/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752576363.jpg)
Cricket At LA Olympics
ଅଲିମ୍ପିକରେ କ୍ରିକେଟ । ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟ ସାମିଲ ହେବ । ଯାହାର ସିଡ୍ୟୁଲ ସାମନାକୁ ଆସିଛି । ଅଲିମ୍ପିକରେ କ୍ରିକେଟ ମ୍ୟାଚ ପୋମୋନା ସହରର ଫେୟର ଗ୍ରାଉଣ୍ଡସ୍ ଷ୍ଟାଡିୟମରେ ଖେଳାଯିବ । ପୋମୋନା ସହର ଲସ୍ ଆଞ୍ଜେଲସ ଠାରୁ ପାଖାପାଖି ୫୦କିଲୋମିଟର ଦୂରରେ ଅବସ୍ଥିତ । ମ୍ୟାଚ ଜୁଲାଇ ୧୨ରୁ ଆରମ୍ଭ ହେବ । ମେଡାଲ ମ୍ୟାଚ ୨୦ ଓ ୨୯ ଜୁଲାଇରେ ଖେଳାଯିବ ।
ମହିଳା ଓ ପୁରଷ ୨ଟି ବର୍ଗରେ ମୋଟ ୬-୬ ଟିମ ଭାଗ ନେବେ । ମୋଟ ୧୮୦ ଜଣ ଖେଳାଳି ଏହି ମହାକୁମ୍ଭରେ ଭାଗନେବେ । ଆୟୋଜକଙ୍କ ଦ୍ବାରା ଜାରି କାର୍ଯ୍ୟସୂଚୀ ଅନୁସାରେ ୧୪ ଓ ୨୧ ଜୁଲାଇରେ କୌଣସି ମ୍ୟାଚ ହେବନି । ପ୍ରାୟ ଗୋଟିଏ ଦିନରେ ୨ଟି ମ୍ୟାଚ ଖେଳାଯିବ ।
ଅଧିକ ପଢ଼ନ୍ତୁ: ମ୍ୟାଚ୍ ଫି'ର ୧୫ ପ୍ରତିଶତ ଜରିମାନା କଟାଯାଇଛି, ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି
୨୦୨୮ ଅଲିମ୍ପିକରେ କ୍ରିକେଟ T20 ଫର୍ମାଟରେ ଖେଳାଯିବ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ସ୍ଥିର କରାଯାଇଛି । ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ଦ୍ବାରା ଏହାର ପ୍ରଚାରପ୍ରସାର ଆହୁରି ହୋଇପାରିବ ।ବିଶେଷକରି ଯେଉଁ ଦେଶଗୁଡ଼ିକରେ କ୍ରିକେଟ ଲୋକପ୍ରିୟ ନୁହେଁ ।
ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରିକେଟ ଜନପ୍ରିୟ ନୁହେଁ । କିନ୍ତୁ ୨୦୨୮ ଅଲିମ୍ପିକ ପରେ ମାହୋଲ କିଛି ଅଲଗା ହୋଇପାରେ। ଭାରତ ଭଳି କ୍ରିକେଟର କ୍ରେଜ ଥିବା ଦେଶ ଗୁଡିକ ପାଇଁ ଏହା ଏକ ବଡ଼ ସୁଯୋଗ । ଯେଉଁଠାରେ ଖେଳାଳି ମାନେ ଅଲିମ୍ପିକ ପଦକ ଜିତିବା ପାଇଁ ଆଗ୍ରହୀ ଅଛନ୍ତି ।
ଅଲିମ୍ପିକରେ କ୍ରିକେଟର ଇତିହାସ ଅତ୍ୟନ୍ତ ସୀମିତ ଏବଂ ରୋଚକ। ୧୯୦୦ ପ୍ୟାରିସ୍ ଅଲିମ୍ପିକରେ କ୍ରିକେଟ ମ୍ୟାଚ ଖେଳାଯାଇଥିଲା । ମାତ୍ର ଦୁଇଟି ଦଳ—ଗ୍ରେଟ୍ ବ୍ରିଟେନ୍ ଏବଂ ଫ୍ରାନ୍ସ—ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗ୍ରେଟ୍ ବ୍ରିଟେନ୍ ମ୍ୟାଚ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ତା’ପରେ କ୍ରିକେଟ ୧୨୮ ବର୍ଷ ଧରି ଅଲିମ୍ପିକରୁ ବାଦ ପଡ଼ିଥିଲା।
ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ କଲେ ଘୋଷଣା...ମୁହଁ ଖୋଲିନାହାନ୍ତି ସ୍ବାମୀ
Rape and Murder: ଶହ ଶହ ମହିଳାଙ୍କୁ ଦୁଷ୍କର୍ମ ପରେ ଜାଳି ଦେଉଥିବା ଜଣେ ଜହ୍ଲାଦର କାହାଣୀ

FM Student Death: ବାଲେଶ୍ବର ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଗଭୀର ଶୋକ ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ...

President Droupadi Murmu: ରେଭେନସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ସମାରୋହ; ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)