Advertisment

Depression: କେମିତି ହୁଏ ଡିପ୍ରେସନ, କେମିତି ମୁକୁଳିବେ ଡିପ୍ରେସନରୁ

ଡିପ୍ରେସନ ବି ଗୋଟେ ରୋଗ । ଭୟଙ୍କର ରୋଗ । ତାର ବି ଟିକିତ୍ସା ଜରୁରୀ । ଆମ ଜୀବନରେ ଯାହା ଘଟଣା ଘଟିବ ସେଇଟା ଆମ ହାତରେ ନାହିଁ । କିନ୍ତୁ ଜୀବନରେ କେମିତି ରଙ୍ଗ ଭରିବା ସେଇଟା ଆମ ହାତରେ ଅଛି ।

author-image
Manasranjan Mohanty
Depression

Depression

ଆପଣ ଦେହଲଗା ବନ୍ଧୁ କଥା ଶୁଣିଥିବେ । ହେଲେ ଦେହଲଗା ଶତ୍ରୁକୁ କେବେ ଦେଖିଛନ୍ତି ? ଆଘାତ ପାଇ ଶବ୍ଦ କରିପାରୁନଥିବାର ଅନୁଭୂତି କେବେ ସାଉଁଟିଛନ୍ତି ? ଆଖିରୁ ଲୁହ ନଝରି ବି କାନ୍ଦିବାର ଅନୁଭବ ଅଛି କି ? ଇଏ ତ ଡିପ୍ରେସନ । ଇଏ ତ ଷ୍ଟ୍ରେସ୍ । ତା ପାଟି ଫିଟେନି, କିନ୍ତୁ ମଣିଷକୁ ମୁକ କରିଦିଏ । ତା କଥା ଶୁଣାଯାଏନି, କିନ୍ତୁ ଜୀବନକୁ ସେ କାଲା କରିଦିଏ । ସେ ଆଖିକୁ ଦେଖାଯାଏନି, ହେଲେ ମଣିଷକୁ ଅନ୍ଧ କରିଦିଏ । ତାକୁ ଡାକିବାକୁ ପଡେନି- ସିଏ ଆପେ ଆପେ ଆସେ ଆଉ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଯାଏ । ହେଲେ କେମିତି ଆସେ ଏ ଡିପ୍ରେସନ୍ ?

Advertisment

କ୍ଲାସରେ ସାର୍ କହିଦେଲେ- ତୋ ଦ୍ବାରା କିଛି ହେବନି। ବାପା କହିଲେ- କୋଉ ଜନ୍ମରେ କି ପାପ କରିଥିଲି ଯେ ତୋ ଭଳିଆ କୁଳାଙ୍ଗାର ପୁଅଟେ ପାଇଲି । ବାସ୍ ଏଇଠୁ ଆରମ୍ଭ ହୋଇଯାଏ ଡିପ୍ରେସନ । ପ୍ରେମିକା କହିଦେଲା- ବହୁତ ହୋଇଗଲା- ଆଜିଠୁ ବ୍ରେକଅପ୍ । ଡିପ୍ରେସନ୍ । କେତେ ଇଣ୍ଟରଭ୍ୟୁ ଦେଲିଣି ହେଲେ ଚାକିରି ହେଉନି । ଡିପ୍ରେସନ । ଜୀବନରେ ମୁଁ କିଛି ବି କରିପାରୁନି । ହେ ଭଗବାନ ମୋତେ ଜନ୍ମ ଦେଉଥିଲ କାହିଁକି । ଏମିତି ବଞ୍ଚିବା ଅପେକ୍ଷା ମରିଯିବା ଭଲ । ଡିପ୍ରେସନ୍...

ରୋଚକ କଥା ହେଲା ଡିପ୍ରେସନରେ ଥିବା ଯାହାକୁ ବି ଆପଣ ପଚାରିବେ- ଆରେ କେମିତି ଅଛ- ଉତ୍ତର ଆସିବ- ହଁ ସେମିତି....ଭଲ ....ଚାଲିଛି ତ...ବଞ୍ଚିବା କଥା ଆଉ । ଅନେକ ସମୟରେ ଆପଣ ବି ଏମିତିଆ ଉତ୍ତର କାହାକୁ ଦେଇଥିବେ ନିଶ୍ଚିତ । ମୁଁ ମଧ୍ୟ ଦେଇଛି ଆଉ ଦେଉଛି ବି । WHOର ତଥ୍ୟ କହୁଛି- ବିଶ୍ବରେ ଭାରତର ଲୋକ ସବୁଠୁ ଅଧିକ ଡିପ୍ରେସନରେ ।

Advertisment

ଭାରତରେ 4.5 ପ୍ରତିଶତ ଲୋକ ସିଭିୟର ଡିପ୍ରେସନରେ ଅଛନ୍ତି । ସଂଖ୍ୟା ହିସାବ କଲେ 5 କୋଟି 60 ଲକ୍ଷରୁ ଅଧିକ । Your Dost Emotional Wellness State of Employees Report 2024କୁ ଯଦି ନଜର ପକାଇବା- 72.2% ମହିଳା କର୍ମଚାରୀ ଏବଂ 53.6% ପୁରୁଷ କର୍ମଚାରୀ ଅଫିସରେ ସାଂଘାତିକ ଷ୍ଟ୍ରେସର ଶିକାର ହେଉଛନ୍ତି । 21-30 ବର୍ଷ ବୟସ ଗୋଷ୍ଠୀରେ 64.4% ହାଇଷ୍ଟ୍ରେସ ଅନୁଭବ କରୁଛନ୍ତି । 24% ଭାରତୀୟ ଅଫିସରେ ଏବଂ ଆର୍ଥିକ ଅସ୍ଥିରତା ଯୋଗୁଁ ଷ୍ଟ୍ରେସରେ ।

କେମିତି ଡିପ୍ରେସନକୁ ଚାଲିଗଲେ ଆଉ ପରବର୍ତ୍ତୀ ସମୟରେ ସ୍ବାଭାବିକ ଜୀବନକୁ ଲେଉଟିଲେ ଏକଥା ନିଜେ ଖୋଲିକହିଥିଲେ ଏହି ବଲିଉଡ୍ କୁଇନ୍ । ପରେ ପରେ 2018ରେ ସେ ଆରମ୍ଭ କରିଥିଲେ Live Love Laugh Foundation । ଦୀପିକାଙ୍କ କାହାଣୀ ଗୋଟିଏ କଥା କହୁଛି- ଡିପ୍ରେସନ ସମସ୍ତଙ୍କୁ ଛୁଇଁଛି ଆଉ ସମସ୍ତଙ୍କ ସାଥିରେ ରହିଛି ।

ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଡିପ୍ରେସନ ଦିନକୁ ଦିନକୁ ଦିନ ଅତି ଭୟଙ୍କର ହୋଇଯାଉଛି । ଏକଜାମ୍, କମ୍ପିଟିସନ, ଫାଷ୍ଟ ହେବାର ଧାଁଦୌଡ଼ । ପିଲାମାନଙ୍କୁ ଜିଅନ୍ତା ଶବ ବନେଇଦେଉଛି ଯେମିତି । ICMR ରିପୋର୍ଟ 2020 କହୁଛି- ଭାରତରେ ପ୍ରାୟ 20% ପିଲା, ଯାହାଙ୍କ ବୟସ 15ରୁ 24 ବର୍ଷ । ସେମାନେ ମାନସିକ ଚାପରେ । ଷ୍ଟ୍ରେସ ଯୋଗୁଁ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି । NCRB ରିପୋର୍ଟ 2021 ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ 10,000ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି । ରାଜସ୍ଥାନର କୋଟା । କୋଚିଂ ହବ୍ ଭାବେ ଯାହାକୁ ପୂରା ଭାରତ ଜାଣିଛି । 2024ରେ ସେଠି 17ରୁ ଅଧିକ ପିଲା ସୁଇସାଇଡ୍ କରିଥିଲେ କେବଳ ପଢା ଆଉ ପରୀକ୍ଷା ପ୍ରେସରରେ ।

ବୟସର ସବୁ ପାହାଚରେ ଛକିଛି ଡିପ୍ରେସନ । କ୍ୟାରିୟର, ଇଏମଆଇ, ଘରଭଡ଼ା, ଘର ଖର୍ଚ୍ଚ, ସ୍ବପ୍ନ ...ଏସବୁ ଗୋଟିଏ ଗୋଟିଏ ଶବ୍ଦ ନୁହେଁ ତ ଡିପ୍ରେସନର ପଥର ଖଣ୍ଡେ ଖଣ୍ଡେ ଯେମିତି । କାହାର ହାଇ ବ୍ଲଡପ୍ରେସର, କାହାର ଡାଇବେଟିସ ଏମିତି କେତେ କଣ .... ଷ୍ଟ୍ରେସ ଜୀବନକୁ ନର୍କ କରିଦେଲାଣି ।

ଷ୍ଟ୍ରେସକୁ ଯଦି ଟଙ୍କାରେ ତଉଲାଯାଇପାରନ୍ତା ତେବେ ତାର ମୂଲ୍ୟ ଏକ ଟ୍ରିଲିଟନ ଡଲାର ଛୁଅଁନ୍ତା । ଆମେରିକାରେ ପ୍ରତିଦିନ 10 ଲକ୍ଷ ଲୋକ ଷ୍ଟ୍ରେସ୍ କାରଣରୁ ଅଫିସ ଯାଉନାହାନ୍ତି । 83 ପ୍ରତିଶତ ଲୋକ ଷ୍ଟ୍ରେସରେ କାମ କରୁଛନ୍ତି । 49 ପ୍ରତିଶତ ଡାକ୍ତର ବି ଷ୍ଟ୍ରେସରେ । 17 ପ୍ରତିଶତ ଡାକ୍ତର ଆତ୍ମହତ୍ୟା କଥା ବି ଚିନ୍ତା କରୁଛନ୍ତି ।

ଯେତେଦିନ ଯାଏଁ ଜୀବନ ଅଛି ସେତେଦିନ ଯାଏଁ ସେତେଦିନ ଯାଏଁ ଡିପ୍ରେସନ ବି ରହିଛି । ଯେଉଁଦିନ ଷ୍ଟ୍ରେସ୍ ନାହିଁ ସେଦିନ ଆପଣ ଶବ । ଏଣୁ ଡିପ୍ରେସନକୁ କଣ୍ଟ୍ରୋଲ୍ କରିବା ଶିଖିଲେ ଭଲ । ନହେଲେ ବରବାଦ । ଥରେ ଚିନ୍ତା କରନ୍ତୁ- ଯଦି ଆପଣଙ୍କ ଆଙ୍ଗୁଠିରେ ଗୋଟେ ଘା ହୋଇଗଲା, ଆପଣ କଣ କରିବେ- ଆଙ୍ଗୁଠିଟାକୁ କାଟିଦେବେ ନା ଟ୍ରିଟମେଣ୍ଟ କରିବେ ।

ଡିପ୍ରେସନ ବି ଗୋଟେ ରୋଗ । ଭୟଙ୍କର ରୋଗ । ତାର ବି ଟିକିତ୍ସା ଜରୁରୀ । ଆମ ଜୀବନରେ ଯାହା ଘଟଣା ଘଟିବ ସେଇଟା ଆମ ହାତରେ ନାହିଁ । କିନ୍ତୁ ଜୀବନରେ କେମିତି ରଙ୍ଗ ଭରିବା ସେଇଟା ଆମ ହାତରେ ଅଛି । ଆପଣ ରାସ୍ତାରେ ଯାଉଛନ୍ତି ଆଉ ହଠାତ ଦେଖିବେ ଯେ ଷ୍ଟ୍ରାଇକ୍ ହେଉଛି ରାସ୍ତା ବନ୍ଦ ଅଛି । ଆପଣ ସେଠି ଫେରିକି ଘରକୁ ପଳାଇଆସୁଛନ୍ତି ନା ବିକଳ୍ପ ରାସ୍ତା ଖୋଜି ଆଗକୁ ଯାଉଛନ୍ତି । ନିହାତି ନୂଆ ରାସ୍ତା ଖୋଜୁଥିବେ । ତାହେଲେ ଜୀବନର ଶେଷ ରାସ୍ତାରେ ପାଦ ନଦେଇ ବିକଳ୍ପ ରାସ୍ତା କାହିଁକି ଆମେ ଖୋଜିବାନି ।

Depression Stress And Anxiety
Advertisment
Related Articles
Advertisment