ବୁଦ୍ଧିମାନ ନୁହଁନ୍ତି ।

ଆସନ୍ତୁ AI ଚାଟବଟ୍ ଦ୍ୱାରା ଦିଆଯାଇଥିବା ଉତ୍ତର ଗୁଡ଼ିକରେ ପାର୍ଥକ୍ୟକୁ ବୁଝିବା ପାଇଁ ଚେଷ୍ଟା କରିବା । ଗୋଟିଏ ପ୍ରଶ୍ନ ତିନି AI ଚାଟବଟକୁ ପଚରା ଯାଇଥିଲା..

ପ୍ରଶ୍ନ: ଗୋଟିଏ ବାକ୍ୟରେ ଔରଙ୍ଗଜେବଙ୍କ ସମ୍ପର୍କରେ ଉତ୍ତର ଦିଅ.. ?

ଚାଟଜିପିଟିର ଉତ୍ତର : ଔରଙ୍ଗଜେବ ଜଣେ କ୍ରୁର ମୋଗଲ ସମ୍ରାଟ ଥିଲେ, ଯିଏ ୧୬୫୮ ରୁ ୧୭୦୭ ପର୍ଯ୍ୟନ୍ତ ଭାରତକୁ ଶାସନ କରିଥିଲେ ।

ଗ୍ରୋକ AIର ଉତ୍ତର: ମୋଗଲ ସାମ୍ରାଜ୍ୟର ଷଷ୍ଠ ସମ୍ରାଟ ଥିଲେ ଔରଙ୍ଗଜେବ, ୧୬୫୮ ରୁ ୧୭୦୭ ପର୍ଯ୍ୟନ୍ତ ଭାରତକୁ ଶାସନ କରିଥିଲେ । ଧାର୍ମିକ ଅସହିଷ୍ଣୁତା ପାଇଁ ମଧ୍ୟ ଜଣାଶୁଣା ଥିଲେ।

ଜେମିନିର ଉତ୍ତର : ୧୬୫୮ରୁ ୧୭୦୭ ମସିହା ଦୀର୍ଘ ୫୦ ବର୍ଷ ଧରି ଭାରକୁ ଶାସନ କରିଥିଲେ ଔରଙ୍ଗଜେବ । ତାଙ୍କୁ କ୍ରୁର ଓ ଅତ୍ୟାଚାରୀ ଶାସକଙ୍କ ମଧ୍ୟରେ ଜଣେ ବୋଲି ଗଣନା କରାଯାଏ ।

ବିରାଟ ଆହ୍ୱାନ

ଅନ୍ତର୍ଜାତୀୟ ମୁଦ୍ରା କୋଷ ପକ୍ଷରୁ ଚେତାବନୀ ଦିଆଯାଇଛି, AI କାରଣରୁ ୪୦ ପ୍ରତିଶତ ଚାକିରି ପ୍ରଭାବିତ ହେବ। ତେବେ କିଛି ଲୋକଙ୍କ ମତରେ ଏଆଇ ପାଇଁ ଚାକିରି ଯିବାର ସମ୍ଭାବନା ଥିଲେ ସୁଦ୍ଧା ଏହା ସହିତ ଜଡ଼ିତ ଅନେକ ଚାକିରିର ସୁଯୋଗ ମିଳିବ । ଚ୍ୟାଲେଞ୍ଜ ଥିଲେ ସୁଦ୍ଧା କିନ୍ତୁ ବିଭିନ୍ନ AI ପ୍ଲାଟଫର୍ମଗୁଡିକ ଦ୍ରୁତଗତିରେ ଅଗ୍ରଗତି କରୁଛନ୍ତି ଏବଂ ଲୋକଙ୍କ ମଧ୍ୟରେ ସେମାନଙ୍କର ସ୍ଥାନ ସୃଷ୍ଟି କରୁଛନ୍ତି । ବର୍ତ୍ତମାନ ଗୁଗୁଲର ବିକଳ୍ପ ଭାବରେ ଏଲନ ମସ୍କ ଗ୍ରୋକଙ୍କୁ ଉପସ୍ଥାପନ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଚିନ୍ତାରେ ‘AI’ ଗଡ୍‌ଫାଦର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଛଡ଼ାଇ ନେଉଛି ଅନେକ ଚାକିରି

Elon Musk Artificial Intelligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ