• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଏଲନ୍‌ ମସ୍କଙ୍କ ନୂଆ ଘୋଷଣା । ଏଣିକି ‘ଏକ୍ସ’ରେ ମାଗଣାରେ ମିଳିବ ବଡ଼ ଫିଚର୍‌ । ଏଲନ୍‌ ମସ୍କ ‘ଏକ୍ସ’ର ଦାୟିତ୍ୱ ନେବା ପରେ, ଏହି ପ୍ଲାଟଫର୍ମରେ କ୍ରମାଗତ ଭାବରେ କିଛି ନା କିଛି ପରିବର୍ତ୍ତନ କରି ଆସୁଛନ୍ତି । ପ୍ରତିଦିନ କିଛି ନା କିଛି ନୂଆ ଫିଚର୍‌ ଓ ଅପଗ୍ରେଡ୍ ଘୋଷଣା କରିଆସୁଛନ୍ତି । ଏଣିକି ମାଗଣାରେ ‘ଏକ୍ସ’ର ପ୍ରିମିୟମ୍ ଓ ପ୍ରିମିୟମ୍ ପ୍ଲସ୍ ସେବା ପ୍ରଦାନ କରିବାକୁ ଏଲନ୍‌ ମସ୍କ ଘୋଷଣା କରିଛନ୍ତି । 

ଯଦି ଆପଣ ‘ଏକ୍ସ’ ବ୍ୟବହାର କରନ୍ତି ତେବେ ଆପଣ ମାଗଣାରେ ‘ଏକ୍ସ’ର ପ୍ରିମିୟମ୍ ସେବା ପାଇପାରିବେ । ଏଲନ୍‌ ମସ୍କ ତାଙ୍କର ‘ଏକ୍ସ’ ଆକାଉଣ୍ଟରେ ମାଗଣାରେ ପ୍ରିମିୟମ୍ ସେବା ଯୋଗାଇବାକୁ ଘୋଷଣା କରିଛନ୍ତି । ତେବେ ଏଲନ୍ ମସ୍କ ମଧ୍ୟ ଏଥିପାଇଁ ସର୍ତ୍ତ ରଖିଛନ୍ତି । ଆସନ୍ତୁ ଜାଣିବା ପୂରା ସୂଚନା...

ଅଧିକ ପଢ଼ନ୍ତୁ: ମସ୍କ୍‌ଙ୍କ ବଡ଼ ଘୋଷଣା; ୟୁଟ୍ୟୁବ୍‌ ଓ ନେଟଫ୍ଲିକ୍ସକୁ ଟକ୍କର ଦେବ 'ଏକ୍ସ'...

କଣ ରହିଛି ସର୍ତ୍ତ ? 

ଏଲନ୍ ମସ୍କ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଯେଉଁ ଉପଭୋକ୍ତା ମାନଙ୍କର ୨୫୦୦ରୁ ଅଧିକ ଭେରିଫାଏଡ୍‌ ଫଲୋର୍ସ ଅଛନ୍ତି଼ ସେମାନେ ପ୍ରିମିୟମ୍ ସେବାର ମାଗଣା ସଦସ୍ୟତା ପାଇ ପାରିବେ । ସେହିପରି ଯେଉଁ ଉପଭୋକ୍ତା ମାନଙ୍କର ୫୦୦୦ରୁ ଅଧିକ ଭେରିଫାଏଡ୍‌ ଫଲୋର୍ସ ଅଛନ୍ତି ସେମାନେ ପ୍ରିମିୟମ୍ ପ୍ଲସ୍‌ ସେବାର ମାଗଣା ସଦସ୍ୟତା ପାଇ ପାରିବେ । 

ଅନ୍ୟପଟେ ଏବେ ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ନୂଆ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ ପୋଷ୍ଟକୁ ରି-ଟ୍ୱିଟ୍ କରି ‘Coming Soon’ ଲେଖିଛନ୍ତି ଏଲନ୍ ମସ୍କ୍ । ଏହି ଯୋଜନାରେ ଏଲନ୍ ମସ୍କ୍ ଏହି ସୋସିଆଲ ପ୍ଲାଟଫର୍ମକୁ ସ୍ମାର୍ଟ ଟିଭି ସହ କନେକ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏହି ସୁବିଧା ୟୁଜର୍ସଙ୍କ ପାଇଁ ମାଗଣା ଉପଲବ୍ଧ ହେବ କି କିଛି ଚାର୍ଜ ନିଆଯିବ ସେ ନେଇ କୌଣସି ଘୋଷଣା ହୋଇନାହିଁ ।

ଅଧିକ ପଢ଼ନ୍ତୁ: ନ୍ୟୁରାଲିଙ୍କର କମାଲ୍; ଭାବିବା ମାତ୍ରେ ଚାଲୁଛି କମ୍ପ୍ୟୁଟର, ଖେଳି ହେଉଛି ଚେସ୍, ଦେଖନ୍ତୁ ଭିଡିଓ