/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741431421.jpg)
champions trophy
ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳାଯିବ। ଦୁବାଇରେ ଏହି ମ୍ୟାଚ ଖେଳାଯିବ। ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବା ବେଳେ ନ୍ୟୁଜିଲାଣ୍ତ ପାକିସ୍ତାନରେ ଏହାର ସମସ୍ତ ମ୍ୟାଚ ଖେଳିଥିଲା। କେବଳ ଭାରତ ବିପକ୍ଷ ମ୍ୟାଚ ଦଳ ଦୁବାଇରେ ଖେଳିଥିଲା। ଏହି ମ୍ୟାଚରେ ଭାରତୀୟ ସ୍ପିନରଙ୍କ ସମ୍ମୁଖରେ ନ୍ୟୁଜିଲାଣ୍ଡ ଇନିଂସ ତାସ ପତା ପରି ଭୁଶୁଡି ପଡିଥିଲା।
ରବିବାର ଦୁବାଇର ସମାନ ଗ୍ରାଉଣ୍ଡରେ ଉଭୟ ଦଳ ପୁନର୍ବାର ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ଗୋଟିଏ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଭାରତୀୟ ଦଳର ଷ୍ଟାର ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଭାରତ ଫାଇନାଲ ମ୍ୟାଚରେ ଖେଳାଇ ପାରେ। ଚଳିତ ଟୁର୍ଣ୍ଣାମେଣ୍ଟରେ କୁଲଦୀପଙ୍କ ପ୍ରଦର୍ଶନ ଏତେଟା ପ୍ରଭାବଶାଳୀ ରହିନାହିଁ।
ଅଧିକ ପଢ଼ନ୍ତୁ: ସେମିଫାଇନାଲରେ ହାରିବା ପରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଅବସର ନେଲେ ଅଧିନାୟକ ଷ୍ଟିଭ୍ ସ୍ମିଥ୍
କ୍ରିକେଟରେ ସର୍ବଦା ଦୁଇଟି ରଣନୀତି ରହିଥାଏ। ପ୍ଲେଇଙ୍ଗ ଦ କଣ୍ଡିସନ ଓ ପ୍ଲେଇଙ୍ଗ ଦ ମେନ। ଭାରତ ଦୁବାଇରେ ଉଭୟ ଷ୍ଟ୍ରାଟେଜି ଆପଣେଇଛି। ପ୍ରଥମ ୩ ମ୍ୟାଚରେ ଦଳ କୁଲଦୀପ ଯାଦବଙ୍କୁ ଫ୍ରଣ୍ଟଲାଇନ ସ୍ପିନର ଭାବରେ ଖେଳାଇଥିବା ବେଳେ ବୋଲିଂ ଅଲରାଉଣ୍ଡର ଭୂମିକାରେ ନଜର ଆସିଥିଲେ ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ମଧ୍ୟ ବରୁଣଙ୍କ ସହିତ ଓହ୍ଲାଇଥଲା ଭାରତ।
ତେବେ ଗୁରୁତ୍ବପୂର୍ଣ୍ଣ ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଦଳରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଭାରତୀୟ ଦଳ କୁଲଦୀପଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ସୁନ୍ଦରଙ୍କୁ ଖେଳାଇପାରେ। ପ୍ରଥମତଃ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁନ୍ଦରଙ୍କ ରେକର୍ଡ ଚମତ୍କାର ରହିଛି। ଟେଷ୍ଟ ସିରିଜରେ ସେ ନିଜର କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ସେହିପରି ନ୍ୟୁଜିଲାଣ୍ଡ ଦଳରେ ଏକାଧିକ ବାମହାତୀ ଖେଳାଳି ରହିଛନ୍ତି। ଜଣେ ଅଫସ୍ପିନରଙ୍କ ଉପସ୍ଥିତି ଭାରତୀୟ ବୋଲିଂ ଳାଇନଅପକୁ ଅଧିକ ସୁଦୃଢ କରିବ।
ଭାରତୀୟ ଦଳର ବୋଲରଙ୍କ ମଧ୍ୟରେ ମହମ୍ମଦ ଶାମି ସର୍ବାଧିକ ୮ ୱିକେଟ ନେଇଛନ୍ତି। ଏହା ତଳକୁ ବରୁଣ ଚକ୍ରବର୍ତ୍ତୀ ୭ ୱିକେଟ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କୁଲଦୀପ ଯାଦବ ଓ ଅକ୍ଷର ପଟେଲ ୫ଟି ଲେଖାଏ ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୪ ୱିକେଟ ନେଇଛନ୍ତି। ଦୁବାଇର ୱିକେଟ ପୁନର୍ବାର ସ୍ପିନରଙ୍କୁ ସୁହାଇବା ନେଇ ଆକଳନ କରାଯାଉଛି। ଭାରତ ଏହା ସହିତ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ବିଜୟର ଲକ୍ଷ୍ୟ ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)