Advertisment

Rape and Murder: ଶହ ଶହ ମହିଳାଙ୍କୁ ଦୁଷ୍କର୍ମ ପରେ ଜାଳି ଦେଉଥିବା ଜଣେ ଜହ୍ଲାଦର କାହାଣୀ

ମୃତଦେହଗୁଡ଼ିକ ଆତ୍ମହତ୍ୟା କରିଥିବା କିମ୍ବା ପାଣିରେ ବୁଡ଼ି ଯାଇଥିବା ମହିଳାଙ୍କର ବୋଲି ପୋଡ଼ୁଥିବା ସଫେଇ କର୍ମଚାରୀ ଭାବୁଥିଲା। କୌଣସି ମହିଳାଙ୍କ ଶରୀରରେ ପୋଷାକ ନଥିଲା। ଅନେକ ମହିଳାଙ୍କ ଶରୀରରେ ଯୌନ ନିର୍ଯାତନା ଏବଂ କ୍ଷତର ଚିହ୍ନ ଥିଲା। ଶବରୁ ଲାଗୁଥିଲା ଯେମିତି ଏହି ମହିଳାମାନଙ୍କୁ ଯୌନ ଶୋଷଣ କରାଯାଇଛି। ଅକଥନୀୟ ନିର୍ଯାତନା ବି ଦିଆଯାଇଥିବା ଲାଗୁଥିଲା। ଏହି ଶବଗୁଡ଼ିକ ମଧ୍ୟରୁ ଅନେକ ଥିଲା ସ୍କୁଲ ଝିଅଙ୍କ ଶବ।

author-image
Puspanjali Panda
ଅଦ୍ୟତନ ହୋଇଛି
ମୃତ୍ୟୁ ଭୟ

ମୃତ୍ୟୁ ଭୟ

ଶହ ଶହ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଏମିତିକି ସ୍କୁଲ ଝିଅଙ୍କୁ ବାଦ୍ ଦିଆଯାଇଛି। ପ୍ରମାଣ ନଷ୍ଟ ପାଇଁ ହତ୍ୟା କରିବା ପରେ ଏହି ଶବଗୁଡ଼ିକୁ ପୋଡ଼ି ପାଉଁଶ କରିଦିଆଯାଉଥିଲା। ପୋଡ଼ୁଥିବା ଲୋକଟି ୧୧ବର୍ଷ ପରେ ପୁଲିସ ସାମନାକୁ ଆସି ଯେଉଁ କାହାଣୀ କହୁଛି, ଏକଥା ଶୁଣିଲେ ଭୟରେ ଦେହ ହାତ ଥରି ଉଠିବ।

Advertisment

ପୁଲିସକୁ ଦେଖାଇଲା ମହିଳାଙ୍କ ଶବ, କଙ୍କାଳ ଫଟୋ

୧୯୯୮ ରୁ ୨୦୧୪ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଜଣେ ବ୍ୟକ୍ତି ନିୟମିତ ମୃତ ଦେହଗୁଡ଼ିକୁ ପୋଡ଼ିଆସୁଥିଲା। ପ୍ରାୟ ୧୧ ବର୍ଷ ପରେ ସେ ପୁଲିସ ସାମନାରେ ପହଞ୍ଚି ଚାଞ୍ଚଲ୍ୟକର ଖୁଲାସା କରିଛି। ତାଙ୍କୁ ଏପରି ମୃତଦେହ ପୋଡ଼ିବାକୁ ବାଧ୍ୟ କରାଯାଇଥିଲା। ଏହି ବ୍ୟକ୍ତି କର୍ଣ୍ଣାଟକର ଏକ ଧାର୍ମିକ ସ୍ଥଳରେ ସଫେଇ କର୍ମଚାରୀ ଥିଲା। ବାହାରେ ନିଜର ପରିଚୟ ପ୍ରଘଟ ନକରିବାକୁ ପୁଲିସକୁ ଅନୁରୋଧ କରିଛି। ସବୁଠାରୁ ସଂଗୀନ ଘଟଣା ହେଉଛି, ଏହି ବ୍ୟକ୍ତି ଜଣକ ପୋଲିସକୁ କିଛି ମହିଳାଙ୍କ ଶବ ଏବଂ କଙ୍କାଳର ଫଟୋ ମଧ୍ୟ ଦେଇଛି। ପୋଡ଼ାଯାଇଥିବା ମହିଳାଙ୍କ ତାଲିକାରେ ଏମାନେ ଅଛନ୍ତି। ତେବେ ଏମିତି କିଏ ଓ କାହିଁକ କଲା? ଗୋଟିଏ ଅଦୃଶ୍ୟ ଶକ୍ତି ଏଭଳି କାରନାମା ପଛର ମାଷ୍ଟରମାଇଣ୍ଡ।

ଜଳୁଥିଲା ଅନୁତାପର ନିଆଁରେ

ବର୍ଷ ବର୍ଷ ଧରି ଅନୁତାପର ନିଆଁରେ ଜଳୁଥିଲା ଅପରାଧୀ। ସାମନାକୁ ଆସିବାକୁ ଶେଷରେ ନିଷ୍ପତ୍ତି ନେଲା। ଏବେ ସେ ଯେତେବେଳେ ସାମନାକୁ ଆସିଲା ପୁରା କର୍ଣ୍ଣାଟକ ଦୋହଲିଗଲା। ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସେ ଥାନାରେ ଫେରାଦ ହୋଇଥିଲା। ଯେତେବେଳେ ପୁଲିସ ସାମନାରେ ସେ ନିଜର ଭୂଲ ସ୍ବୀକାର କଲା ପୁଲିସ କର୍ମଚାରୀମାନେ ଏକଥା ଶୁଣିବା ପରେ ଭୟରେ କମ୍ପିଥିଲେ। ପୁଲିସ ଚାକିରି କାଳରେ ଏଭଳି ଘଟଣା କେବେ ସେମାନେ ଶୁଣିନଥିବେ। ଶେଷରେ ପୁଲିସ ପକ୍ଷରୁ କୋର୍ଟରୁ ଆବଶ୍ୟକୀୟ ଅନୁମତି ନିଆଯାଇଥିଲା। ଥାନାରେ ଏକ ମାମଲା ରୁଜୁ ପରେ ଏବେ ତଦନ୍ତ କେଉଁଆଡ଼କୁ ମୁହାଁଇବ, ସେକଥା ସମୟ କହିବ।

Advertisment

ଏଠି ସ୍କୁଲ ଝିଅମାନଙ୍କର ମୃତଦେହ ବି ଥିଲା

ମୃତଦେହଗୁଡ଼ିକ ଆତ୍ମହତ୍ୟା କରିଥିବା କିମ୍ବା ପାଣିରେ ବୁଡ଼ି ଯାଇଥିବା ମହିଳାଙ୍କର ବୋଲି ପୋଡ଼ୁଥିବା ସଫେଇ କର୍ମଚାରୀ ଭାବୁଥିଲା। କୌଣସି ମହିଳାଙ୍କ ଶରୀରରେ ପୋଷାକ ନଥିଲା। ଅନେକ ମହିଳାଙ୍କ ଶରୀରରେ ଯୌନ ନିର୍ଯାତନା ଏବଂ କ୍ଷତର ଚିହ୍ନ ଥିଲା। ଶବରୁ ଲାଗୁଥିଲା ଯେମିତି ଏହି ମହିଳାମାନଙ୍କୁ ଯୌନ ଶୋଷଣ କରାଯାଇଛି। ଅକଥନୀୟ ନିର୍ଯାତନା ବି ଦିଆଯାଇଥିବା ଲାଗୁଥିଲା। ଏହି ଶବଗୁଡ଼ିକ ମଧ୍ୟରୁ ଅନେକ ଥିଲା ସ୍କୁଲ ଝିଅଙ୍କ ଶବ। ଏହି ରାକ୍ଷସମାନେ ସ୍କୁଲ ଝିଅଙ୍କୁ ବି ବାଦ୍ ଦେଇନଥିଲେ।

ମୃତ୍ୟୁ ଭୟରେ ପାହୁଛି ରାତି

ଏହି ବ୍ୟକ୍ତିଙ୍କ ନିକଟକୁ ପ୍ରଥମ ମୃତଦେହ ୧୯୯୮ରେ ଆସିଥିଲା। ତାଙ୍କ ସୁପରଭାଇଜର ଏହି ସଫେଇ କର୍ମଚାରୀକୁ ଶବଗୁଡ଼ିକୁ ଗୋପନୀୟ ଭାବେ ନଷ୍ଟ କରିବାକୁ ଦେଉଥିଲା। ଯେତେବେଳେ ସେ ମନା କରୁଥିଲା ତାକୁ ନିର୍ଘାତ ମାଡ଼ ମରାଯାଇଥିଲା। ପୁଲିସ ସାମନାରେ ଏକଥା କହିବାକୁ ସେ ସୁଯୋଗ ଚାହୁଁଥିଲା। କିନ୍ତୁ ଏହି ସୁଯୋଗ ତାଙ୍କୁ ମିଳିନଥିଲା। ଏବେ ସେ ପୁଲିସ ସାମନାକୁ ଆସିବା ପରେ ପୁରା ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ପୁରା ପରିବାରକୁ ପୁଲିସ ସୁରକ୍ଷା ଦେବାକୁ ନିବେଦନ କରିଛି ସଫେଇ କର୍ମଚାରୀ। ପଡ଼ୋଶୀ ରାଜ୍ୟରେ ପରିବାର ସଦସ୍ୟ ରହୁଥିବା ବେଳେ ଦୈନିକ ଭୟରେ ଦିନ କାଟୁଛନ୍ତି। ସେଇ ଭୟରେ ଏମାନେ ରାତି ରାତି ଧରି ଶୋଇପାରୁନାହାଁନ୍ତି।

Rape Case Rape And Murder Minor Girl Rape And Murder
Advertisment
Advertisment