• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଚାମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ବଡ଼ ଝଟକା ଦେଲା ଟିମ୍ ଇଣ୍ଡିଆ । ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ନାହିଁ । ଟିମ୍ ଇଣ୍ଡିଆ ଦୁବାଇରେ ଏହାର ମ୍ୟାଚ୍ ଖେଳିପାରେ । ତେବେ ଏହା ଔପଚାରିକ ଭାବେ ଯଦିଓ ଘୋଷଣା କରାଯାଇନାହିଁ କିନ୍ତୁ କିଛି ରିପୋର୍ଟରେ ଏହି ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ବିସିସିଆଇ ମଧ୍ୟ ପାକିସ୍ତାନ ନ ଯିବାର କାରଣ ଦେଇଛି । ସୁରକ୍ଷା କାରଣରୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ଦର୍ଶାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ। ନିକଟରେ ବିସିସିଆଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ କଥା ହୋଇଛି । ଏଥିରେ ବିସିସିଆଇ ସୁରକ୍ଷା କାରଣ ଦର୍ଶାଇଛି । ଭାରତୀୟ ଦଳ ଦୁବାଇରେ ଏହାର ସମସ୍ତ ମ୍ୟାଚ୍ ଖେଳିପାରେ । ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନିକଟରେ ପାକିସ୍ତାନ ଗସ୍ତରେ ଯାଇଥିଲେ । ଏହା ପରେ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବା ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏମିତି ଏକ ଖବର ଆସିଛି ଯାହା ପାକିସ୍ତାନକୁ ଝଟକା ଦେଇପାରେ ।

ଖବର ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତକୁ ମନାଇବା ପାଇଁ ପାକିସ୍ତାନ ଯଥାସମ୍ଭବ ଚେଷ୍ଟା କରିଥିଲା । କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ । ପାକିସ୍ତାନ କ୍ରିକେଟ ବୋର୍ଡ ଏହା ମଧ୍ୟ ପ୍ରସ୍ତାବ ଦେଇଥିଲା କି ଭାରତ, ପାକିସ୍ତାନରେ ମ୍ୟାଚ୍‌ ଖେଳିବା ପରେ ଭାରତ ଫେରିଆସିବ । ଏହା ସହ ଜଡିତ ଅନ୍ୟାନ୍ୟ ପରାମର୍ଶ ମଧ୍ୟ ଦିଆଯାଇଥିଲା । କିନ୍ତୁ ବିସିସିଆଇ ସୁରକ୍ଷା କାରଣ ଦର୍ଶାଇ ସମସ୍ତ ପ୍ରସ୍ତାବକୁ ଏଡାଇ ଦେଇଛି । ଟିମ୍ ଇଣ୍ଡିଆ ପାକିସ୍ତାନ ନଯିବା କାରଣରୁ ପିସିବିକୁ ଏକ ବଡ଼ ଝଟକା ଲାଗିବ । ଏହା ମଧ୍ୟ ତାଙ୍କ ପାଇଁ ଆର୍ଥିକ କ୍ଷତି ଘଟାଇବ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ନିଜ ଷ୍ଟାଡିୟମରେ ଅନେକ କାମ କରିଛି । ଆଇସିସି ଏଥିପାଇଁ ପାଣ୍ଠି ମଧ୍ୟ ଦେଇଥିଲା ।

ଟିମ୍ ଇଣ୍ଡିଆ ଦୁବାଇରେ ଚାମ୍ପିଆନ୍ସ ଟ୍ରଫିର ସମସ୍ତ ମ୍ୟାଚ୍ ଖେଳିପାରେ । ଏହାପୂର୍ବରୁ ଶ୍ରୀଲଙ୍କା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ବିସିସିଆଇ ଦୁବାଇରେ ଖେଳିବା ପାଇଁ ପ୍ରସ୍ତାବ ଦେଇଛି । ତେଣୁ, ବର୍ତ୍ତମାନ ଏକ ହାଇବ୍ରିଡ୍‌ ମଡେଲରେ ହିଁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜିତ ହୋଇପାରେ ।

ଆସନ୍ତା ବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଆସନ୍ତା ସପ୍ତାହରେ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ କରିପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ୧୧ରେ ଫେବ୍ରୁଆରୀରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ । ତେବେ ନଭେମ୍ବର ୧୧ରେ ରିଲିଜ୍‌ ହେବାକୁ ଥିବା କାର୍ଯ୍ୟସୂଚୀର ଭେନ୍ୟୁକୁ ନେଇ କୌଣସି ସୂଚନା ରହିବ ନାହିଁ ବୋଲି କୁହାଯାଉଛି । ମ୍ୟାଚ୍‌ର ଭେନ୍ୟୁକୁ ନେଇ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌-Aରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ସହ ବାଂଲାଦେଶ ରହିବ । ଯେତେବେଳେ କି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ଗ୍ରୁପ୍ –B ରେ ରହିବେ । ଏହି ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇପାରେ । ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳକୁ ନେଇ ଖେଳାଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now