Advertisment

Merge With India: ଖଣ୍ଡ ଖଣ୍ଡ ହେ।ଇଯିବ ପାକିସ୍ତାନ ! ଆରଏସଏସ ନେତାଙ୍କ ବଡ଼ ବୟାନ

ସିନ୍ଧ, ବଲୁଚିସ୍ତାନ, ପଖତୁନିସ୍ତାନ ଓ ଗିଲଗିଟ ବାଲ୍ଟିସ୍ତାନ ଭଳି ଅଞ୍ଚଳ ଯାହା ବର୍ତ୍ତମାନ ପାକ୍ ନିୟନ୍ତ୍ରଣରେ ରହିଛି ଓ ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନ ବିରେ।ଧରେ ବିଦ୍ରେ।ହ କରିପାରନ୍ତି । ନିଜର ସ୍ବାଧିନତା କିମ୍ବା ଭାରତ ସହ ମିଶିବା ନେଇ ଦାବି କରିପାରନ୍ତି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
merge with India

merge with India

ପାକିସ୍ତାନ ସହ ଲଢିବେ ସିନ୍ଧ, ବଲୁଚିସ୍ତାନ, ପଖତୁନିସ୍ତାନ ଓ ଗିଲଗିଟ ବାଲ୍ଟିସ୍ତାନ ଓ ଭାରତ ସହ ମିଶିଯିବେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ନେତା ଇନ୍ଦ୍ରେଶ କୁମାର ଶନିବାର ଏକ ବଡ଼ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚ। ଖୁବ ହେଉଛି । ସେ କହିଛନ୍ତି ଭାରତ-ପାକ୍ ସୀମାକୁ ପରିବର୍ତ୍ତନ କରାଯାଇପାରେ । ଯାହା କଚ୍ଛର ରଣ ଏବଂ ଲଦାଖ ପରି ଅଞ୍ଚଳରୁ ପାକିସ୍ତାନ ଅଞ୍ଚଳରେ ୧୦୦ ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇପାରେ।

Advertisment

ଅଧିକ ପଢ଼ନ୍ତୁ: ଏହି ସବୁ ଶତ୍ରୁ ଦେଶଙ୍କ ସହ ବ୍ୟବସାୟ କରୁଛି ଭାରତ, ପାକିସ୍ତାନରୁ ବି କରୁଛି ଆମଦାନୀ

ଶିମଲାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବା ଦରକାର। ଏହା ସମ୍ଭବ ଭାରତ ପାକିସ୍ତାନ ସୀମା ପାକିସ୍ତାନର ବହୁ ଭିତର ପର୍ଯ୍ୟନ୍ତ ଯାଇପାରେ । ସେ ଅନୁମାନ କରିଛନ୍ତି ସିନ୍ଧ, ବଲୁଚିସ୍ତାନ, ପଖତୁନିସ୍ତାନ ଓ ଗିଲଗିଟ ବାଲ୍ଟିସ୍ତାନ ଭଳି ଅଞ୍ଚଳ ଯାହା ବର୍ତ୍ତମାନ ପାକ୍ ନିୟନ୍ତ୍ରଣରେ ଓ ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନ ବିରେ।ଧରେ ବିଦ୍ରେ।ହ କରିପାରନ୍ତି । ନିଜର ସ୍ବାଧିନତା କିମ୍ବା ଭାରତ ସହ ମିଶିବା ନେଇ ଦାବି କରିପାରନ୍ତି ।

Advertisment

ଆରଏସଏସ ନେତା ଆହୁରି କହିଛନ୍ତି ପାକିସ୍ତାନ, ଚୀନ ଓ ଆମେରିକା ସହିତ ଅନେକ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଡର ଅଛି କି ଭାରତ ଏଭଳି ସ୍ଥିତିକୁ ବଡ଼ ଆକାର ଦେଇପାରେ । ଏକ ବଡ଼ ଭୂ ରାଜନୈତିକ ପରିବର୍ତ୍ତନ ହେ।ଇପାରେ ।

ସେ ଦାବି କରିଛନ୍ତି ପାକିସ୍ତାନ ଭିତରେ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ବିଦ୍ରେ।ହ ଚାଲିଛି । ପିଓକେ ଭାରତ ସହ ମିଶିବାକୁ ଚାହୁଁଛି । ବଲୁଚିସ୍ତାନ ପୂର୍ଣ୍ଣ ସ୍ବାଧିନତା ଚାହୁଁଛି । ସିନ୍ଧ ଉଭୟ ସ୍ବତନ୍ତ୍ରତା ଓ ଭାରତ ସହ ମିଶିବା ଦାବିକୁ ନେଇ ବିଭାଜିତ । ପଖତୁନିସ୍ତାନର ସ୍ଥିତି ଅନିଶ୍ଚିତତା ଭିତରେ ରହିଛି ।

ଇନ୍ଦ୍ରେଶ କୁମାର କହିଛନ୍ତି ଏହି ସବୁ ଘଟଣାକ୍ରମ ଦେଖିବାକୁ ସେ ଅନେକ ଦିନ ଯାଏ ଜୀବିତ ରହିବେ । ଆଜି ସେ ପ୍ରେସ କନଫରେନ୍ସ ଶିମଲାରେ କରୁଛନ୍ତି, ଗେ।ଟିଏ ଦିନ ଲାହେ।ରରେ ହେ।ଇପାରେ । 

ଅଧିକ ପଢ଼ନ୍ତୁ: ଅନେକ ଦେଶଙ୍କୁ ପଛରେ ପକାଇଛି ଭାରତ, ଷଷ୍ଠ ସ୍ଥାନରେ ଅଛି ଆମେରିକା

India China Pakistan USA RSS Gilgit-Baltistan Balochistan
Advertisment
Related Articles
Advertisment