ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL)ର ୧୮ତମ ସିଜିନ୍ । ଯେଉଁଥିରେ ମାର୍ଚ୍ଚ ୨୩ ତାରିଖରେ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଉଦଘାଟନୀ ମ୍ୟାଚ୍ ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ । ପୂର୍ବ ବର୍ଷ ଭଲ ପ୍ରଦର୍ଶନ କରିନଥିବା ମୁମ୍ବାଇ ଇଣ୍ଡିଆନ୍ସ,ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବାକୁ ପାଣ୍ଡ୍ୟାଙ୍କ ନେତ୍ବତ୍ୱରେ ମଇଦାନକୁ ଓହ୍ଲାଇବ । ହେଲେ ଏହା ପୂର୍ବରୁ ଦଳକୁ ଲାଗିଛି ବଡ ଝଟକା ।
ଆଇପିଏଲର ପ୍ରଥମ ଅଭିଯାନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି । କାରଣ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଲମ୍ବନ ଯୋଗୁଁ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ । ଅନ୍ୟପଟେ ଦଳର ଷ୍ଟାର ବୋଲର ଯସପ୍ରୀତ ବୁମ୍ରା ଆଘାତ ଯୋଗୁ କିଛି ମ୍ୟାଚରୁ ବାହାରେ ରହିପାରନ୍ତି ।
Also Read
ବ୍ୟାକ୍ ଇଂଜୁରୀ କାରଣରୁ ଚାମ୍ପିୟନ୍ସ ଟ୍ରଫି ଖେଳିପାରିନଥିଲେ ବୁମରା । ମୁମ୍ବାଇ ପାଇଁ ମଧ୍ୟ ଆଇପିଏଲ ପ୍ରାରମ୍ଭରୁ କିଛିଟା ମ୍ୟାଚ୍ରେ ବୁମରା ଖେଳିପାରିବେ ନାହିଁ । ଫଳରେ ପ୍ରଥମ ମ୍ୟାଚ୍ ପୂର୍ବରୁ ମୁମ୍ବାଇକୁ ଲାଗିଛି ଡବଲ୍ ଝଟକା ।
ଅଧିକ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ; ମାସକୁ ରୋଜଗାର ଏତିକି କୋଟି
ପ୍ରଥମ ମ୍ୟାଚରେ କାହିଁକି ବ୍ୟାନ୍ ହେଲେ ହାର୍ଦ୍ଦିକ?
ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ରେ ମୁମ୍ବାଇର ଦାୟିତ୍ୱ ନେଇଥିଲେ । ଏହା Mumbai Indiansର ଖରାପ ପ୍ରଦର୍ଶନର ଉପରେ ବିତର୍କ ମଧ୍ୟ ସୃଷ୍ଟି କରିଥିଲା। ଏହି ସମୟ ମଧ୍ୟରେ ଦଳକୁ ସ୍ଲୋ ଓଭର ରେଟ୍ ପାଇଁ ତିନିଥର ଜରିମାନା କରାଯାଇଥିଲା ।
IPL ନିୟମ ଅନୁଯାୟୀ, ଯଦି କୌଣସି ଦଳ ଗୋଟିଏ ସିଜିନ୍ରେ ତିନିଥର ସ୍ଲୋ ଓଭର-ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ ହୁଏ, ତେବେ ଅଧିନାୟକଙ୍କୁ ୩୦ଲକ୍ଷ ଜରିମାନା ଏବଂ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବନର ସମ୍ମୁଖୀନ ହେବାକୁ ପଡ଼ିବ । ଯେହେତୁ MI ଗତ ସିଜିନ୍ରେ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିନଥିଲା । ତେଣୁ ଏହି ଦଣ୍ଡକୁ IPL ୨୦୨୪ରେ ଲାଗୁ କରିବା ସମ୍ଭବ ହୋଇନଥିଲା । ଫଳରେ ହାର୍ଦ୍ଦିକ ପାଣ୍ଡ୍ୟା CSK ବିପକ୍ଷ ମ୍ୟାଚ୍ରେ ନଜର ଆସିବେ ନାହିଁ ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କିଏ ହେବେ ଅଧିନାୟକ?
ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚ୍ ପାଇଁ ନିଲମ୍ବିତ ହେବା ପରେ, ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର କିଏ ଅଧିନାୟକତ୍ୱ କରିବେ, ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଯସପ୍ରୀତ ବୁମରା ଆଘାତଜନିତ କାରଣରୁ ପ୍ରାରମ୍ଭିକ ମ୍ୟାଚ୍ରେ ଖେଳିବା ନେଇ ଅନିଶ୍ଚିତତା ଦେଖାଯାଇଛି । ଅପରପକ୍ଷରେ ଅଧିନାୟକ ଭୂମିକା ନେଇପାରିବା ଭଳି ଦୁଇ ପ୍ରମୁଖ ଖେଳାଳି ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମା ଦଳରେ ନାହାନ୍ତି । ତେଣୁ ଅଧିନାୟକତ୍ବକୁ ନେଇ ସସ୍ପେନ୍ସ ଦେଖାଦେଇଛି ।