/odishatv-khabar/media/post_attachments/uploadimage/library/16_9/16_9_0/RCB_1752803562.jpg)
RCB
ପ୍ରଥମ ଥର ପାଇଁ IPL 2025 ଟାଇଟଲ ଜିତିଥିଲା RCB । ଆଉ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପାଳନ କରିଥିଲା ବିଜୟ ଉତ୍ସବ । ଯେଉଁ ଉତ୍ସବରେ ସାମିଲ ହୋଇଥିଲେ ଖୋଦ୍ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ । ଏହି ଭିକ୍ଟ୍ରି ପରେଡ୍କୁ ଦେଖିବାକୁ ଏତେ ପ୍ରଶଂସକ ଆସିଥିଲେ ଯେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା । ଆଉ ଏଥିରେ ୧୧ ଜଣଙ୍କ ଅମୂଲ୍ୟ ଜୀବନ ଚାଲି ଯାଇଥିଲା । ତେବେ ଏହି ମାମଲାରେ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଛି କର୍ଣ୍ଣାଟକ ସରକାର ।
ସବୁଠୁ ବଡ଼ କଥା ହେଉଛି ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଆରସିବିକୁ ସମ୍ପୂର୍ଣ୍ଣ ଦାୟୀ କରିଛି ସରକାର । କେବଳ RCB ନୁହେଁ ଏଥିରେ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ନାଁ ମଧ୍ୟ ଉଲ୍ଲେଖ କରାଯାଇଛି । ଅର୍ଥାତ ଏହି ଦଳାଚକଟା ପାଇଁ ବିରାଟ କୋହଲିଙ୍କୁ ଦାୟୀ କରିଛି ସିଦ୍ଦରମୈୟା ସରକାର । ବିଜୟ ଉତ୍ସବ ପାଇଁ ଆରସିବି ଅନୁମତି ନେଇନଥିଲା ବୋଲି କର୍ଣ୍ଣାଟକ ସରକାର କହିଛନ୍ତି ।
କର୍ଣ୍ଣାଟକ ସରକାର ହାଇକୋର୍ଟକୁ ଦେଇଥିବା ରିପୋର୍ଟରେ କହିଛନ୍ତି ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୋଲିସ ବିନା ଅନୁମତିରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ପରେଡ ପାଇଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲା। ପୋଲିସ ସହ ଆଲୋଚନା ନ କରି ଆରସିବି ଷ୍ଟାଡିୟମରେ ଲୋକଙ୍କ ପାଇଁ ମାଗଣା ପ୍ରବେଶ ଘୋଷଣା କରାଯାଇଥିଲା ।
ଏହା ପରେ, ଜୁନ୍ ୪ ତାରିଖ ସକାଳ ୮:୫୫ ସମୟରେ, RCB ତା’ର ଅଫିସିଆଲ୍ ହ୍ୟାଣ୍ଡେଲରେ ବିରାଟ କୋହଲିଙ୍କ ଏକ ଭିଡିଓ କ୍ଲିପ୍ ସେୟାର କରିଥିଲା । ଯେଉଁଥିରେ ବିରାଟ କୋହଲି କହିଥିଲେ ଯେ ଦଳ ଜୁନ୍ ୪ ତାରିଖରେ ବାଙ୍ଗାଲୋରରେ RCB ପ୍ରଶଂସକମାନଙ୍କ ସହିତ ଏହି ବିଜୟ ପାଳନ କରିବାକୁ ଚାହୁଁଛି।"
ଏହି ଭିଡିଓ ପରେ ସେଠାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ଷ୍ଟାଡିୟମ ଆଡ଼କୁ ମାଡ଼ି ଆସିଥିଲେ । ଆଉ ପୋଲିସ ଏତେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ନଥିଲା। ଆୟୋଜକମାନେ ଷ୍ଟାଡିୟମରେ ପ୍ରବେଶ ପାଇଁ ପାସ୍ ବିଷୟରେ ସୂଚନା ଦେବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।
ଏହା ବ୍ୟତୀତ ଗେଟ୍ ବିଳମ୍ବରେ ଖୋଲିବା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟିଥିଲା । RCB କେବଳ ବିଜୟ ପରେଡ୍ ବିଷୟରେ ସୂଚନା ଦେଇଥିଲା, ଏଥିପାଇଁ କୌଣସି ଅନୁମତି ନିଆଯାଇ ନଥିଲା। ଏପରି କାର୍ଯ୍ୟକ୍ରମ ପାଇଁ ଅତି କମରେ ଗୋଟିଏ ସପ୍ତାହ ପୂର୍ବରୁ ଅନୁମତି ନିଆଯାଏ ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)