/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752573958.jpg)
Group Captain Shubhanshu Shukla
ଇତିହାସ ରଚିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ସଫଳତାର ସହ ପୃଥିବୀ ପୃଷ୍ଠରେ ଓହ୍ଲାଇଲେ । ବାହୁଡ଼ିଲେ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ମହାକାଶଚାରୀ । କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଓହ୍ଲାଇଲେ । ଟେଲିଭିଜନ୍ ପରଦାରେ ଭାବବିହ୍ବଳ ହେଲେ ପରିବାର ।
ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ୧୮ ଦିନ ବିତାଇବା ପରେ, ଗତକାଲି ସେଠାରୁ ପୃଥିବୀ ଅଭିମୁଖେ ବାହାରିଥିଲେ ଆକ୍ସିଅମ୍-୪ର ୪ ଜଣ ମହାକାଶଚାରୀ। ଭାରତୀୟ ସମୟ ଅପରାହ୍ଣ ପ୍ରାୟ ୩ଟା ବେଳେ ଆମେରିକାର କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଖସିଛି ସ୍ପେସ କ୍ୟାପସୁଲ୍। ପ୍ରାୟ ୧୨୦ କିଲୋମିଟର ଉପରୁ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର ବେଗରେ ଖସିଥିଲା। ବାୟୁମଣ୍ଡଳ ସହ ଘର୍ଷଣର ତୀବ୍ରତା ଏତେ ଅଧିକ ରହିଥିଲା ଯେ, ମହାକାଶଯାନଟି ୧୨ରୁ ୧୫ ମିନିଟ୍ ପାଇଁ ଅଗ୍ନିପିଣ୍ଡୁଳା ପାଲଟିଯାଇଥିଲା।
ବାହାରପଟେ ତାପମାତ୍ରା ଥିବ ୧୯ଶହ ଡିଗ୍ରୀ ସେଲସିୟସ୍। ଭିତରେ ଶରୀର ଓଜନ ସ୍ବାଭାବିକଠୁ ୪ ଗୁଣ ଅନୁଭବ କରିଥିଲେ ମହାକାଶଚାରୀ। ବ୍ଲାକଆଉଟ୍ ଫେଜ୍ ରେ ୬ରୁ ୭ ମିନିଟ୍ ପାଇଁ ଗ୍ରାଉଣ୍ଡ ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଶେଷରେ ୨ଟି ପର୍ଯ୍ୟାୟରେ ପ୍ରଥମେ ୨ଟି ଡ୍ରଗ୍ ପାରାସୁଟ୍ ଓ ପରେ ୪ଟି ବଡ଼ ମେନ୍ ପାରାସୁଟ୍ ଖୋଲି ଏହାର ବେଗକୁ ହ୍ରାସ କରିବ।
ଅପରାହ୍ଣ ପ୍ରାୟ ୩ଟା ବେଳେ ମଝି ସମୁଦ୍ରରେ ସୁରକ୍ଷିତ ଭାବେ ଖସିବ ଶୁଭାଂଶୁଙ୍କ ମହାକାଶଯାନ। ସେଠାରେ ପୂର୍ବରୁ ମହଜୁଦ ଥିବା ରେସ୍କ୍ୟୁ ଜାହାଜ ଓ ଉଦ୍ଧାରକାରୀ ଦଳ ୪ ମହାକାଶଚାରୀଙ୍କୁ ଉଦ୍ଧାର କରିବା ପରେ, ସେମାନଙ୍କୁ ନାସା ବେସ୍ କୁ ନିଆଯିବ। ଏହାପରେ ସେମାନଙ୍କୁ ୭ ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ। ନାସାରୁ କ୍ଲିଅରାନ୍ସ ପାଇଲେ ଭାରତ ଫେରିବେ ଦେଶର ଦ୍ବିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)