Advertisment

Shreyas Iyer's Record as Captain: ଆଇପିଏଲର ପ୍ରଥମ ଥର ଏମିତି ରେକର୍ଡ କଲେ ଶ୍ରେୟସ ଆୟର

ଫଳ ସ୍ବରୂପ ଶ୍ରେୟସ ଆୟର ଆଇପିଏଲରେ ୩ଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଥିବା ବେଳେ ପ୍ଲେ ଅଫରେ ପ୍ରବେଶ କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି। ଆୟର ୨୦୧୯ ଓ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଥିଲେ। ଉଭୟ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫରେ ପ୍ରବେଶ କରିଥିଲା। ଏହା ମଧ୍ୟରୁ ଗୋଟିଏ ସିଜନରେ କ୍ୟାପିଟାଲ୍ସ ରନର ଅପ ମଧ୍ୟ ହୋଇଥିଲା।

iyer

iyer

Advertisment

ଭାରତୀୟ କ୍ରିକେଟର ବ୍ଲୁ ଆଏଡ ବୟ ଶ୍ରେୟସ ଆୟର। ନିଜର ଆକ୍ରମଣାତ୍ମକ କ୍ରିକେଟ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଆୟର ଆଇପିଏଲ ଇତିହାସର ପ୍ରଥମ ଖେଳାଳି ଭାବେ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଆୟରଙ୍କ ନେତୃତ୍ବରେ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଉଭୟ ଅଲଗା ହୋଇ ଯାଇଥିଲେ। କେକେଆର ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଘୋଷଣା କରିଥିଲା। ଅନ୍ୟ ପକ୍ଷରେ ଆଇପିଏଲ ଇତହାସର ଦ୍ବିତୀୟ ମହଙ୍ଗା ଖେଳାଳି ରହିଥିବା ଆୟର ପଞ୍ଜାବ କିଙ୍ଗ୍ସର ଅଧିନାୟକ ଦାୟିତ୍ବ ସମ୍ଭାଳିଥିଲେ। ରବିବାର ଡବଲ ହେଡର ମ୍ୟାଚରେ ଶ୍ରେୟସ ଆୟରଙ୍କ ପଞ୍ଜାବ କିଙ୍ଗ୍ସ ୧୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଏହା ସହ ଦଳ ପ୍ଲେ ଅଫରେ ମଧ୍ୟ ପ୍ରବେଶ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

ଫଳ ସ୍ବରୂପ ଶ୍ରେୟସ ଆୟର ଆଇପିଏଲରେ ୩ଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଥିବା ବେଳେ ପ୍ଲେ ଅଫରେ ପ୍ରବେଶ କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି। ଆୟର ୨୦୧୯ ଓ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଥିଲେ। ଉଭୟ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫରେ ପ୍ରବେଶ କରିଥିଲା। ଏହା ମଧ୍ୟରୁ ଗୋଟିଏ ସିଜନରେ କ୍ୟାପିଟାଲ୍ସ ରନର ଅପ ମଧ୍ୟ ହୋଇଥିଲା। ପରେ ରିଷଭ ପନ୍ତଙ୍କୁ ଅଧିନାୟକତ୍ବ ମିଳିଥିବା ବେଳେ ଆୟର କ୍ୟାପିଟାଲ୍ସ ଛାଡି କୋଲକାତା ନାଇଟ ରାଇଡର୍ସରେ ଯୋଗ ଦେଇଥିଲେ। ୨୦୨୪ରେ ଦଳକୁ ଚାମ୍ପିୟନ କରିଥିଲେ ମଧ୍ୟ ଆୟରଙ୍କୁ ରିଟେନ କରି ନ ଥିଲା କେକେଆର। ଚଳିତ ସିଜନରେ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା।

Advertisment

ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆୟରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲେ ମଧ୍ୟ ସେ କେବଳ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ନେହାଲ ୱଧେରା ୩୭ ବଲରୁ ୭୦ ଓ ଶଶାଙ୍କ ସିଂ ୩୦ ବଲରୁ ୫୯ ରନ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ଆୟର ୨୫ ବଲରୁ ୩୦ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୫ ୱିକେଟ ହରାଇ ୨୧୯ ରନ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୭ ୱିକେଟ ହରାଇ ୨୦୯ ରନ କରିଥିଲା। ଦଳ ପକ୍ଷରୁ ଧ୍ରୁବ ଜୁରେଲ ସର୍ବାଧିକ ୫୩ ଓ ଯଶସ୍ବୀ ଜୟସ୍ବାଲ ୫୦ ରନ କରିଥିଲେ। ପଞ୍ଜାବ ପକ୍ଷରୁ ସବଷ୍ଟିଚ୍ୟୁଟ ଭାବେ ଆସିଥିବା ହରପ୍ରୀତ ବ୍ରାର ୨୨ ରନରେ ୩ ୱିକେଟ ନେଇ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।

ଆଇପିଏଲରେ ଚଳିତ ସିଜନରେ ବର୍ତ୍ତମାନ ସୁଦ୍ଧା ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ସେହିପରି ଅନ୍ୟ ଗୋଟିଏ ବଳକା ସ୍ଥାନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ।

Advertisment

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

Shreyas Iyer Punjab Kings IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ