Advertisment

Shooters Arrested: ମୋବାଇଲ ଲୋକେସନରୁ ହେଲେ ଟ୍ରାକ୍‌, ପଚରାଉଚରା କରୁଛି ପୋଲିସ

ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ କୋଲକାତାର ଏକ ଗେଷ୍ଟ ହାଉସରେ ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଆଘାତ ଲାଗିଥିଲା।

author-image
Manasranjan Mohanty
ଅଦ୍ୟତନ ହୋଇଛି
Shooters Arrested

Shooters Arrested

ପାଟନା ହସ୍ପିଟାଲ ଗୁଳିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା । ଚନ୍ଦନ ମିଶ୍ରା ହତ୍ୟା ମାମଲାରେ ସାମିଲ ତୌସିଫ ବାଦଶାହ ସମେତ ପାଞ୍ଚଜଣ ଶୁଟରଙ୍କୁ ଗିରଫ କରାଯାଇଛି। ବିହାର ପୁଲିସ ଏବଂ ପଶ୍ଚିମବଙ୍ଗ ପୁଲିସ ମିଳିତ ଭାବେ କୋଲକାତାରେ ଚଢ଼ାଉ କରିଥିଲେ। ନ୍ୟୁ ଟାଉନ ଅଞ୍ଚଳରୁ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

Advertisment

ପାଟନା ଏବଂ ବକ୍ସରରୁ ମଧ୍ୟ ଅନ୍ୟ ତିନିଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ କୋଲକାତାର ଏକ ଗେଷ୍ଟ ହାଉସରେ ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା।

ପରେ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ କୋଲକାତା ପୋଲିସ ମୁଖ୍ୟାଳୟକୁ ନିଆଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତ ନ୍ୟୁ ଟାଉନ ଅଞ୍ଚଳରେ ଏକ ହାଉସିଂ କମ୍ପ୍ଲେକ୍ସର ଫ୍ଲାଟରେ ଲୁଚି ରହିଥିଲେ। ପାଞ୍ଚଜଣଙ୍କ ମଧ୍ୟରୁ ଚାରିଜଣ ସିଧାସଳଖ ହତ୍ୟାରେ ସାମିଲ ଥିଲେ। ପଞ୍ଚମ ଅଭିଯୁକ୍ତ ଅପରାଧରେ ସାମିଲ ଥିଲେ ନା ଅଭିଯୁକ୍ତମାନଙ୍କୁ ଲୁଚିବାରେ ସାହାଯ୍ୟ କରିଥିଲେ, ତାହାର ତଦନ୍ତ ଚାଲିଛି।

Advertisment

ଏହି ଘଟଣା ପରେ ସମସ୍ତେ ପାଟନାରୁ ପଳାଇ ଆସି କୋଲକାତାରେ ଲୁଚିଥିଲେ । ସେମାନଙ୍କ ମୋବାଇଲ ଲୋକେସନ ମାଧ୍ୟମରେ ସେମାନଙ୍କୁ ଟ୍ରାକ୍‌ କରାଯାଇଥିଲା । ବିହାର ପୋଲିସ ଅଭିଯୁକ୍ତମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାନଜିଟ ରିମାଣ୍ଡ ମାଗିବ।

ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ ଜବତ କରାଯାଇଛି। ସେମାନଙ୍କ କଲ ଲିଷ୍ଟ ଏବଂ ହ୍ୱାଟସଆପ ଚାଟର ତଦନ୍ତ ଚାଲିଛି। ଜୁଲାଇ ୧୭ରେ ବିହାରର ରାଜଧାନୀ ପାଟନାର ପାରସ ହସ୍ପିଟାଲରେ ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରଙ୍କ ହତ୍ୟା କରାଯାଇଥିଲା।

ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ପାଞ୍ଚଜଣ ଅପରାଧୀ ବନ୍ଧୁକ ସହ ହସ୍ପିଟାଲରେ ପଶିବା ଦେଖାଯାଇଥିଲା। ଏହି ଅପରାଧୀମାନଙ୍କ ମଧ୍ୟରେ ଜଣେ ଏପରି ବ୍ୟକ୍ତି ଥିଲେ, ଯିଏ ଏକ ସେକେଣ୍ଡ ପାଇଁ ମଧ୍ୟ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରି ନଥିଲେ। ସେ ସବୁଠାରୁ ଆଗରେ ଚାଲିଥିଲେ। ତାକୁ ତୌସିଫ ବାଦଶାହ ଭାବେ ଚିହ୍ନଟ କରାଯାଇଛି।

ପୋଲିସ ଅନୁସାରେ, ତୌସିଫ ବାଦଶାହ ପାଟନାର ଫୁଲୱାରୀ ଶରୀଫର ବାସିନ୍ଦା। ମୃତ ଚନ୍ଦନ ମିଶ୍ର ପାଟନାର ବେଉର ଜେଲରୁ ପାରୋଲରେ ବାହାରକୁ ଆସିଥିଲେ। ସେ ୧୨ଟି ହତ୍ୟା ମାମଲା ସମେତ ୨୪ଟି ଅପରାଧିକ ମାମଲାରେ ସାମିଲ ଥିଲେ। ଜୁଲାଇ ୧୮ରେ ତାଙ୍କ ପାରୋଲ ଶେଷ ହେବାର ଥିଲା।

ଅଧିକ ପଢନ୍ତୁ: ୫ ବର୍ଷର ଝିଅକୁ ତଣ୍ଟି ଚିପି ମାରିଲା, ମୃତଦେହକୁ ନେଇ ସମୁଦ୍ରରେ ଫିଙ୍ଗିଲା ବାପା

Murder Bihar
Advertisment
Related Articles
Advertisment