Advertisment

AI Chef: ଦୁବାଇରେ ଖୋଲିବ ଏଆଇ ରେଷ୍ଟୁରାଣ୍ଟ, କାମ କରିବ ଏଆଇ ରୋଷେୟା

ଉନ୍ନତ ସେନସର ଏବଂ ମେସିନ ଲର୍ଣ୍ଣିଂ କ୍ଷମତା ଯୋଗୁଁ ଗୋଟିଏ ଡିସରେ କଣ କଣ ପଡ଼ିବ, କେତେ ସମୟ ଲାଗିବ ଓ ସ୍ବାଦ କିଭଳି ରହିବ ତାହା ଏଆଇମ୍ୟାନ ସ୍ଥିର କରିପାରିବ । ସେଫ୍ ଏଆଇମ୍ୟାନ କେବଳ ଖାଦ୍ୟ ପ୍ରସ୍ତୁତ କରିବ ନାହିଁ , ଏହା ଗ୍ରାହକଙ୍କ ସହ କଥାବାର୍ତ୍ତା କରିପାରେ ।

author-image
Manasranjan Mohanty
AI Chef

AI Chef

ଦୁବାଇ ଏକ ସ୍ବପ୍ନର ସହର । ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏଠିକି ବୁଲିବାକୁ ଆସନ୍ତି । ଦେଖିଲେ ଆଶ୍ଚର୍ଯ୍ୟ ହେବେ ଦୁବାଇରେ ଲୋକଙ୍କ ଜୀବନ ସହ କିଳଭି AI ଜଡ଼ିତ ହୋଇରହିଛି । ଏବେ ଦୁବାଇରେ ଖୁବ ଶୀଘ୍ର ଖୋଲିବାକୁ ଯାଉଛି ଏଆଇ ରେଷ୍ଟୁରାଣ୍ଟ । ଏଠି କାମ କରିବ ଏଆଇ ରୋଷେୟା ।

Advertisment

ଏଆଇ ସେଫ୍ ଆପଣ କଣ ଖାଇବେ ପରାମର୍ଶ ଦେବା ସହ ଆପଣଙ୍କ ସହ ମଜାଳିଆ କଥା ବି ହେବ । ଦୁବାଇର ବୁର୍ଜଖଲିପା ନିକଟରେ ଏଆଇ ରେଷ୍ଟୁରାଷ୍ଟ ଖୋଲିବ । ଯାହାର ନାଁ ରହିଛି WOOHOO । ରେଷ୍ଟୁରାଣ୍ଟଟି ପୁରା ଏଆଇ ଦ୍ବାରା ପରିଚାଳିତ ହେବ ।

ଏଠି କାମ କରିବ ବିଶ୍ୱର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସେଫ୍ । ଯାହାର ନାଁ ରହିଛି ଏଆଇମ୍ୟାନ୍ । ଏହି AI ସେଫକୁ ଏକ ଟେକ୍ନୋଲୋଜି କମ୍ପାନୀ ଏବଂ ରେଷ୍ଟୁରାଣ୍ଟ ମିଳିତ ସହଯୋଗରେ ତିଆରି କରିଛନ୍ତି । ଯିଏ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ରକମର ଖାଦ୍ୟ ପ୍ରସ୍ତୁତ କରିବ ।

Advertisment

ଏହି ରେଷ୍ଟୁରାଣ୍ଟରେ ଲୋକ ହିଁ ରୋଷେଇ କରିବେ । ସାହାଯ୍ୟ କରିବ ଏଆଇମ୍ୟାନ । ଏହା ଏକ ଅତ୍ୟାଧୁନିକ AI ସିଷ୍ଟମ ଦ୍ୱାରା ପରିଚାଳିତ । ଯାହା ହଜାର ହଜାର ରେସିପି, ରୋଷେଇ କୌଶଳ ଶିଖିଛି। ଏହା ଗ୍ରାହକଙ୍କ ପସନ୍ଦ, ସେମାନଙ୍କର ସଂସ୍କୃତି ଅନୁଯାୟୀ ମେନୁ ପ୍ରସ୍ତୁତ କରିପାରିବ ।

ଉନ୍ନତ ସେନସର ଏବଂ ମେସିନ ଲର୍ଣ୍ଣିଂ କ୍ଷମତା ଯୋଗୁଁ ଗୋଟିଏ ଡିସରେ କଣ କଣ ପଡ଼ିବ, କେତେ ସମୟ ଲାଗିବ ଓ ସ୍ବାଦ କିଭଳି ରହିବ ତାହା ଏଆଇମ୍ୟାନ ସ୍ଥିର କରିପାରିବ । ସେଫ୍ ଏଆଇମ୍ୟାନ କେବଳ ଖାଦ୍ୟ ପ୍ରସ୍ତୁତ କରିବ ନାହିଁ , ଏହା ଗ୍ରାହକଙ୍କ ସହ କଥାବାର୍ତ୍ତା କରିପାରେ, ମେନୁ ସୁପାରିଶ କରିପାରେ ଏବଂ ଖାଦ୍ୟର ଇତିହାସ ବିଷୟରେ ମଜାଳିଆ ତଥ୍ୟ ମଧ୍ୟ ସେୟାର କରିପାରେ।

ସେଫ୍ ଏଆଇମ୍ୟାନ ବିଭିନ୍ନ ଭାଷାକୁ ବୁଝିପାରିବ । ଫଳରେ ଦୁବାଇକୁ ଆସୁଥିବା ବିଭିନ୍ନ ଦେଶର ଗ୍ରାହକ ଏକ ଭଲ ଅନୁଭୂତି ସାଉଁଟିବେ । ଦୁବାଇ ନିଜର ଆଧୁନିକତା ଏବଂ ଉଦ୍ଭାବନ ପାଇଁ ଜଣାଶୁଣା । ସହରର ବିବିଧ ଖାଦ୍ୟ ସଂସ୍କୃତି ଏବଂ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁଁ AI ସେଫ ପାଇଁ ଏକ ଆକର୍ଷଣୀୟ ବଜାର ରହିଛି

ଏହି AI ସେଫକୁ ପ୍ରଥମେ ଦୁବାଇର WOOHOO ରେଷ୍ଟୁରାଣ୍ଟରେ ପରୀକ୍ଷା କରାଯିବ। ଯେଉଁଠାରେ ଏହା ମାନବ ସେଫଙ୍କ ସହ ମିଶି କାମ କରିବ। ଏହା ରେଷ୍ଟୁରାଣ୍ଟ ଗୁଡ଼ିକୁ ଅଧିକ ଦକ୍ଷତା ସହିତ ପରିଚାଳନା କରିବା ସହ ଖର୍ଚ୍ଚ ହ୍ରାସ କରିବ । ଏହା ସହ ଗ୍ରାହକଙ୍କୁ ଏକ ନୂଆ ଅଭିଜ୍ଞତା ପ୍ରଦାନ କରିବ ।

ଅଧିକ ପଢ଼ନ୍ତୁ:ଆସିଲା ନୂଆ ଫିଚର୍ , ହୋଇଛି ଏଆଇର ବ୍ୟବହାର...ଚେକ୍ କରିନିଅନ୍ତୁ ଫୋନ୍

Resturant Dubai
Advertisment
Related Articles
Advertisment