/odishatv-khabar/media/post_attachments/uploadimage/library/16_9/16_9_0/Smartphone_1752588328.jpg)
Smartphone
କଣ ଆପଣଙ୍କ ସ୍ମାର୍ଟଫୋନ ବ୍ୟାଟେରିର ଚାର୍ଜ ଶୀଘ୍ର ଶେଷ ହେଇଯାଉଛି । ମୋବାଇଲ ଡାଟା ବି ସରିଯାଉଛି । ଏଭଳି ତ ସମସ୍ତଙ୍କ ସହ ହେଉଛି । ଯଦି ଆପଣଙ୍କ ସହ ନହେଉଛି ତେବେ ହୁଏତ ଆପଣ ଫୋନ କମ ବ୍ୟବହାର କରୁଛନ୍ତି ଓ ଆପଣଙ୍କ ପାଖରେ ଡାଟା ଅନଲିମିଟେଡ୍ ଅଛି । ଏଭଳି କମ ହୋଇପାରେ । କିନ୍ତୁ ଯଦି ଆପଣ ଫୋନ ଅଧିକ ବ୍ୟବହାର କରୁଛନ୍ତି ଓ ଡାଟା ସରିଗଲେ ମନ ଦୁଃଖ କରୁଛନ୍ତି ତେବେ ଏହାପଛରେ ଗୁଗଲ ବାବା ହୋଇପାରନ୍ତି । ତେବେ ଆପଣ ଖୁବ ଶୀଘ୍ର କିଛି ସେଟିଂ ବନ୍ଦ କରନ୍ତୁ । ହୁଏତ ଆପଣଙ୍କ କାମ ହୋଇପାରେ ।
ଗୁଗୁଲ ସେଟିଙ୍ଗସ୍
-ନିଜର ସ୍ମାର୍ଟ ଫୋନ ସେଟିଂକୁ ଯାଆନ୍ତୁ ପୂରା ତଳକୁ ଯାଆନ୍ତୁ । Google Service & Preference ଦେଖିବେ ।
Recommended ଓ All Services ଅପ୍ସନ ବି ଥିବ ।
-ଏଠାରେ Personalize using shared dataର ଅପ୍ସନ ବି ଦେଖିବେ
-ଦେଖିବେ ତିନୋଟି ଅପ୍ସନ ଅନ୍ ଥିବ । Gmail, External Media, Device Contacts ଅନ୍ ଥିବ ।
-ତିନୋଟି ଅପ୍ସନ ବନ୍ଦ କରନ୍ତୁ । ଏବେବି କାମ ସରିନି ।
-ଏବେ Usage & Diagnosticsକୁ ଯାଆନ୍ତୁ । ଏହାକୁ ବି ବନ୍ଦ କରନ୍ତୁ । ଏହାର ଗୋଟିଏ ଫାଇଦା କି ବିଜ୍ଞାପନ କମ ଆସିବ । ଏଭଳି ହେଲେ ଡାଟା ଓ ଚାର୍ଜ କମ ସରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)