/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748855097.jpg)
Gukesh remains humble after epic win against Magnus Carlsen
ନରୱେ ଚେସ୍ ୨୦୨୫ରେ ଭାରତର ଦବଦବା । ଚେସ୍ ଖେଳାଳି ବିଶ୍ବ ଚାମ୍ପିୟନ ଡି ଗୁକେଶଙ୍କୁ ବଡ଼ ସଫଳତା । ୱାର୍ଲ୍ଡ ନଂ ୧ ମାଗନସ୍ କାର୍ଲସନ୍ଙ୍କୁ ହରାଇ ଐତିହାସିକ ବିଜୟ ହାସଲ କରିଛନ୍ତି ଗୁକେଶ । କ୍ସାସିକାଲ୍ ଚେସ୍ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ କାର୍ଲସେନ୍ଙ୍କୁ ହରାଇଛନ୍ତି ଡି ଗୁକେଶ । ଟୁର୍ଣ୍ଣାମେଣ୍ଟ ଶେଷରେ କିନ୍ତୁ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ତେବେ ମ୍ୟାଚ ସରିବା ପରେ ଉଭୟଙ୍କ ରିଆକ୍ସନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗୁକେଶଙ୍କ ଠାରୁ ହାରିବା ପରେ ମାଗନସ୍ କାର୍ଲସେନ୍ ବିଚଳିତ ହୋଇପଡ଼ିଥିଲେ । ଏପରିକି ସେ ଟେବୁଲକୁ ବାଡେଇବା ସହିତ ଗୋଟି ଗୁଡିକ ଏପଟ ସେପଟ କରି ଦେଇଥିଲେ। କିନ୍ତୁ ନମ୍ବର ୱାନ୍ ଖେଳାଳିଙ୍କୁ ହରାଇଥିବା ଗୁକେଶ ଶାନ୍ତ ସ୍ଥିର ନଜର ଆସିଥିଲେ ।
ଅଧିକ ପଢ଼ନ୍ତୁ: ବଢିଲା କଳ୍ପନା, ଆରମ୍ଭ ହେଲା ଚର୍ଚ୍ଚା: ଧଳା ଜର୍ସି ପିନ୍ଧି ପୁଣି କମାଲ୍ କରିବେ କି ରନ୍ ମେସିନ୍ ?
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ନେଟିଜେନ୍ଙ୍କ ଉତ୍ସାହ ଦେଖିବାକୁ ମିଳିଛି ।
Proud moment 🇮🇳
India’s young World Champion @DGukesh stuns World No. 1 Magnus Carlsen at #NorwayChess2025! A historic first classical win — showing India’s rising chess dominance. 🇮🇳pic.twitter.com/SuuEmiacvD— Baijayant Jay Panda (@PandaJay) June 2, 2025
ବିଭିନ୍ନ ମହଲରୁ ଡି ଗୁକେଶଙ୍କୁ ଶୁଭେଚ୍ଛା ମିଳୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହି ସଫଳତା ପାଇଁ ଡି ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଗର୍ବର ମୁହୁର୍ତ୍ତ । ଭାରତର ଯୁବ ବିଶ୍ବ ଚାମ୍ପିଅନ ଡି ଜୁକେଶ ୱାର୍ଲଡ ନଂ ୧ ଖେଳାଳି ମାଗନସଙ୍କୁ ହରାଇ ଐତିହାସିକ ବିଜୟ ହାସଲ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଭାରତ ଚେସ୍ ପ୍ରତିଯୋଗିତାରେ ଦବଦବା ରଖୁଥିବା କହିଛନ୍ତି ବୈଜୟନ୍ତ ।
ଏହି ମ୍ୟାଚରେ ସର୍ବ କନିଷ୍ଠ ବିଶ୍ବ ଚାମ୍ପିୟନ ଗୁକେଶ ପଛୁଆ ରହିଥିଲେ। କଳା ଗୋଟିରେ ଖେଳୁଥିବା କାର୍ଲସନ ଚମତ୍କାର ପ୍ରଦର୍ଶନ କରି ଆଗୁଆ ରହିଥିଲେ। ତେବେ ଅନ୍ତିମ କିଛି ସେକେଣ୍ଡରେ ଗୁକେଶ ଚମତ୍କାର ଧୈର୍ଯ୍ୟର ପରିଚୟ ଦେଖାଇ ବିଜୟୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗୁକେଶ ବିଶ୍ବ ଚାମ୍ପିୟନଶିପରେ ଡିଙ୍ଗ ଲିରେନଙ୍କୁ ହରାଇ ଜିତିଥିଲେ ମଧ୍ୟ କାର୍ଲସନ ତାଙ୍କୁ ନିୟମିତ ଭାବେ ସମାଲୋଚନା କରୁଥିଲେ। ଏହି ବିଜୟ ସହିତ କାର୍ଲସନଙ୍କୁ ଦୃଢ ଜବାବ ଦେଇଛନ୍ତି ଭାରତୀୟ ସେନସେସନ।
Constable Arrested: ପୋଲିସ ସ୍ପେଶାଲ ସେଲରୁ ୫୧ ଲକ୍ଷ ଚୋରି, ହେଡ୍ କନଷ୍ଟେବଲ ହିଁ ଚୋର
Explosives seized in Jharkhand: ସୁରକ୍ଷାକର୍ମୀଙ୍କ ହାତରେ ଲାଗିଲା ଅଢେଇ ଟନର ବିସ୍ଫୋରକ; ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ

Virat Kohli: ବଢିଲା କଳ୍ପନା, ଆରମ୍ଭ ହେଲା ଚର୍ଚ୍ଚା: ଧଳା ଜର୍ସି ପିନ୍ଧି ପୁଣି କମାଲ୍ କରିବେ କି ରନ୍ ମେସିନ୍ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)