Advertisment

Bomb Threat: ମଝି ଆକାଶରେ ଇଣ୍ଡିଗୋ ବିମାନକୁ ବୋମା ଧମକ, ନାଗପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ

ଗୋଟିଏ ପରେ ଗୋଟିଏ ବିମାନକୁ ମିଳୁଛି ବୋମା ଧମକ । କିଛି ଦିନ ତଳେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଥିବାବେଳେ ଆଜି ଇଣ୍ଡିଗୋ ବିମାନକୁ ବୋମା ଧମକକୁ ମିଳିଛି । ଫଳରେ ନାଗପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Emergency Landing

Emergency Landing

ଇଣ୍ଡିଗୋ ବିମାନକୁ ବୋମା ଧମକ । ବୋମା ଭୟ ପରେ ବିମାନର ଜରୁରୀ ଅବତରଣ କଲା ବିମାନ । ମହାରାଷ୍ଟ୍ରର ନାଗପୁରରେ ଇଣ୍ଡିଗୋ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ସୂଚନା ମିଳିଛି । ବୋମା ଭୟ ପରେ ଜରୁରୀ ଅବତରଣ କରାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବିମାନଟି କୋଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ବୋମାମାଡ଼ର ଧମକ ମିଳିଥିବା ସୂଚନା ରହିଛି ।

Advertisment

ଗତକାଲି ଜର୍ମାନୀର ଲୁଫଥାନସା ଫ୍ଲାଇଟ ଫ୍ରାଙ୍କଫର୍ଟରୁ ଉଡାଣ ଭରିବାର କିଛି ଘଣ୍ଟା ପରେ ବୋମା ଧମକ ମିଳିଥିଲା । ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଏହି ବିମାନ ଜର୍ମାନୀକୁ ଫେରି ଯାଇଥିବା ସୂଚନା ରହିଛି । ମଝି ଆକାଶରୁ ୟୁ-ଟର୍ଣ୍ଣ ମାରିଥିଲା ବିମାନ ।

ସେପଟେ ଗତ ୧୩ ତାରିଖ ଦିନ ବୋମା ଧମକ ପରେ ଏୟାର ଇଣ୍ଡିଆ ବିମାନ ଜରୁରୀ ଅବତରଣ କରିଥିଲା । ଥାଇଲାଣ୍ଡରେ ଏମରେଜେନ୍ସି ଲ୍ୟାଣ୍ଡିଂ କଲା ବିମାନ ।  AI-379 ବିମାନକୁ ବୋମାମାଡ଼ କରି ଉଡ଼ାଇ ଦେବାର ଧମକ ମିଳିଥିଲା । ଯେଉଁଥିପାଇଁ ଥାଇଲାଣ୍ଡର ଫୁକେଟ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏହି ବିମାନର ଜରୁରୀ ଅବତରଣ କରାଯାଇଥିଲା । ଗୋଟିଏ ପଟେ ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ସମସ୍ତଙ୍କ ମନରେ କୋକୁଆ ଭୟ ଥିବାବେଳେ ବାରମ୍ବାର ଏଭଳି ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

Advertisment

ଅଧିକ ପଢନ୍ତୁ: ଏୟାର ଇଣ୍ଡିଆ ବିମାନକୁ ବୋମାମାଡ଼ ଧମକ, ଥାଇଲାଣ୍ଡରେ ଏମରଜେନ୍ସି ଲ୍ୟାଣ୍ଡିଂ

Bomb Threat Indigo
Advertisment
Related Articles
Advertisment