/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672899968.jpg)
Truck Viral Video
ସାଂଘାତିକ ଭିଡିଓ ଭାଇରାଲ । ଆଗ ଚକା ନାହିଁ ତଥାପି ଚାଲୁଛି ଟ୍ରକ୍ । ଆଉ ତାକୁ ଚଲାଉଛନ୍ତି ଜଣେ ଡ୍ରାଇଭର । ଏହି ଭିଡିଓ ଦେଖିଲେ, ପ୍ରଥମେ ଯେକେହି ବି ଭୟଭୀତ ହେବ । ହେଲେ ସୋସିଆଲ ମିଡିଆ ରେ ଏହା ଏକ ମଜାଦାର ଭିଡିଓ ଭାବେ ଭାଇରାଲ ହେଉଛି । ଯିଏ ବି ଦେଖୁଛି ପ୍ରଥମେ ଟିକେ ଛାନିଆ ହେଉଛି କିନ୍ତୁ ପରେ ଭାଇରାଲ ଭିଡିଓ ର ମଜା ନେଉଛି । କାରଣ ଭିଡିଓଟି ଠିକ୍ ସେହିଭଳି ହୋଇଛି ।
ତେବେ ଆମେ ସମସ୍ତେ ଜାଣିଛନ୍ତି ଯୋଗାଡ଼ିଆ କାମରେ ଭାରତ ସାରା ବିଶ୍ୱରେ ସବୁଠୁ ଆଗରେ । ଏମିତି ଯୋଗାଡ଼ିଆ ଫଟୋ ଭିଡିଓ ପ୍ରାୟ ସମୟରେ ଇଣ୍ଟରନେଟ୍ରେ ଭାଇରାଲ ହୋଇଥାଏ । ତେବେ ଆମେ ଆଜି ଯେଉଁ ଭାଇରାଲ ଭିଡିଓ ବିଷୟରେ କହୁଛୁ ତାହା ବି ଏକ ପ୍ରକାର ଯୋଗାଡ଼ିଆ ବୋଲି କୁହାଯାଇପାରିବ । କାରଣ ଏହି ଭିଡିଓରେ ଥିବା ବଡ଼ ଟ୍ରକ୍ଟି କୌଣସି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ତାର ଆଗ ଚକା ଦୁଇଟି ବିଲକୁଲ ନାହିଁ । କିନ୍ତୁ ସୌଭାଗ୍ୟବଶତଃ ଗାଡ଼ିଟିର ଆଗ ଚକା ନଥିଲେ ମଧ୍ୟ ତାହା ସେମିତି ଛିଡ଼ା ହୋପାରୁଥିଲା ।
ଅଧିକ ପଢ଼ନ୍ତୁ: କିଏ ଅଧିକ ଶକ୍ତିଶାଳୀ ? କଇଁଛ ନା କୁମ୍ଭୀର ? ଦେଖନ୍ତୁ ଭିଡିଓ..
ତେବେ ଏହାର ସୁଯୋଗ ନେଲା ଚାଲାଖ ଡ୍ରାଇଭର । ଆଗ ଚକା ନଥାଇ ବି ସେ ଗାଡ଼ିକୁ ଷ୍ଟାର୍ଟ କରି ଚଲାଇବାକୁ ଚେଷ୍ଟା କଲା । ଧିରେ ଧିରେ ବାଲାନ୍ସ କରି ଗାଡ଼ିକୁ ଚଲାଇ ଗ୍ୟାରେଜ ପର୍ଯ୍ୟନ୍ତ ନେଇଥିବା ସୂଚନା ରହିଛି । ଏହି ଭିଡିଓଟି ଇନ୍ଷ୍ଟାଗ୍ରାମ୍ ରେ ପୋଷ୍ଟ କରାଯାଇଛି । ଏହି ଭିଡିଓକୁ ୪.୮ ମିଲିଅନ୍ ଲୋକ ଦେଖିସାରିଲେଣି । ଏହାକୁ କେହି କେହି ଡେଞ୍ଜରିଅସ୍ ଡ୍ରାଇଭିଂ କହୁଥିବା ବେଳେ କେହି କେହି ଏହାକୁ ଦୁଃସାହସ ବୋଲି କହିଛନ୍ତି ।
ଆଉ କେହି କେହି କହିଛନ୍ତି ଏହା ହେଉଛି ଭାରତୀୟ ଡ୍ରାଇଭରଙ୍କ କମାଲ । ଭାରତୀୟ ଡ୍ରାଇଭର ହିଁ ଏଭଳି କରିପାରନ୍ତି ବୋଲି ଅନେକ ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)