• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଇଁଛ ପିଠି ଭାରି ଟାଣ । ଆପଣ ଏସବୁ କଥା କେବଳ କଥାରେ ହିଁ ଶୁଣିଥିବେ । କିନ୍ତୁ ବୋଧ ହୁଏ କେବେ ଏହାର ପ୍ରମାଣ ପାଇଥିବା । କିନ୍ତୁ କାହିଁ କେଉଁ କାଳରୁ କୁହାଯାଏ ଯେ, କଇଁଛ ପିଠି ଭାରି ଟାଣ । ପଥର ପଡ଼ିଲେ ବି ତାର କିଛି ହେବନି । ତେବେ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କଇଁଛ ପିଠିର ମଜଭୁତିର ପ୍ରମାଣ ମିଳିଛି । ତେବେ ଗୋଟଏ ପଟେ କଇଁଛ ପିଠି ବା ଖୋଳ ଯେତିକି ଟାଣ କୁହାଯାଏ, କୁମ୍ଭୀର କାମୁଡ଼ା ବି ସେତିକି ଟାଣ ବୋଲି କୁହାଯାଏ ।

ହେଲେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ସ୍ପଷ୍ଟ ଜଣାପଡ଼ୁଛି କିଏ କେତେ ଶକ୍ତିଶାଳି । କୁମ୍ଭୀର ଜାବ ଶକ୍ତିଶାଳି ନା କଇଁଛ ପିଠି ଅଧିକ ଟାଣ ?

ଭାଇରାଲ ଭିଡିଓରେ ଗୋଟିଏ କୁମ୍ଭୀର ନଦୀକୂଳରେ ଶୋଇଛି । ଆଉ ଏହି ସମୟରେ ଗୋଟିଏ କଇଁଛ କୁମ୍ଭୀର ପାଟି ପାଖରେ ପହଞ୍ଚୁଛି । ଆଉ ସେହି କଇଁଛକୁ କୁମ୍ଭୀର ନିଜ ପାଟିରେ ପୁରାଇ ଦାନ୍ତରେ ଚୋବାଇବାକୁ ଚେଷ୍ଟା କରୁଛି । ହେଲେ ଏଥିରେ କୁମ୍ଭୀର ବିଫଳ ହେଉଛି । କଇଁଛ ପିଠିରେ ଥିବା ଖୋଳ ଏତେ ଶକ୍ତିଶାଳି ଯେ, କୁମ୍ଭୀର ଦାନ୍ତ ବି ତାକୁ ଆଘାତ ଦେଇପାରିଲାନି । ତେଣୁ ଏଠି ପ୍ରମାଣିତ ହେଲା, କଇଁଛଠାରୁ ଅଧିକ ଶକ୍ତିଶାଳି ହେଉଛି କୁମ୍ଭୀର ।

ଏହି ଭାଇରାଲ ଭିଡିଓକୁ ଇନଷ୍ଟାଗ୍ରାମ ୟୁଜର @naturewildside ନିଜ ଆଇଡିରେ ପୋଷ୍ଟ କରିଛନ୍ତି । ଯାହାକୁ ଏବେ ସୁଦ୍ଧା ୨୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ୧୫୦୦ରୁ ଅଧିକ ଲାଇକ୍‌ ବି ପାଇଛି ଏହି ଭିଡିଓ । ଭିଡିଓରେ ଜଣାପଡ଼ୁଛି ଯେ, କୁମ୍ଭୀରଟି ଅନେକ ଚେଷ୍ଟା କରିଛି କଇଁଛକୁ ନିଜ ଦାନ୍ତରେ ଚାପି ରଖିବା ପାଇଁ ହେଲେ ଚାଲାଖ କଇଁଛ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ କୁମ୍ଭୀର ପାଟିରୁ ବର୍ତ୍ତିଯାଇଛି । ଆଉ ନୂଆ ଜୀବନ ପାଇଛି ।