/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752504165.jpg)
Saina Nehwal
୨୦୧୮ରେ ବିବାହ କରିଥିଲେ । ୨୦୨୫ରେ ଅଲଗା ହୋଇଗଲେ । ସାଇନା ନେହୱାଲ। ଅଲିମ୍ପିକ୍ସରେ ଭାରତ ପାଇଁ ବ୍ୟାଡମିଟନରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏବେ ବିବାହ ବିଚ୍ଛେଦ ନେଇ ଘୋଷଣା କରିବା ପରେ ଚର୍ଚ୍ଚ।ରେ । ସାଇନା ସ୍ୱାମୀ ପାରୁପଲ୍ଲି କଶ୍ୟପଙ୍କ ଠାରୁ ଅଲଗା ହୋଇଯାଇଥିବା ସୋସିଆଲ ମିଡିଆରେ ଆନାଉନ୍ସ କରିଛନ୍ତି ।
କହିଛନ୍ତି “ବେଳେବେଳେ ଜୀବନ ଆମକୁ ଭିନ୍ନ ଏକ ଦିଗରେ ନେଇଯାଏ। ଅନେକ ବିଚାର ବିମର୍ଶ ପରେ କଶ୍ୟପ ପାରୁପଲ୍ଲି ଓ ମୁଁ ଅଲଗା ହୋଇ ଯିବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଜ ପାଇଁ ଓ ପରସ୍ପର ପାଇଁ ଶାନ୍ତି, ଉନ୍ନତିକୁ ବାଛିଛୁ। ସମସ୍ତ ସ୍ମୃତି ପାଇଁ ମୁଁ କୃତଜ୍ଞ। ମୁଁ କିଛି ଚାହୁଁନାହୁଁ, କିନ୍ତୁ ଆଗକୁ ବଢ଼ିବାକୁ ଚାହୁଁଛି। ଏହି ସମୟରେ ଆମର ଗୋପନୀୟତାକୁ ବୁଝିବା ଓ ସମ୍ମାନ ଜଣାଉଥିବାରୁ ଧନ୍ୟବାଦ।”
ସାଇନା ଓ କଶ୍ୟପ ଅନେକ ଦିନ ହେବ ପରସ୍ପରକୁ ଡେଟ୍ କରୁଥିଲେ । ପରେ ୨୦୧୮ରେ ବିବାହ କରିଥିଲେ । ଉଭୟ ହାଇଦ୍ରାବାଦରେ ପୁଲ୍ଲେଲା ଗୋପିଚାନ୍ଦ ଏକାଡେମୀରେ ଟ୍ରେନିଂ ନେଉଥିଲେ। ସାଇନା ଦେଶ ପାଇଁ ଅନେକ ମେଡାଲ ଜିତିଛନ୍ତି । କଶ୍ୟପ ପାରୁପଲ୍ଲି ୨୦୧୪ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)