• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଏଲନ୍ ମସ୍କ୍‌ଙ୍କ ବଡ଼ ଘୋଷଣା । 'ଏକ୍ସ'ରେ ଆସିବ ନୂଆ ଫିଚର୍‌ ! ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର । ଯେଉଁଥିରେ ଆପଣ 'ଏକ୍ସ'ରେ ଦେଖି ପାରିବେ ଲମ୍ୱା ଭିଡ଼ିଓ । 'ଏକ୍ସ'ର ମାଲିକ ହେବା ପରେ ଏଲନ୍ ମସ୍କ୍ ଏହି ସୋସିଆଲ ପ୍ଲାଟଫର୍ମର ନାମ ପରିବର୍ତ୍ତନ କରିବା ସହ ବ୍ଲୁ ଟିକ୍ ପାଇଁ ମଧ୍ୟ ପେଡ୍ ବ୍ୟବସ୍ଥା କରିଛନ୍ତି । ସବୁବେଳେ କିଛି ନା କିଛି ନୂଆ କରିଥାନ୍ତି ଏଲନ୍ ମସ୍କ୍‌ । 

ମସ୍କ୍ ଲଗାତାର ଭାବରେ ୟୁଜର୍ସଙ୍କୁ ନୂଆ ଅନୁଭୂତି ଦେବାକୁ ଫିଚରରେ ପରିବର୍ତ୍ତନ ଆଣୁଛନ୍ତି । ଏବେ ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ନୂଆ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ ପୋଷ୍ଟକୁ ରି-ଟ୍ୱିଟ୍ କରି ‘Coming Soon’ ଲେଖିଛନ୍ତି ଏଲନ୍ ମସ୍କ୍ । 

 

ଏହି ଯୋଜନାରେ ଏଲନ୍ ମସ୍କ୍ ଏହି ସୋସିଆଲ ପ୍ଲାଟଫର୍ମକୁ ସ୍ମାର୍ଟ ଟିଭି ସହ କନେକ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏହି ସୁବିଧା ୟୁଜର୍ସଙ୍କ ପାଇଁ ମାଗଣା ଉପଲବ୍ଧ ହେବ କି କିଛି ଚାର୍ଜ ନିଆଯିବ ସେ ନେଇ କୌଣସି ଘୋଷଣା ହୋଇନାହିଁ ।

ଏହାକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ ଡୋଜି ଡିଜାଇନରଙ୍କ ଏକ ପୋଷ୍ଟ ଶେୟାର କରିଛନ୍ତି ମସ୍କ । ଯେଉଁଥିରେ ସ୍ମାର୍ଟ ଟିଭି ଭିତରେ ଏକ୍ସ ପ୍ଲାଟଫର୍ମକୁ ଦେଖିବାକୁ ମିଳୁଛି । ଏହାକୁ ରି-ଟ୍ୱିଟ୍ କରି Coming Soon ଲେଖିଛନ୍ତି ଏଲନ୍ ମସ୍କ୍ ।