• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

WhatsApp ୟୁଜରଙ୍କ ପାଇଁ ଖୁସି ଖବର । WhatsApp ବ୍ୟବହାର କରିବା ଆପଣଙ୍କ ପାଇଁ ଆହୁରି ସହଜ ହୋଇଯାଇଛି । ଏହାର ନୂଆ ଫିଚର ଆପଣଙ୍କୁ ନୂଆ ଅନୁଭୂତି ଦେବ । ବୁଧବାର WhatsApp ଏକ ନୂଆ ଫିଚର ଜାରି କରିଛି । ଯାହାକି AI ସାହାଯ୍ୟରେ କାମ କରିଥାଏ ।

ଆମର WhatsAppକୁ ଦୈନିକ ଅନେକ ମେସେଜ ଆସିଥାଏ । ସେଥିରୁ କିଛି ଆମେ ପଢିଥାଉ । ଆଉ କିଛି ମେସେଜକୁ ନପଢି ଛାଡିଦେଇଥାଉ । ସେଗୁଡିକ ଅନରିଡ୍ ମେସେଜ ଭାବରେ ଆମ WhatsAppରେ ଥାଏ।

Also Read

ଏବେ ନୂଆ ଫିଚର ଯୋଗୁଁ ସବୁ ଅନରିଡ୍ ମେସେଜ ସଂକ୍ଷେପରେ ଆମକୁ ଦେଖାଇବ । ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ମେସେଜ ଆମେ ପଢିନାହାଁନ୍ତି ତାହା ଆମେ ଜାଣିପାରିବା । ଏହା ସହ ଆଉ ଲମ୍ବା ଲମ୍ବା ମେସେଜ ପଢିବାରେ ଆମର ସମୟ ନଷ୍ଟ ହେବ ନାହିଁ ।

ଅଧିକ ପଢ଼ନ୍ତୁ:ସ୍କ୍ରିନ୍‌ ସଫା କରିବା ବେଳେ କେବେ ବି କରନ୍ତୁ ନାହିଁ ଏମିତି ଭୁଲ୍, ନଚେତ ମୂଳରୁ ଯିବ

WhatsAppର ଏହି ନୂଆ ଫିଚର ନାଁ ରହିଛି Message Summaries । ମେଟାର ସୂଚନା ଅନୁସାରେ ଏହି ଫିଚରରେ ନୂଆ ଟେକ୍ନୋଲୋଜିର ବ୍ୟବହାର ହୋଇଛି । ଯାହାକୁ ପ୍ରାଇଭେଟ ପ୍ରୋସେସିଂ କୁହାଯାଉଛି । କଂପାନୀ ପକ୍ଷରୁ କୁହାଯାଇଛି ଏହି ନୂଆ ଫିଚର ମେସେଜକୁ ସୁରକ୍ଷିତ ରଖିଥାଏ । ଯେମିତିକ ଅନ୍ୟ କୌଣସି ବ୍ୟକ୍ତି ମେସେଜ ପଢିପାରିବେ ନାହିଁ ।

WhatsApp ନିଜର ବ୍ଲଗପୋଷ୍ଟରେ ନୂଆ ଫିଚର ବିଷୟରେ ସଂପୂର୍ଣ୍ଣ ସୂଚନା ଦେଇଛି । ନୂଆ ଫିଚର ଗ୍ରୁପ ଓ ପର୍ସନାଲ ଚାଟ୍ ରେ କାମ କରିବ । ଏହି ନୂଆ ଫିଚରଟି ଅପ୍ସନାଲ ରହିଛି । ୟୁଜର୍ସ ଚାହିଁଲେ ଏହାକୁ ଡିଫଲ୍ଟ ଅଫ କରିପାରିବେ ।

ଏହାକୁ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଅନରିଡ୍ ମେସେଜ ଆଇକନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଫଳରେ ୟୁଜର୍ସଙ୍କୁ ସବୁ ଅନରିଡ୍ ମେସେଜ ସଂକ୍ଷେପରେ ଦେଖାଇବ ।

ଏହି ମେସେଜ କେବଳ ଆପଣ ହିଁ ପଢିପାରିବେ । ପ୍ରାଇଭେଟ ପ୍ରୋସେସିଂରେ ଏହି ମେସେଜ ସୁରକ୍ଷିତ ମଧ୍ୟ । କଂପାନୀ ପକ୍ଷରୁ ଦାବି କରାଯାଇଛି ମେଟା ଏଆଇ ଏହିସବୁ ମେସେଜକୁ ନପଢି ରିପ୍ଲାଏ ଦେବାର ଅପ୍ସନ ବି ଦେବ ।

WhatsAppରେ ଏହି ନୂଆ ଫିଚରର ବ୍ୟବହାର ଆରମ୍ଭ ହୋଇଯାଇଛି । ପ୍ରଥମେ ଆମେରିକାର ୟୁଜର୍ସଙ୍କ ପାଇଁ ଏହି ଫିଚର ଉପଲବ୍ଧ ଅଛି । ଖୁବଶୀଘ୍ର ଅନ୍ୟ ଦେଶର ୟୁଜର୍ସ ବି ଏହାକୁ ବ୍ୟବହାର କରିପାରିବେ ।

ଅଧିକ ପଢ଼ନ୍ତୁ: ଏବେ ଏହି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ସିଧା କରିବେ AI ଭିଡିଓ; ଜାଣନ୍ତୁ ଉପାୟ…