Advertisment

RCB Won: ବିଜୟରୁ ଅଭିଯାନ ଆରମ୍ଭ କଲା କୋହଲିଙ୍କ ଆରସିବି

ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରି ବିଜୟୀ ହୋଇଛି ଆରସିବି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୦ ଓଭରରେ ୮ ୱିକେଟ ବିନିମୟରେ ୧୭୪ ରନ କରିଥିଲା। ଜବାବରେ ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଅର୍ଦ୍ଧଶତକ ବଳରେ ଆରସିବି ୧୬.୨ ଓଭରେ ୩ ୱିକେଟ ହରାଇ ୧୭୭ ରନ କରି ମ୍ୟାଚକୁ ଜିତି ନେଇଥିଲା।

rcb

rcb

Advertisment

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୮ ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରି ବିଜୟୀ ହୋଇଛି ଆରସିବି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୦ ଓଭରରେ ୮ ୱିକେଟ ବିନିମୟରେ ୧୭୪ ରନ କରିଥିଲା। ଜବାବରେ ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଅର୍ଦ୍ଧଶତକ ବଳରେ ଆରସିବି ୧୬.୨ ଓଭରେ ୩ ୱିକେଟ ହରାଇ ୧୭୭ ରନ କରି ମ୍ୟାଚକୁ ଜିତି ନେଇଥିଲା।

Advertisment

ବିରାଟ କୋହଲି ନିଜ ଆଇପିଏଲ କ୍ୟାରିୟରର ୪୦୦ ତମ ମ୍ୟାଚ ଖେଳୁଥିବା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଗାୟିକା ଶ୍ରେୟା ଘୋଷାଲ, କରଣ ଔଜୁଲା, ଦିଶା ପଟାନୀ ଓ ଶାହରୁଖ ଖାନ ଉଦଘାଟନୀ ସମାରୋହର ଅଂଶ ରହିଥିଲେ। ଆରସିବିର ନୂଆ ଅଧିନାୟକ ରଜତ ପାଟିଦାର ଟସ ଜିତି ପ୍ରଥମେ ବୋଲିଂ କରିଥିଲେ। ପ୍ରଥମ ଓଭରରେ କେକେଆର ବିପଜ୍ଜନକ କ୍ବିଣ୍ଟନ ଡିକକଙ୍କ ୱିକେଟ ହରାଇଥିଲା।

ଅଧିକ ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ହାର୍ଦ୍ଦିକ ବ୍ୟାନ୍ ହେବାପରେ କିଏ ହେବେ ଅଧିନାୟକ?

Advertisment

ତେବେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ସୁନୀଲ ନାରିନ ତୃତୀୟ ୱିକେଟରେ ୧୦୩ ରନ ଯୋଡିଥିଲେ। ରାହାଣେ ସୟଦ ମୁସ୍ତାକ ଅଲୀର ଫର୍ମ ଦୋହରାଇବା ସହ ୩୧ ବଲରୁ ୫୬ ରନ କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ଅନ୍ୟ ପକ୍ଷରେ ସୁନୀଲ ନାରିନ ୨୬ ବଲ ଖେଳି ୫ ଚୌକା ଓ ୩ ଛକା ସହ ୪୪ ରନ କରିଥିଲେ।

ଆଜିଙ୍କ୍ୟ ରାହାଣେ ଓ ସୁନୀଲ ନାରିନ ମାତ୍ର ୨ ରନ ମଧ୍ୟରେ ପ୍ୟାଭିଲିୟନ ଫେରିବା ପରେ କେକେଆରର ମଧ୍ୟକ୍ରମ ଫେଲ ମାରିଥିଲା। ଫଳରେ ପ୍ରଥମ ୧୦ ଓଭରରେ ୧୦୭ ରନ କରିଥିବା କେକେଆର ଅନ୍ତିମ ୧୦ ଓଭରରେ ମାତ୍ର ୬୭ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗକ୍ରୀଶ ରଘୁବଂଶୀ ୩୦ ରନ କରିଥିଲେ। ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା ୩, ଜୋଶ ହେଜେଲଉଡ ୨, ୟଶ ଦୟାଲ, ରଶିଖ ଦଯର ସଲାମ ଓ ସୁୟଶ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

୧୭୫ ରନ ଲକ୍ଷ୍ୟ ନେଇ ଆରସିବି ପକ୍ଷରୁ ଧୂଆଁଧାର ଆରମ୍ଭ କରିଥିଲେ ଫିଲ ସଲ୍ଟ ଓ ବିରାଟ କୋହଲି। ପ୍ରଥମ ୬ ଓଭରରେ ଉଭୟ ୮୦ ରନ ଯୋଡିବା ସହ କେକେଆର ହାତରୁ ମ୍ୟାଚ ଛଡାଇ ନେଇଥିଲେ। ନିଜ ପୂର୍ବ ଫ୍ରାଞ୍ଚାଇଜ ବିପକ୍ଷରେ ସଲ୍ଟ ୫୬ ରନ କରିଥିଲେ। ୩୧ ବଲର ଏହି ଇନିଂସରେ ୯ ଚୌକା ଓ ୨ ଛକା ସାମିଲ ଥିଲା। ଅନ୍ୟ ପକ୍ଷରେ ୪୦୦ ତମ ଆଇପିଏଲ ମ୍ୟାଚ ଖେଳୁଥିବା ବିରାଟ ଶେଷ ଯାଏ ଅପରାଜିତ ରହି ଦଳକୁ ଫିନିଶ ଲାଇନ ପାର କରିଥିଲେ। ୩୬ ବଲ ଖେଳି ଅପରାଜିତ ୫୯ ରନ କରିଥିବା କୋହଲିଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରଜତ ପଟିଦାର ୧୬ ବଲରୁ ୩୪ ରନ କରିଥିଲେ। କେକେଆର ପକ୍ଷରୁ ବୈଭବ ଅରୋରା, ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ବାଜିଲା କୋର୍ଟଙ୍କ ମୋହର; ଛାଡ଼ପତ୍ର ପରେ ଧନଶ୍ରୀଙ୍କୁ ଏ‌ତେ କୋଟି ଦେବେ ଚହଲ

Virat Kohli Ajinkya Rahane IPL RCB Vs KKR IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ