/odishatv-khabar/media/post_attachments/uploadimage/library/16_9/16_9_0/WhatsApp_1751891739.jpg)
ଆଜିର ଡିଜିଟାଲ ଯୁଗରେ WhatsApp କେବଳ କଥାବାର୍ତ୍ତାର ମାଧ୍ୟମ ପାଲଟିଛି ତାହା ନୁହେଁ ଦୁନିଆରେ ସବୁଠୁ ଅଧିକ ବ୍ୟବହାର ହେଉଥିବା ମେସେଜିଂ ଆପ୍ ବି । ଯଦି ଆପଣ ବି ପ୍ରତ୍ୟେକ ଦିନ WhatsApp ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣ ନିହାତି ଜାଣିବା ଦରକାର । କିଛି ପୁରୁଣା ସ୍ମାର୍ଟ ଫୋନରେ ଏବେ WhatsApp କାମ କରିବା ବନ୍ଦ ହୋଇଯିବ । ଏବେ WhatsApp ନିଜ ସିଷ୍ଟମକୁ ଅପଡେଟ୍ କରିଛି । ଫଳରେ କିଛି ପୁରୁଣା ସ୍ମାର୍ଟ ଫୋନରେ ଏହା କାମ କରିବନି ।
ମେଟା ଦ୍ବାରା ପରିଚାଳିତ ଏହି ଆପ୍ ଏବେ ସେହି ଫୋନରେ କାମ କରିବ ଯେଉଁଗୁଡିକ ଆଇଓଏସ 15.1 ବା Android 5.1 ଭଳି ସପ୍ଟୱୟାର ବା ତାଠାରୁ ହାଇ ଭର୍ସନ ସପ୍ଟୱୟାରରେ ଚାଲୁଛି । ଯଦି ଆପଣଙ୍କ ଫୋନ ଏହାଠୁ ପୁରୁଣା ଭର୍ସନରେ କାମ କରୁଛି ତେବେ ଆପଣ ସେଥିରେ ଆଉ WhatsAppର ମେସେଜିଂ ବା କଲିଂ ଭଳି ଫିଚର ବ୍ୟବହାର କରିପାରିବେନି ।
ଅଧିକ ପଢ଼ନ୍ତୁ:ଆସିଲା ନୂଆ ଫିଚର୍ , ହୋଇଛି ଏଆଇର ବ୍ୟବହାର...ଚେକ୍ କରିନିଅନ୍ତୁ ଫୋନ୍
Iphone 5s, iphone6 ଓ iphone 6plus ଭଳି ମଡେଲ ଏବେ WhatsAppରୁ ବାହାରିଯିବେ । କାରଣ ଏସବୁ ଫୋନ ଲାଟେଷ୍ଟ ଆଇଓଏସ ଭର୍ସନକୁ ସପୋର୍ଟ କରୁନି। କିନ୍ତୁ iphone6s, 6s plus ଓ ପ୍ରଥମ iphone SE ରେ ଏବେବି WhatsAppର ବ୍ୟବହାର କରିହେବ । କାରଣ ଏହି ସବୁ ଫୋନକୁ ଅପଡେଟ କରିବାର ସୁବିଧା ରହିଛି । Android ଫୋନରେ Samsung galaxy s4, Note 3, Sony Xperia Z1 , LG G2, Huawei Ascend P6, Moto G ଭଳି ଫୋନରେ WhatsApp କାମ କରିବନି । Android 5.0 ବା ଏହାଠୁ ପୁରୁଣା ଭର୍ସନର କୌଣସି ଫୋନରେ WhatsApp କାମ କରିବନି ।
ଆପଣଙ୍କ ଫୋନ ଏହି ଲିଷ୍ଟରେ ଆସୁଛି କି ନାହି ଜାଣିବା ପାଇଁ ପ୍ରଥମେ ନିଜ ଫୋନର ଅପରେଟିଂ ସିଷ୍ଟମ ଭର୍ସନ ଚେକ୍ କରିବାକୁ ପଡ଼ିବ । iphone ୟୁଜର ‘ସେଟିଂ’କୁ ଯାଇ ‘ଜେନେରାଲ’ ଓ ପରେ ‘ଏବାଉଟ’ ସେକ୍ସନ ଯାଇ ଆଇଓଏସ ଭର୍ସନ ଦେଖିପାରିବେ । Android ୟୁଜର ବି ‘ସେଟିଂ’ର ‘ଏବାଉଟ ଫୋନ’କୁ ଯାଇ ନିଜର ଆଇଓଏସ ଭର୍ସନ ଦେଖିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)