Advertisment

India vs Australia: ଅଷ୍ଟ୍ରେଲିଆରେ ଭାରତର ବଡ଼ ବିଜୟ, ଗାବା ପରେ ଏବେ ପର୍ଥରେ ଭାଙ୍ଗିଲା କଙ୍ଗାରୁ ଦଳର ଗର୍ବ

୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବାରେ ହରାଇ କଙ୍ଗାରୁ ଦଳର ଗର୍ବ ଭାଙ୍ଗିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳ ପର୍ଥର ଅପ୍ଟସ ଷ୍ଟାଡିୟମରେ କଙ୍ଗାରୁ ଅପରାଜୟ ରହିବାର ଗର୍ବକୁ ମଧ୍ୟ ଭାଙ୍ଗି ଦେଇଛି ।

ଅଦ୍ୟତନ ହୋଇଛି
ପର୍ଥରେ ବିରାଟ ବିଜୟ

ପର୍ଥରେ ବିରାଟ ବିଜୟ

Advertisment

ପର୍ଥରେ ଭାରତର ଐତିହାସିକ ବିଜୟ । ପ୍ରଥମ ଦଳ ଭାବେ ପର୍ଥରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ୨୯୫ ରନ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ଏହି ବିଜୟ ସହ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ୫ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ଏଥି ସହ ପର୍ଥର ଅପ୍ଟସ ଷ୍ଟାଡିୟମରେ ହୋଇଥିବା ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ପରାଜୟର ସମ୍ମୁଖୀନ ହୋଇଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡରେ ଚାରିଟି ମ୍ୟାଚ୍ ଖେଳିଥିଲା ଏବଂ ସବୁ ମ୍ୟାଚ୍‌ରେ ବିଜୟଲାଭ କରିଥିଲା । ଜାନୁୟାରୀ ୧୯, ୨୦୨୧ରେ ଗାବାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ଐତିହାସିକ ବିଜୟ ହାସଲ କରିଥିଲା । ୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବାରେ ହରାଇ କଙ୍ଗାରୁ ଦଳର ଗର୍ବ ଭାଙ୍ଗିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳ ପର୍ଥର ଅପ୍ଟସ ଷ୍ଟାଡିୟମରେ କଙ୍ଗାରୁ ଅପରାଜୟ ରହିବାର ଗର୍ବକୁ ମଧ୍ୟ ଭାଙ୍ଗି ଦେଇଛି ।

Advertisment

ସୂଚନା ଅନୁସାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୨୯୫ ରନ୍‌ରେ ବିଜୟଲାଭ କରିଛି । ଏହି ମ୍ୟାଚରେ ଘରୋଇ ଦଳ ଅଷ୍ଟ୍ରେଲିଆକୁ ସାମ୍ନାରେ ପାଇଁ ୫୩୪ ରନ୍‌ର ପର୍ବତ ସଦୃଶ ଲକ୍ଷ୍ୟ ରଖିଥିଲା ଭାରତ । ଯାହାକୁ ଚେସ୍‌ କରିବା ଏକ ପ୍ରକାର ଅସମ୍ଭବ ଥିଲା । ତେବେ ଅଷ୍ଟ୍ରେଲିଆ ଦଳର ଦ୍ୱିତୀୟ ଇନିଂସରେ ମାତ୍ର ୨୩୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଏହି ବିଜୟ ସହିତ ଭାରତୀୟ ଦଳ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

ଅଧିକ ପଢ଼ନ୍ତୁ: ବଦଳିପାରେ ୧୦୦ରୁ ଅଧିକ ଖେଳାଳିଙ୍କ ଭାଗ୍ୟ, ୧୦ ଟିମ୍‌ ପାଖରେ ରହିଛି ୧୭୩ କୋଟି

Advertisment

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍‌ରେ ଅଲଆଉଟ ହୋଇଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ୪୨ ଓ ଋଷଭ ପନ୍ତ ୩୭ ରନ୍‌ କରିଥିଲେ । ଅଷ୍ଟେଲିଆ ପକ୍ଷରୁ ଜୋସ୍‌ ହେଜେଲଉଡ୍‌ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

ଭାରତ ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ କରିଥିଲା । କିନ୍ତୁ ବୋଲି ବିଭାଗରେ ଚମକ ଦେଖାଇଥିଲେ ଭାରତୀୟ ବୋଲର । ଭାରତ ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆକୁ ମାତ୍ର ୧୦୪ ରନ୍‌ରେ ଅଲଆଉଟ କରିଦେଇଥିଲା ଭାରତ । ଯାହାଫଳରେ ଭାରତ ୪୭ ରନ୍‌ର ଲିଡ୍‌ରେ ରହିଥିଲା । ଟିମ୍‌ ଇଣ୍ଡିଆ ପକ୍ଷରୁ ଅଧିନାୟକ ଯଶପ୍ରୀତ ବୁମ୍ରା ୫ଟି ୱିକେଟ୍‌ ନେଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗିଲେ ରିଷଭ; IPL ଇତିହାସରେ ପାଲଟିଲେ ସବୁଠୁ ଦାମୀ ଖେଳାଳି 

ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ‍ବିଫଳତା ପରେ ଦ୍ୱିତୀୟ ଇନିଂସରେ ଏହାକୁ ସୁଧାରିଥିଲା ଭାରତ । କେଏଲ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ୱିକେଟ୍‌ ପାଇଁ ୨୦୧ ରନ୍‌ର ପାର୍ଟନରସିପ୍‌ କରିଥିଲେ । ତେବେ ଦ୍ୱିତୀୟ ଇନିଂସରେ ପ୍ରଥମେ ଜୟସ୍ୱାଲ ୧୬୧ ରନ୍‌ ପରେ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ୪୮୭ ରନ୍‌ର ବିଶାଳ ସ୍କୋର କରିଥିଲା ।

ତେବେ ୫୩୪ ରନ୍‌ର ବିରାଟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ କିନ୍ତୁ ଭାରତୀୟ ବୋଲରଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ମାତ୍ର ୨୩୮ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଯାହାଫଳରେ ଏହି ମ୍ୟାଚ୍‌କୁ ଭାରତ ୨୯୫ ରନ୍‌ରେ ନିଜ ନାମରେ କରିଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ସେପଟେ ଏହି ଏହି ୫ ଟିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଡିସେମ୍ବର ୬ରୁ ଆଡିଲେଡ୍‌ରେ ଖେଳାଯିବ ।

India Jasprit Bumrah Virat Kohli Australia Border-Gavaskar Trophy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ