Advertisment

Joe Root : ବ୍ରୁକଙ୍କୁ ପଛରେ ପକାଇ ୧ ନମ୍ବର ଟେଷ୍ଟ ବ୍ୟାଟର

୩୪ ବର୍ଷୀୟ ରୁଟ ଏବେ ବୟସ୍କ ବ୍ୟାଟର ଭାବେ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ୨୦୧୪ରେ ଶ୍ରୀଲଙ୍କାର କୁମାର ସାଙ୍ଗକାରା ୩୭ ବର୍ଷ ବୟସରେ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଥିଲେ।

author-image
Manasranjan Mohanty
Joe Root

Joe Root

ପୁଣିଥରେ ବିଶ୍ୱର ୧ନଂ ଟେଷ୍ଟ ବ୍ୟାଟର ବନି ଯାଇଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ। ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନକୁ ପୁଣି ଫେରିଛନ୍ତି ଏହି ଇଂଲିଶ ଭେଟରାନ। କିଛି ସପ୍ତାହ ତଳେ ଇଂଲଣ୍ଡର ଯୁବ ବ୍ୟାଟର ହ୍ୟାରୀ ବ୍ରୁକ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରୁ ରୁଟକୁ ହଟାଇ ଦେଇଥିଲେ। ହେଲେ ତାଙ୍କୁ ୨ଟି ସ୍ଥାନ ତଳକୁ ଠେଲି ରୁଟ ୧ନଂ ସ୍ଥାନ ପୁଣି ଦଖଲ କରିନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମସନ ୨ନଂରେ ଅଛନ୍ତି।

Advertisment

ଭାରତ ବିପକ୍ଷ ଲର୍ଡସ ଟେଷ୍ଟର ପ୍ରଥମ ଇନିଂସରେ ରୁଟ ୧୦୪ ରନର ଇନିଂସ ଖେଳିଥିଲେ। ଦ୍ୱିତୀୟ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୪୦ ରନ ତାଙ୍କ ବ୍ୟାଟରୁ ବାହାରିଥିଲା। ଏହି ଇନିଂସରେ ରୁଟ ୮୮୮ ପଏଣ୍ଟ ସହ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ୮୬୨ ପଏଣ୍ଟ ପାଇଥିବା ବ୍ରୁକଙ୍କୁ ତୃତୀୟ ସ୍ଥାନକୁ ଠେଲି ଦେଇଛନ୍ତି।

ଅଧିକ ପଢ଼ନ୍ତୁ: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି

୩୪ ବର୍ଷୀୟ ରୁଟ ଏବେ ବୟସ୍କ ବ୍ୟାଟର ଭାବେ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ୨୦୧୪ରେ ଶ୍ରୀଲଙ୍କାର କୁମାର ସାଙ୍ଗକାରା ୩୭ ବର୍ଷ ବୟସରେ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଥିଲେ।

Advertisment

ଲର୍ଡସରେ ରୁଟଙ୍କ ଶତକ କେବଳ ମ୍ୟାଚ ବିଜୟୀ ନୁହେଁ, ଏହା ନୂଆ କୀର୍ତ୍ତିମାନ ମଧ୍ୟ ସୃଷ୍ଟି କରିଛି। ଲର୍ଡସରେ ତାଙ୍କ ବ୍ୟାଟରୁ ଟେଷ୍ଟ କ୍ୟାରିୟରର ୩୭ତମ ଶତକ ବାହାରିଥିଲା। ଏହି ଶତକ ବଳରେ ସେ ରାହୁଲ ଡ୍ରାଭିଡଙ୍କ ରେକର୍ଡକୁ ଅତିକ୍ରମ କରିଥିଲେ। ଏବେ ବିଶ୍ୱରେ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ୪ର୍ଥ ସ୍ଥାନକୁ ଉଠିଥିବା ବେଳେ ଭାରତର ଯଶସ୍ୱୀ ଜୈସୱାଲ ୫ମ ସ୍ଥାନକୁ ଖସି ଯାଇଛନ୍ତି। ଋଷଭ ପନ୍ତ ଗୋଟିଏ ସ୍ଥାନ ଖସି ୮ମରେ ଓ ଅଧିନାୟକ ଶୁବମନ ଗିଲ ୩ଟି ସ୍ଥାନ ତଳକୁ ଖସି ୯ମରେ ପହଞ୍ଚିଛନ୍ତି।

ଅଧିକ ପଢ଼ନ୍ତୁ: ମ୍ୟାଚ୍ ଫି'ର ୧୫ ପ୍ରତିଶତ ଜରିମାନା କଟାଯାଇଛି, ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି

ICC Test Rankings Joe Root
Advertisment
Related Articles
Advertisment