ଗ୍ରୀନ୍ ଟି ପିଇବା ଶରୀର ପାଇଁ ବହୁ ଫଳପ୍ରଦ । ଗ୍ରୀନ୍ ଟିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଓଜନ ହ୍ରାସ ପାଇଁ ଉପଯୋଗୀ । କିଛି ଲୋକ ସକାଳୁ ଉଠିବା ପରେ ଗ୍ରୀନ୍ ଟି ପିଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ସକାଳୁ ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା କଣ ହୋଇଥାଏ ଜାଣିଛନ୍ତି କି? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ ଗ୍ରୀନ୍ ଟି ପିଇବା ଉଚିତ୍ ନୁହେଁ । ବିଶେଷଜ୍ଞମାନେ ଖାଲି ପେଟରେ ଗ୍ରୀନ୍ ଟି ପିଇବାକୁ ବାରଣ କରିଛନ୍ତି ।
ଅଧିକ ପଢ଼ନ୍ତୁ: ବର୍ଷା ଦିନେ ଖାଉଛନ୍ତି କି ଏହି ଖାଦ୍ୟ, ସାବଧାନ! ଜାଣନ୍ତୁ କଣ ଖାଇବା ଅନୁଚିତ୍
ଜାଣନ୍ତୁ କାହିଁକି ଖାଲି ପେଟରେ ଗ୍ରୀନ୍ ଟି ପିଇବା ଉଚିତ୍ ନୁହେଁ
Also Read
ଗ୍ରୀନ୍ ଟିରେ ଟାନିନ୍ସ ଓ ପଲିଫେନୋଲ୍ସ ଥାଏ । ଯାହା ଦ୍ୱାରା ଖାଲି ପେଟରେ ଗ୍ରୀନ୍ ଟି ପିଇଲେ ପେଟରେ ଏସିଡ୍ ମାତ୍ରା ବୃଦ୍ଧି କରିଥାଏ । ଏହା ଏସିଡିଟି, ବଦହଜମୀ, ଛାତି ପୋଡିବା, ବାନ୍ତି ଲାଗିବା ଭଳି ସମସ୍ୟା ସୃଷ୍ଟି କରିଥାଏ । ଏହା ପାକସ୍ଥଳୀର ପ୍ରାକୃତିକ ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ । ଖାଦ୍ୟରୁ ଲୌହସାରକୁ ଶୋଷଣକୁ ରୋକିଥାଏ ଗ୍ରୀନ୍ ଟିରେ ଥିବା କ୍ୟାଟେଚିନ୍ସ ।
ଜାଣନ୍ତୁ କେଉଁ ସମୟରେ ଗ୍ରୀନ୍ ଟି ପିଇବା ଉଚିତ୍
ବିଶେଷଜ୍ଞଙ୍କ ମତରେ, ସାଧାରଣତଃ ଖାଦ୍ୟ ପରେ କିମ୍ବା ହାଲୁକା ଜଳଖିଆ ଖାଇବା ପରେ ଗ୍ରୀନ୍ ଟି ପିଇବା ଉଚିତ୍ । ସକାଳେ ହାଲୁକା ଜଳଖିଆ ଖାଇ ସାରିବା ପରେ ଗ୍ରୀନ୍ ଟି ପିଇବା ଉତ୍ତମ ସାବ୍ୟସ୍ତ ହୋଇଥାଏ । ଏହା ଶରୀରକୁ ଆବଶ୍ୟକୀୟ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇଥାଏ । ଖାଦ୍ୟ ଖାଇବା ପରେ ଗ୍ରୀନ୍ ଟି ପିଇଲେ ପାଚନତନ୍ତ୍ର ପାଇଁ ଲାଭଦାୟକ ହୋଇଥାଏ ।
ଏହା ହଜମ ପ୍ରକ୍ରିୟାକୁ ଶୀଘ୍ର କରିଥାଏ ଏବଂ ପାକସ୍ଥଳୀ ସମସ୍ୟାରୁ ମୁକ୍ତି ମିଳିଥାଏ । ସନ୍ଧ୍ୟା ସମୟରେ ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରରେ ଶକ୍ତି ଆସିଥାଏ । ବ୍ୟାୟାମ ପୂର୍ବରୁ କିମ୍ବା ବ୍ୟାୟାମ ପରେ ଗ୍ରୀନ୍ ଟି ପିଇବା ଦ୍ୱାରା ଷ୍ଟାମିନା ବୃଦ୍ଧି ହୋଇଥାଏ ଏବଂ କାର୍ଯ୍ୟଦକ୍ଷତା ବଢିଥାଏ ।
ଦିନକୁ ୨ରୁ ୩ କପ ଗ୍ରୀନ୍ ଟି ପିଇବା ଉଚିତ୍ । ଏହା ଠାରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ପେଟ ଖରାପ ହେବା ସହ ଯକୃତ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଭଲ ନିଦ ହୋଇନଥାଏ ।