Advertisment

Mohammed Siraj: ମ୍ୟାଚ୍ ଫି'ର ୧୫ ପ୍ରତିଶତ ଜରିମାନା କଟାଯାଇଛି, ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି

ସିରାଜ ଡକେଟଙ୍କୁ ଆଉଟ୍ କରିବା ପରେ ତାଙ୍କ ନିକଟକୁ ଯାଇ ଆକ୍ରମଣାତ୍ମକ ଭାବରେ ପାଟି କରିଥିଲେ । ସିରାଜ ନିଜର ଦୋଷ ସ୍ୱୀକାର କରିଥିଲେ ।

author-image
Manasranjan Mohanty
Mohammed Siraj

Mohammed Siraj

ମହମ୍ମଦ ସିରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ଭାରତୀୟ ଟିମ ଲର୍ଡସରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବିରୋଧରେ ଆକ୍ସନ ନେଇଛି ICC । ସିରାଜ ଲର୍ଡସ ଟେଷ୍ଟର ୪ର୍ଥ ଦିନରେ ଆଇସିସିର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ମ୍ୟାଚ୍‌ ଫି’କୁ ୧୫ ପ୍ରତିଶତ କାଟି ଦିଆଯାଇଛି ।

Advertisment

ଡକେଟଙ୍କୁ ଆଉଟ୍ କରିବା ପରେ ସିରାଜ ତାଙ୍କ ନିକଟକୁ ଯାଇ ଆକ୍ରମଣାତ୍ମକ ଭାବରେ ପାଟି କରିଥିଲେ । ସିରାଜ ନିଜର ଦୋଷ ସ୍ୱୀକାର କରିଥିଲେ । ଫଳରେ କୌଣସି ଆନୁଷ୍ଠାନିକ ଶୁଣାଣି ହୋଇନି । ଗତ ୨୪ ମାସ ମଧ୍ୟରେ ସିରାଜଙ୍କର ଏହା ଦ୍ୱିତୀୟ ଭୁଲ ଥିଲା । ଫଳରେ ତାଙ୍କର ମୋଟ ଡିମେରିଟ୍ ପଏଣ୍ଟ ଦୁଇକୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ କଲେ ଘୋଷଣା...ମୁହଁ ଖୋଲିନାହାନ୍ତି ସ୍ବାମୀ

ପୂରା ଘଟଣା ୪ର୍ଥ ଦିନର ଲଞ୍ଚ ପୂର୍ବରୁ ଘଟିଥିଲା। ଘାତକ ବୋଲିଂ କରୁଥିବା ସିରାଜ ୪ର୍ଥ ଦିନ ନିଜର ପ୍ରଥମ ସ୍ପେଲରେ ଡକେଟ ଓ ଓଲି ପୋପଙ୍କ ୱିକେଟ ଦଖଲ କରିଥିଲେ। ତେବେ ଡକେଟଙ୍କୁ ଆଉଟ କରିବା ପରେ ସିରାଜ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ।

Advertisment

ସିରାଜ ଆଇସିସିର ଆଚରଣ ବିଧିର ଅନୁଚ୍ଛେଦ ୨.୫ର ଉଲ୍ଲଂଘନ କରିଥିବା ଜଣାପଡିଛି, ଯାହାକି ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପରେ ଅପମାନିତ କରିବା ଭଳି ଭାଷା କିମ୍ବା କାର୍ଯ୍ୟ ସହ ଜଡିତ । ଏହି କାରଣରୁ ସିରାଜଙ୍କ ମ୍ୟାଚ୍ ଫି'ର ୧୫ ପ୍ରତିଶତ ଜରିମାନା କଟାଯାଇଛି ଏବଂ ତାଙ୍କ ଖାତାରେ ଗୋଟିଏ ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡ଼ା ଯାଇଛି ।

ଅଧିକ ପଢ଼ନ୍ତୁ: ଶୁବମନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଟେଷ୍ଟ ରାଙ୍କିଙ୍ଗରେ ମାରିଲେ ଲମ୍ବା ଡିଆଁ

Mohammed Siraj ICC
Advertisment
Related Articles
Advertisment