Advertisment

UPI: ଶୀଘ୍ର ମିଳିବ ରିଫଣ୍ଡ୍ , ଲାଗୁ ହେଲା ନୂଆ ନିୟମ

ଯଦି ବ୍ୟାଙ୍କକୁ ଲାଗେ ଯେ ଏହା ଏକ ପ୍ରକୃତ ସମସ୍ୟା, ଯେପରିକି ଆପ୍‌ର ନେଟୱାର୍କ ଖରାପ ଥିଲା କିମ୍ବା ବ୍ୟାଙ୍କର, ତେବେ ସେ ନିଜେ ହିଁ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିପାରିବ। ଏହାଦ୍ୱାରା ପଇସା ଫେରିବାକୁ ଲାଗୁଥିବା ସମୟ କମିଯିବ।

author-image
Manasranjan Mohanty
UPI

UPI

UPI ଆପଣଙ୍କ କାମକୁ ବହୁତ ସହଜ କରିଦେଇଛି। ପକେଟରେ ଖୁଚୁରା ପଇସା ରଖିବା କିମ୍ବା ପର୍ସ ଧରି ବୁଲିବାରୁ ମଧ୍ୟ ମୁକ୍ତି ମିଳିଛି। ଫଟାଫଟ୍ ଫୋନ୍ ବାହାର କରି, QR କୋଡ୍ ସ୍କାନ୍ କରି ପେମେଣ୍ଟ କରିଦେଉଛୁ। ବଦଳରେ କେତେବେଳେ ବଚ୍ଚନ ସାରଙ୍କ ଠାରୁ ଧନ୍ୟବାଦ ମଧ୍ୟ ମିଳିଯାଏ। ସବୁ ଠିକ୍ ଅଛି, କିନ୍ତୁ ସମସ୍ୟା ହୁଏ ଯେତେବେଳେ ଆମର ପେମେଣ୍ଟ ଅଟକି ଯାଏ। ଅର୍ଥାତ୍ ଆପଣଙ୍କ ଆକାଉଣ୍ଟରୁ ପଇସା କଟିଗଲା, କିନ୍ତୁ ଅନ୍ୟର ଆକାଉଣ୍ଟରେ କ୍ରେଡିଟ ହେଲା ନାହିଁ। ଯଦିଓ ଏହା ପାଇଁ ରିଫଣ୍ଡର ବ୍ୟବସ୍ଥା ଅଛି, ତଥାପି ପଇସା ଫେରି ଆସିବାକୁ ସମୟ ଲାଗେ।

Advertisment

ଆଗକୁ ଏପରି ହେବ ନାହିଁ କାରଣ UPIର ପରିଚାଳନା ଦେଖୁଥିବା ସଂସ୍ଥା ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏକ ନୂଆ ନିୟମ ଲାଗୁ କରିଛି। UPI ଚାର୍ଜବ୍ୟାକ ବା “ଗୁଡଫେଥ ନେଗେଟିଭ୍ ଚାର୍ଜବ୍ୟାକ” ଆପଣଙ୍କ ଅସୁବିଧାକୁ ଦୂର କରିଦେବ। କେମିତି, ଜାଣନ୍ତୁ।

ଅଧିକ ପଢ଼ନ୍ତୁ:ଦୁବାଇରେ ଖୋଲିବ ଏଆଇ ରେଷ୍ଟୁରାଣ୍ଟ, କାମ କରିବ ଏଆଇ ରୋଷେୟା

ଗୁଡ ଫେଥ ନେଗେଟିଭ୍ ଚାର୍ଜବ୍ୟାକ

ଆପଣଙ୍କ ଆକାଉଣ୍ଟରୁ ପଇସା କଟିଗଲା, କିନ୍ତୁ ସାମନା ବ୍ୟକ୍ତିର ଆକାଉଣ୍ଟରେ ଟ୍ରାନ୍ସଫର ହେଲା ନାହିଁ। ଏହାପରେ ଆପଣ ସମ୍ପୃକ୍ତ ଆପ୍‌ର କଷ୍ଟମର କେୟାରଠାରୁ ଆରମ୍ଭ କରି NPCIର ହେଲ୍ପଲାଇନ ପର୍ଯ୍ୟନ୍ତ ସାହାଯ୍ୟ ମାଗନ୍ତି। ସାହାଯ୍ୟ ମିଳେ ମଧ୍ୟ, କିନ୍ତୁ ପଇସା ଫେରିବାକୁ ସମୟ ଲାଗେ। କାରଣ ପୂରା ପ୍ରକ୍ରିୟା NPCI ଏବଂ ବ୍ୟାଙ୍କ ମଧ୍ୟରେ ହୁଏ।

Advertisment

NPCI ବ୍ୟାଙ୍କକୁ ହଁ କହିଲେ ତାପରେ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ କରେ। ଏହି ପ୍ରକ୍ରିୟାକୁ ଏବେ ଆହୁରି ସହଜ କରାଯାଇଛି, ଯେଉଁଥିରେ ବ୍ୟାଙ୍କ ନିଜେ UPI ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିପାରିବ, NPCIର ଅନୁମୋଦନର ଅପେକ୍ଷା ନକରି। ପ୍ରକୃତରେ ପଇସା ରିଫଣ୍ଡ କରିବାର ପ୍ରକ୍ରିୟା UPI Reference Complaints System (URCS) ମାଧ୍ୟମରେ ବ୍ୟାଙ୍କ ପାଖରେ ପହଞ୍ଚେ। ନୂଆ ବ୍ୟବସ୍ଥାରେ ବ୍ୟାଙ୍କ URCSର ଅନୁମୋଦନ ବିନା ମଧ୍ୟ କାମ କରିପାରିବ।

ଯଦି ବ୍ୟାଙ୍କକୁ ଲାଗେ ଯେ ଏହା ଏକ ପ୍ରକୃତ ସମସ୍ୟା, ଯେପରିକି ଆପ୍‌ର ନେଟୱାର୍କ ଖରାପ ଥିଲା କିମ୍ବା ବ୍ୟାଙ୍କର, ତେବେ ସେ ନିଜେ ହିଁ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିପାରିବ। ଏହାଦ୍ୱାରା ପଇସା ଫେରିବାକୁ ଲାଗୁଥିବା ସମୟ କମିଯିବ।

NPCI ଏହି ଅପଡେଟ୍ ସମ୍ପର୍କରେ ୨୦ ଜୁନ ୨୦୨୫ରେ ଘୋଷଣା କରିଥିଲା। ଏବେ ଏହାକୁ ଲାଗୁ କରାଯାଇଛି। NPCI ଏହାକୁ RGNB (Remitting bank raising good faith negative chargeback) ନାମ ଦେଇଛି। ଅର୍ଥାତ୍ ଆମେ ଆପଣଙ୍କ ଉପରେ ଭରସା କରୁଛୁ ଯେ ଆପଣ କିଛି ଭୁଲ କରିନାହାଁନ୍ତି ଏବଂ ଯଦି ଆମର ଭୁଲ ଅଛି, ଆମେ ତାହା ଠିକ୍ କରିଦେଉଛୁ।

ଅଧିକ ପଢ଼ନ୍ତୁ:ଆସିଲା ନୂଆ ଫିଚର୍ , ହୋଇଛି ଏଆଇର ବ୍ୟବହାର...ଚେକ୍ କରିନିଅନ୍ତୁ ଫୋନ୍

UPI Transactions UPI Payment
Advertisment
Related Articles
Advertisment