• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଣିଷ ତାର ସଉକ୍‌ ପାଇଁ ପଶୁ ପକ୍ଷୀଙ୍କୁ ପାଳନ କରିଥାଏ । ନିଜର ସ୍ନେହର ବନ୍ଧନରେ ଅନେକ ନିରୀହ ପଶୁ ପକ୍ଷୀମାନଙ୍କୁ ବାନ୍ଧି ରଖିଥାଏ ମଣିଷ । ଖାଲି ନରୀହ ନୁହେଁ କିଛି ହିଂସ୍ର ଓ ବିଷଧର ଜୀବଜନ୍ତୁଙ୍କୁ ବି ମଣିଷ ତାର ସ୍ନେହର ବନ୍ଧନରେ ପାଳନ କରିଥାଏ । ସିଂହ, ବାଘ ଓ ବିଭିନ୍ନ ସରୀସୃପ ପରି ଅନେକ ପଶୁଙ୍କୁ ପାଳନ କରି ଚର୍ଚ୍ଚାରେ ରହିଛନ୍ତି କିଛି ଲୋକ । ଆଉ ସେମାନଙ୍କ ଗୃହପାଳିତ ପଶୁଙ୍କ ସହ ଅନେକ ଭିଡିଓ ଭାଇରାଲ ହୋଇଛି ।

ଅତୀତର ପୁରୁଣା ଦିନଗୁଡ଼ିକରେ ଅଜଗରର ଅନେକ ଭିଡିଓ ଭାଇରାଲ ହୋଇଛି । କିଛି ଲୋକ ନିଜର ପାଳିତ ଅଜଗର ସହ ଖେଳିବା ଓ ତାଙ୍କର ଯତ୍ନ ନେଉଥିବା ଭିଡିଓ ଦେଖିବାକୁ ମିଳିଛି । ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଯାହାକି ଦର୍ଶମାନେ ଖୁବ୍‌ ପସନ୍ଦ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭୟଙ୍କର ଅଜଗରଙ୍କୁ ଧରି ଶୋଇଛନ୍ତି ଜଣେ ବ୍ୟକ୍ତି

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଜଗରର ଭିଡିଓ ଜଣେ ଆମେରିକା ୟୁଟ୍ୟୁବରଙ୍କର ହୋଇଥିବା ଜଣାପଡ଼ିଛି । ରେପଟାଇଲ୍‌ ସରୀସୃପ ଉଦ୍ୟାନର ପ୍ରତିଷ୍ଠାତା ତଥା ସିଇସ ଜୟ ବ୍ରେୱର ଭିଡିଓଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ବିରାଟକାୟ ଦୁଇଟି ଅଜଗର ସାପ ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓ ଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି । ଦୁଇଟି ଯାକ ଅଜଗଧ ଧୀରେ ଧୀରେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି । ସାପ ଦୁଇଟିର ଲାଞ୍ଜକୁ ବ୍ୟକ୍ତି ଜଣକ ଧରିବା ସହ ଟାଣୁଛନ୍ତି । ଭିଡିଟିକୁ ଜୟ ବ୍ରେୱର ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ବେଳେ କ୍ୟାପସନରେ ମଧ୍ୟ ସାପକୁ ନେଇ କିଛି ଉଲ୍ଲେଖ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୩ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ୧ଲକ୍ଷ ୬୨ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିସାରିଥିବା ବେଳେ ଅନେକ ଦର୍ଶକ କମେଣ୍ଟ ବକ୍ସରେ ନିଜର ମତାମତ ଦେଇଛନ୍ତି ।