UPI Transaction
ଏଣିକି ଆଖି ପିଛୁଳାକେ ହେବ ୟୁପିଆଇ ଟ୍ରାନଜାକ୍ସନ । ପେମେଣ୍ଟରୁ ଆରମ୍ଭ କରି ବାଲାନ୍ସ ଚେକ୍ ଯାଏଁ ସବୁକିଛି ୧୦ରୁ ୧୫ ସେକେଣ୍ଡ ଭିତରେ ହୋଇଯିବ । ପୂର୍ବରୁ ଏଥିପାଇଁ ୩୦ ସେକେଣ୍ଡ ସମୟ ଲାଗୁଥିବାବେଳେ ଏବେ ସେହି ସମୟସୀମାରେ ଅଧିକ ଉନ୍ନତି ହୋଇଛି । ଅର୍ଥାତ୍, ଏଥର ୩୦ ସେକେଣ୍ଡ ନୁହେଁ, ୧୦-୧୫ ସେକେଣ୍ଡରେ ହେବ ଟ୍ରାନଜାକ୍ସନ ।
ପୂର୍ବରୁ ଯଦି ଟ୍ରାନଜାକ୍ସନ ଫେଲ୍ ହୁଏ ତେବେ ୩୦ ସେକେଣ୍ଡ ଯାଏଁ ୟୁଜର୍ସ ଦ୍ୱନ୍ଦ୍ୱରେ ରହୁଥିଲେ । ଟଙ୍କା ଗଲା କି ନାହିଁ ତାହା ଜାଣିବା ପାଇଁ ଏଥର ଆଉ ୩୦ ସେକେଣ୍ଡ ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ବହୁତ ଜଲଦି ଆପଣ ଟ୍ରାନଜାକ୍ସନ ବାବଦରେ ସୂଚନା ପାଇପାରିବେ । ଯଦି UPI ସାହାଯ୍ୟରେ ଟଙ୍କା ପଠାଯିବା ପରେ ନେଟ୍ୱାର୍କ ସମସ୍ୟା କାରଣରୁ ଟଙ୍କା ନଗଲା, ତେବେ ତୁରନ୍ତ ଆପଣଙ୍କୁ ଟ୍ରାନଜାକ୍ସନ ଫେଲ୍ ମେସେଜ ଆସିଯିବ ।
ସେହିପରି ଆପ୍ ଏବଂ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ କମ୍ ସମୟରେ ଗ୍ରାହକଙ୍କ ଟ୍ରାନଜାକ୍ସନ ଚେକ୍ କରିପାରିବେ । ପୂର୍ବରୁ ୯୦ ସେକେଣ୍ଡ ପରେ ସେମାନଙ୍କୁ ଏ ବାବଦରେ ସୂଚନା ମିଳୁଥିଲା । ଏବେ ତା'ର ଅଧା ସମୟରେ ଅର୍ଥାତ୍ ମାତ୍ର ୪୫-୬୦ ସେକେଣ୍ଡରେ ସେମାନେ ସୂଚନା ପାଇ ପାରିବେ । ଏହିସବୁ ନିୟମ ଫୋନ ପେ, ଗୁଗୁଲ ପେ, ଆମାଜନ ପେ ଭଳି ସମସ୍ତ ଅନଲାଇନ ପେମେଣ୍ଟ ପ୍ଲାଟଫର୍ମ ପାଇଁ ଲାଗୁ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)