/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751513956.jpg)
Apache helicopters
ପାକିସ୍ତାନ ସୀମାରେ ମୁତୟନ ହୋଇପାରେ ଆପାଚି ଆଟାକ୍ ହେଲିକପ୍ଟର । ଭାରତୀୟ ସ୍ଥଳସେନା ପାଇଁ ଚଳିତ ମାସ ଆମେରିକାରୁ ଆସିବ ଏହାର ପ୍ରଥମ ବ୍ୟାଚ୍ । ଆର୍ମି ଏଭିଏସନ୍ କୋର୍ ପାଇଁ ପ୍ରଥମ ବ୍ୟାଚରେ ୩ଟି ଆପାଚି ହେଲିକପ୍ଟର ଆସିବ। ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ସୀମାରେ ନିଜ ସାମର୍ଥ୍ୟ ଆହୁରି ବଢ଼ାଇବାକୁ ଚାହୁଁଛି ଭାରତୀୟ ସେନା । ଆଧୁନିକ ଆଟାକ୍ ହେଲିକପ୍ଟର ଆପାଚି AH-64E ପାଇଁ ୨୦୨୦ ମସିହାରେ ୬୦ କୋଟି ଡଲାରର ଡିଲ୍ କରିଥିଲା ଭାରତ । ଏହାର ପ୍ରଥମ ବ୍ୟାଚ୍ ୨୦୨୪ ମେ-ଜୁନ୍ ମାସରେ ଏବଂ ପରେ ୨୦୨୪ ଡିସେମ୍ବରରେ ଏହାର ଡେଲିଭରୀ ପାଇଁ ଧାର୍ଯ୍ୟ ହୋଇଥିଲା ।
ସେପଟେ ୨୦୨୪ ମାର୍ଚ୍ଚରେ ଯୋଧପୁରରେ ପ୍ରଥମ ଆପାଚି ସ୍କ୍ବାଡ୍ରନ୍ ପ୍ରସ୍ତୁତ କରିଥିଲା ଆର୍ମି ଏଭିଏସନ୍ କୋର୍ । ଏହାର ପ୍ରାୟ ୧୫ ମାସ ପରେ ବି ବୈଷୟିକ କାରଣ ଯୋଗୁଁ ଆମେରିକା ପକ୍ଷରୁ ଆପାଚି ଆଟାକ୍ ହେଲିକପ୍ଟରର ପ୍ରଥମ ବ୍ୟାଚ୍ ଡେଲିଭରିରେ ବିଳମ୍ବ ହୋଇଛି । ସୂଚନା ଯୋଗ୍ୟ ଯେ, ୨୦୧୫ରେ ହୋଇଥିବା ଅନ୍ୟ ଏକ ଡିଲ୍ ରେ ୨୨ଟି ଆପାଚି ହେଲିକପ୍ଟର ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)