kohli
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ ତମ ସଂସ୍କରଣ ଜାରି ରହିଥିବା ବେଳେ ଗୁରୁବାର ପରସ୍ପରକୁ ଭେଟିବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବାକୁ ଥିବା ବେଳେ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବା ନେଇ ଫ୍ୟାନ ମାନେ ଆଶା କରିଛନ୍ତି। ଚଳିତ ସଂସ୍କରଣରେ ଦିଲ୍ଳୀ କ୍ୟାପିଟାଲ୍ସ ୩ ମ୍ୟାଚରୁ ୩ ବିଜୟ ହାସଲ କରି ସାରିଛି। ଅନ୍ୟ ପକ୍ଷରେ ଆରସିବି ୪ ମ୍ୟାଚ ଖେଳି ୩ ବିଜୟ ଓ ୧ ପରାଜୟ ହାସଲ କରିଛି।
ଦିଲ୍ଳୀ କ୍ୟାପିଟାଲ୍ସ ଏଯାବତ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରି ନ ଥିବା ବେଳେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରଜତ ପଟିଦାରଙ୍କ ନେତୃତ୍ବରେ ଏହାର ବିଜୟ ରଥ ରୋକିବାକୁ ପ୍ରୟାସ କରିବେ ବିରାଟ କୋହଲି। ଦିଲ୍ଲୀର ଯୁବକ ବିରାଟ ବିଗତ ୧୮ ବର୍ଷ ଧରି ଆରସିବି ପକ୍ଷରୁ ଖେଳି ଆସୁଛନ୍ତି। ସେ ଦିଲ୍ଲୀ ବିପକ୍ଷରେ ସଫଳ ହେବା ନେଇ ଆରସିବି ଫ୍ୟାନ ଆଶା କରିବେ। ଅନ୍ୟ ପକ୍ଷରେ ଆରସିବି ୪ ମ୍ୟାଚରୁ ୩ ବିଜୟ ହାସଲ କରିଛି। ତେବେ ୩ଟି ଯାକ ଆୱେ ମ୍ୟାଚରେ ଦଳ ବିଜୟ ହାସଲ କରିଛି। ଅପର ପକ୍ଷରେ ଗୁଜରାଟ ଟାଇଟନ୍ସ ବିପକ୍ଷ ଘରୋଇ ମ୍ୟାଚରେ ପରାଜିତ ହୋଇଥିଲା ଆରସିବି।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?
ଚିନ୍ନାସ୍ବାମୀର ଛୋଟ ଗ୍ରାଉଣ୍ଡ ବ୍ୟାଟରଙ୍କ ପାଇଁ ସର୍ବଦା ଭୂସ୍ବର୍ଗ ରହିଥାଏ। ଗ୍ରାଉଣ୍ଡ କ୍ଲିୟର କରିବାର ଦକ୍ଷତା ରଖୁଥିବା ବ୍ୟାଟର ଏଠାରେ ବିପୁଳ ରନ ସ୍କୋର କରିଥାନ୍ତି। ସେହିପରି ପୂର୍ବରୁ ଏହି ଗ୍ରାଉଣ୍ଡରେ ଆରସିବିର ଟ୍ରମ୍ପକାର୍ଡ ସାବ୍ୟସ୍ତ ହେଉଥିବା ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲ ବର୍ତ୍ତମାନ ଦଳ ସହିତ ନାହାନ୍ତି। ତେବେ ଭୁବନେଶ୍ବର କୁମାର, ୟଶ ଦୟାଲ ଓ ଜୋଶ ହେଜେଲଉଡ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ସ୍ପିନ ବୋଲିଂ ବିଭାଗରେ ଆରସିବି ସାମାନ୍ୟ ଦୁର୍ବଳ ମନେ ହେଉଛି। ଅନ୍ୟ ପକ୍ଷରେ ୨୦୧୭ରେ ବିସ୍ଫୋରକ ବ୍ୟାଟିଂ କରିଥିବା ଅନ୍ୟତମ ଆରସିବି ବ୍ୟାଟର ଲୋକେଶ ରାହୁଲ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଅଛନ୍ତି।
ଅକ୍ଷର ପଟେଲଙ୍କ ନେତୃତ୍ବରେ ଦିଲ୍ଲୀ ଭଲ ପ୍ରଦର୍ଶନ କରିଛି। ଦଳର ସ୍ପିନର ମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ମିଚେଲ ଷ୍ଟାର୍କଙ୍କ ନେତୃତ୍ବରେ ପେସ ବୋଲର ମଧ୍ୟ ଭଲ ଖେଳିଛନ୍ତି। ଦିଲ୍ଲୀ ଦଳର ଡେଥ ଓଭର ସ୍ପେଶାଲିଶ୍ଟ ରଶିଖ ଦର ସଲାମ ବର୍ତ୍ତମାନ ଆରସିବିରେ ଥିବା ବେଳେ ତାଙ୍କୁ ଏହି ମ୍ୟାଚ ପାଇଁ ସୁଯୋଗ ମିଳିପାରେ।
ଉଭୟ ଦଳ ମଧ୍ୟରେ ସମୁଦାୟ ୩୧ ମ୍ୟାଚ ଖେଳା ଯାଇଥିବା ବେଳେ ଆରସିବି ୧୯ ଓ ଦିଲ୍ଲୀ ୧୧ଟିରେ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ଗୋଟିଏ ମ୍ୟାଚ ବିନା ଫଳାଫଳରେ ଶେଷ ହୋଇଛି। ବିରାଟ କୋହଲି ୨୯ ମ୍ୟାଚରେ ୯୯ର ସର୍ବାଧିକ ସ୍କୋର ସହ ୧୦୮୧ ରନ ସ୍କୋର କରିଛନ୍ତି। ରଜତ ପଟିଦାରଙ୍କ ନେତୃତ୍ବରେ ଦଳ ମୁମ୍ବାଇ ଓ ଚେନ୍ନାଇର ଗଡ ଜିତି ସାରିଥିବା ବେଳେ ଚିନ୍ନାସ୍ବାମୀ ଜିତିବା ବାକି ରହିଛି। ବିରାଟ କୋହଲିଙ୍କ ଭଲ ପ୍ରଦର୍ଶନ ବଳରେ ହିଁ ଏହା ସମ୍ଭବ ହୋଇ ପାରିବ। ଅନ୍ୟ ପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜରିଆରେ ଚିନ୍ନାସ୍ବାମୀରେ ଚଳିତ ସିଜନର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ଆରସିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kohli_1744266680.jpg)