Advertisment

India Oil Import: ଆମେରିକା ଚାପରେ ଆସିବୁନି, ଶସ୍ତା ଦାମରେ ତେଲ କିଣିବୁ...

ଭାରତ ସ୍ପଷ୍ଟ କରିଛି ସେ ଆମେରିକା ଚାପରେ ଆସିବ ନାହିଁ । ଏବଂ ଶସ୍ତା ଦାମରେ ତୈଳ କିଣିବା ଜାରି ରଖିବ । ଭାରତକୁ ଯେଉଁଠି ଶସ୍ତା ମିଳିବ, ସେଇଠୁ ତୈଳ ଆମଦାନୀ କରିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ।

author-image
Balakrushna Sahoo
ଅଦ୍ୟତନ ହୋଇଛି
Tarrif Theat On Russia's Crude Oil

Tarrif Theat On Russia's Crude Oil

ଯଦି ଆମେରିକା ଋଷରୁ ଶସ୍ତା ତୈଳ ଆମଦାନୀ ଉପରେ ରୋକ୍ ଲଗାଏ ତେବେ ଭରତ ପାଖରେ କଣ ରହିଛି ବିକଳ୍ପ। କିଛି ବଡ଼ ସଙ୍କଟର ସାମ୍ନା କରିବାକୁ ପଡ଼ିବ କି ? ତେବେ ଭାରତ ପକ୍ଷରୁ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଆମେରିକା ଚାପରେ ମୁଣ୍ଡ ନୁଆଁଇବ ନାହିଁ ଭାରତ । ଯେକୌଣସି ସ୍ଥିତିର ସାମ୍ନା କରିବାକୁ ଆମେ ପ୍ରସ୍ତୁତ । 'ୟେ ନୟା ଭାରତ.. ଯାହାଁ ଦବାବ୍ ବାଲି ନେହିଁ, ପ୍ରଭାବ ବାଲି ସରକାର ହେଁ'। ଭାରତକୁ ଯେଉଁଠି ଶସ୍ତା ମିଳିବ, ସେଇଠୁ ତୈଳ ଆମଦାନୀ କରିବ।

Advertisment

ତୈଳ ମାର୍କେଟରେ ଗୁୟାନା ଭଳି କିଛି ନୂଆ ସପ୍ଲାୟର୍ସଙ୍କ ଏଣ୍ଟ୍ରି ହୋଇଛି । ଏହା ବଦ୍ ବ୍ରାଜିଲ୍ ଏବଂ କାନଡ଼ା ଭଳି ତୈଳ ଉତ୍ପାଦ ଦେଶମାନଙ୍କ ଠାରୁ ଆମଦାନୀ ଜାରି ରହିଛି । ଭାରତ ତାର ଆବଶ୍ୟକ ମୁତାବକ ତେଲ ପ୍ରାୟ ୪୦ ଦେଶଙ୍କ ଠାରୁ କିଣୁଛି । ବର୍ତ୍ତମାନ ସମୟରେ ଋଷ ଠାରୁ ସବୁଠୁ ଅଧିକ ତୈଳ ଆମଦାନୀ କରୁଛି ଭାରତ। ମୋଟ୍ ଆମଦାନୀର ୩୫ ପ୍ରତିଶତ ତୈଳ ଋଷ ପୂରା କରୁଛି । ଏହାପରେ ଇରାକ୍, ସାଉଦି ଆରବ, ୟୁନାଇଟେଡ୍ ଆରବ୍ ଏମିରେଟସର ନମ୍ବର ଆସୁଛି।

ଗତ କିଛିଦିନ ଧରି ଆମେରିକା ପକ୍ଷରୁ ଋଷ ଏବଂ ତା ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଲଗାତାର ଟାରିଫ୍ ଧମକ ଦିଆଯାଉଛି। ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଋଷକୁ ୟୁକ୍ରେନ୍ ସହ ଯୁଦ୍ଧକୁ ୫୦ ଦିନ ମଧ୍ୟରେ ବନ୍ଦ କରୁ ନହେଲେ କଠୋର ଟାରିଫ୍ ର ସାମ୍ନା କରିବାକୁ ଚେତାବନୀ ଦିଆଯାଇଥିଲା। ଅନ୍ୟପଟେ NATO ପକ୍ଷରୁ ଋଷ ସହ ବ୍ୟବସାୟ କରୁଥିବା ଦେଶମାନଙ୍କ ଉପରେ ଶତ ପ୍ରତିଶତ ଟାରିଫ୍ ଲଗାଇବା ଉପରେ ତାଗିଦ୍ କରିଛି । NATO ଟାର୍ଗେଟରେ ଭାରତ, ବ୍ରାଜିଲ୍ ଏବଂ ଚୀନ୍ ରହିଛି। ଆମେରିକା ଏବଂ NATOର ଧମକ୍ ଭିତରେ ଭରତ କିନ୍ତୁ ମୁଣ୍ଡ ନୁଆଁଇବ ନାହିଁ। 

Advertisment
Indian Oil Hardeep Singh Puri Global Oil Prices Donald Trump Russia
Advertisment
Related Articles
Advertisment