Advertisment

ଭୟଙ୍କର ଅଜଗରଙ୍କୁ ଧରି ଶୋଇଛନ୍ତି ଜଣେ ବ୍ୟକ୍ତି

ସାପ ନା ଶୁଣିଲେ ତ ଲୋକେ ଭୟଭିତ ହେବା ଥୟ। ସେଥିରେ ପୁଣି ଅଜଗର। କିଏ ବା ନ ଡରିବ! କିନ୍ତୁ ଯଦି ଅଜଗରକୁ ଧରି କେହି ଶୋଇବା କଥା କୁହାଯାଏ ତେବେ କିଏ ବା ବିଶ୍ୱାସ କରିବ! କିନ୍ତୁ ଏହା ସତ। ଦେଖନ୍ତୁ ଭିଡିଓ।

author-image
Pramod Behera
ଅଦ୍ୟତନ ହୋଇଛି
Man sleeping with 2 giant pythons

Man sleeping with 2 giant pythons

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ପଶୁମାନଙ୍କୁ ବହୁତ ଭଲ ପାଇଥାନ୍ତି। ଲୋକେ କେବଳ ଯେ କୁକୁର କି ବିଲେଇକୁ ଗୃହପାଳିତ ପଶୁ ଭାବେ ରଖନ୍ତି ତାହା ନୁହେଁ। ଏମିତି ଅନେକ ବି ଲୋକ ଅଛନ୍ତି କୁମ୍ଭୀର, ଚିତାବାଘ ଓ ସିଂହ ଭଳି ପଶୁଙ୍କୁ ମଧ୍ୟ ସାଥିରେ ରଖନ୍ତି। ବର୍ତ୍ତମାନ ସେମିତି ଜଣେ ବ୍ୟକ୍ତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତି ଜଣରେ ଶଯ୍ୟାରେ ଦୁଇ ବିରାଟକାୟ ଅଜଗରଙ୍କୁ ଧରି ଶୋଇଛନ୍ତି।

Advertisment

ଶଯ୍ୟାରେ ଏଭଳି ଦୁଇ ବିପଜ୍ଜନକ ପ୍ରାଣୀଙ୍କୁ ଧରି ଶାନ୍ତିରେ ଶୋଇଥିବା ବ୍ୟକ୍ତିଙ୍କୁ ଦେଖିଲେ କାହାର ବି କଲିଜା ଥରି ଉଠିବ। କିନ୍ତୁ ଏହି ବ୍ୟକ୍ତି ନିର୍ଭୟରେ ଶୋଇଥିବା ଦେଖାଯାଏ। ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଲୋକମାନେ ଭୟ କରୁଛନ୍ତି ଯେ ଏହି ଜନ୍ତୁ ତାଙ୍କର କ୍ଷତି କରିପାରେ। କିନ୍ତୁ ବ୍ୟକ୍ତିଙ୍କର ଏହି ଅଜଗର ଉପରେ ଏତେ ବିଶ୍ୱାସ ଅଛି ଯେ ସେ ଆଦୌ ଭୟଭୀତ ନାହାନ୍ତି ଏବଂ ଆରାମରେ ଶୋଇଛନ୍ତି।

ସାଧାରଣତଃ ସାପ କିମ୍ବା ଏହି ପ୍ରଜାତିର କୌଣସି ବି ବିଷାକ୍ତ ଜନ୍ତୁକୁ ଦେଖି ଜଣେ ବ୍ୟକ୍ତିଙ୍କ ଅବସ୍ଥା ବାର ବାଜିଯାଏ। କିନ୍ତୁ ଭାଇରାଲ୍ ଭିଡିଓରେ ବ୍ୟକ୍ତିଙ୍କ ସାହସକୁ ମାନିବାକୁ ପଡିବ। ସେ ଉଭୟ ଅଜଗରକୁ ଖଟ ଉପରେ ଏମିତି ଭାବେ ଧରି ରଖିଛନ୍ତି ଯେ ସତେଯେପରି ସେମାନେ ତାଙ୍କ ଜଗୁଆଳୀ। ଦୁଇ ଅଜଗର ମଧ୍ୟ ତାଙ୍କ ଶରୀର ଉପରେ ଏମିତି ଗୁଡେଇ ହୋଇ ଯାଉଥିଲେ ବି ତାଙ୍କର କୌଣସି ଫରକ ପଡୁନି। ଲୋକେ ଏହି ବ୍ୟକ୍ତି ଜଣଙ୍କର ସାହସକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଏହି ଅବିଶ୍ୱାସୀ ଜନ୍ତୁ ଉପରେ କିଏ ଏତେ ବିଶ୍ୱାସ କରିପାରେ!

Advertisment

ଏହି ଭୟାନକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ snakebytestv ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଆକାଉଣ୍ଟ୍ ବ୍ରାୟନ୍ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ, ଯାହାଙ୍କର ପଶୁମାନଙ୍କ ପ୍ରତି ବହୁତ ଭଲପାଇବା ଅଛି। ୫ ଦିନ ପୂର୍ବରୁ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ୨୪ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ ଏହା ଉପରେ ଅନେକ ମନ୍ତବ୍ୟ ମଧ୍ୟ ଆସିଛି। କେତେକ ଲୋକ କହିଛନ୍ତି ଯେ, ଏପରି ଜୀବମାନଙ୍କଠାରୁ ଦୂରରେ ରହିବା ଭଲ। ସେହିପରି ଆଉ ଲୋକ କହିଛନ୍ତି ଯେ ବ୍ରାୟନ୍ ବହୁତ ସାହସୀ।

Viral Video
Advertisment
Advertisment