ଆଜିର ଦୁନିଆରେ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେଉଛନ୍ତି । ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉଦ୍ୟମ କରୁଛନ୍ତି । ଅନେକ କ୍ରୀଡ଼ା ବ୍ୟକ୍ତିତ୍ୱ ଏବଂ ସେଲିବ୍ରିଟିମାନେ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅନେକ ପ୍ରକାର ପଦ୍ଧତି ଆପଣେଉଛନ୍ତି । ବାର୍ଥ ଡେ ବଏ ବିରାଟ କୋହଲି ବି ଏଥିରୁ ବାଦ୍ ପଡ଼ନ୍ତେ କିପରି ।
ନିଜ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସେ ଏକ ପ୍ରକାର ସ୍ୱତନ୍ତ୍ର ପାଣି ପିଇବା ଆରମ୍ଭ କରିଛନ୍ତି । ବିରାଟଙ୍କ ଫିଟନେସ୍ ଓ ଖେଳ ହିଁ ତାଙ୍କର ପରିଚୟ । ଭାରତୀୟ କ୍ରିକେଟ ଦଳରେ ସେ ସବୁଠାରୁ ଫିଟ୍ ଥିବା ଖେଳାଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉଲ୍ଲେଖଯୋଗ୍ୟ, ଫିଟନେସ ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ଜଣାଶୁଣା ବିରାଟ ଉକ୍ତ ପାଣିର ନିୟମିତ ଗ୍ରାହକ ଅଟନ୍ତି ।
ଅଧିକ ପଢ଼ନ୍ତୁ: ଏମିତି ଥିଲା ବିରାଟଙ୍କ ସଂଘର୍ଷ, ବାପାଙ୍କ ମୃତ୍ୟୁ ଖବର ଶୁଣି ଜିତାଇ ଥିଲେ ଟିମ୍
Also Read
ଇଭିଆନ୍ ପ୍ରାକୃତିକ Spring water ଉପଲବ୍ଧ ଶୁଦ୍ଧ ପ୍ରାକୃତିକ ଜଳ ମଧ୍ୟରୁ ଅନ୍ୟତମ । ୟୁରୋପର ବୃହତ୍ତମ ହ୍ରଦ ମଧ୍ୟରୁ ଇଭିଆନ୍ ଲେସ୍ ବାଇନ୍ସର ଏହି ଜଳକୁ “କଳା ଜଳ” କୁହାଯାଏ ଏବଂ ଏହା ଅନେକ ସ୍ୱାସ୍ଥ୍ୟ ଉପକାର ସହିତ ମଧ୍ୟ ଜଡିତ । କଳା ଜଳର ଉପକାରିତା ବହୁ ପ୍ରକାର ଅଟେ । ଏହା ହାଇଡ୍ରେଟ୍ ହେବାକୁ ଦିଏନାହିଁ । ଶରୀରରେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ସହ ଚର୍ମର ଗୁଣବତ୍ତା ମଧ୍ୟ ବୃଦ୍ଧି କରେ ।
କଳା ଜଳ ପିଇବା ଦ୍ୱାରା ଓଜନ ହ୍ରାସ ହୁଏ । ଡିପ୍ରେସନ ପରି ମାନସିକ ରୋଗରୁ ମଧ୍ୟ ଏହା ସୁରକ୍ଷା ପ୍ରଦାନ କରେ । ବିରାଟ କୋହଲି ଏହି ପାଣିକୁ ଫ୍ରାନ୍ସରୁ ଆମଦାନୀ କରୁଥିବା ଜଣାପଡ଼ିଛି । ତେବେ ଏହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯାଇପାରେ । ଲିଟର ପିଛା ପ୍ରାୟ ୪ ହଜାର ଟଙ୍କାରେ ଏହି ଜଳକୁ ଆମଦାନୀ କରନ୍ତି ବିରାଟ । ତେବେ କୋହଲିଙ୍କ ବ୍ୟତୀତ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା, ମଲାଇକା ଆରୋରା, କରିସ୍ମା କପୁର, ଗୌରୀ ଖାନ, ବାଦଶାହ, ଟାଇଗର ଶ୍ରଫ ଏବଂ ଉର୍ବଶୀ ରାଉତେଲାଙ୍କ ସମେତ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଏହି ଜଳ ବ୍ୟବହାର କରୁଥିବା ଜଣାଯାଏ ।
ତେବେ ଏହି ପ୍ରିମିୟମ୍ ଜଳକୁ ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମ ଯଥା ଆମାଜନ୍, ଫ୍ଲିପକାର୍ଟ, ବିଗ୍ ବାସ୍କେଟ୍ ଆଦି ଦ୍ୱାରା ମଧ୍ୟ କ୍ରୟ କରା ଯାଇପାରିବ । ସୂଚନାଯୋଗ୍ୟ, ଆଜି ହେଉଛି କିଙ୍ଗ କୋହଲିଙ୍କର ଜନ୍ମଦିନ । ଦିଲ୍ଲୀର ନିହାତି ଏକ ମଧ୍ୟବିତ୍ତ ଘରୁ ଆସି ପୂରା ବିଶ୍ୱରେ ନାମ କମାଇ ପାରିଥିବା ନାଁ ହେଉଛି ବିରାଟ କୋହଲି । ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ପାଶ୍ଚାତ୍ ଧାବନରେ ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍ରେ ICC କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାମରେ କରିସାରିଛନ୍ତି ।
ଉଦୀୟମାନ ତାରକାରୁ ସେ ଆଜି ଲିଜେଣ୍ତ ହୋଇପାରିଛନ୍ତି । ନିଜ ନିଷ୍ଠା ବଳରେ ସେ ବିଶ୍ୱ କ୍ରିକେଟକୁ ପରାସ୍ତ କରି କିଙ୍ଗର ଗାଦିରେ ବସି ସାରିଛନ୍ତି । ନିଜ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଯେ, ସଫଳତାର ଚରମସୀମାକୁ ଛୁଇଁ ହୁଏ ତାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବିରାଟ । ନିଜର କଠୋର ପରିଶ୍ରମ, ସଂଘର୍ଷ ତଥା ଅଧ୍ୟବସାୟ ଦ୍ୱାରା ସେ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ପାରିଛନ୍ତି ।