/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751901398.jpg)
Viral Video
ଲକ୍ଷ୍ନୋରେ ଆମ୍ବ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଜୁଲାଇ ୭ରେ ଏହାର ଅନ୍ତିମ ଦିନ ଥିଲା । କିନ୍ତୁ ପ୍ରଦର୍ଶନୀରେ ଯାହା ଘଟିଗଲା ତାହା ଭଦ୍ରଲୋକଙ୍କ ମୁଖା ଖୋଲିଦେଲା । ଖୋଲାଖୋଲି ଭାବେ ଲୋକମାନେ ପ୍ରଦର୍ଶନୀରୁ ଆମ୍ବ ଚୋରି କରିନେଇଥିଲେ । କହିବାକୁ ଗଲେ ଆମ୍ବର ଲୁଟ୍ ହୋଇଥିଲା ।
ଶେଷ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା । ଲୋକମାନେ ପ୍ରଦର୍ଶନୀରେ ରଖାଯାଇଥିବା ଆମ୍ବକୁ କାହାକୁ ନପଚାରି ନେବାକୁ ଲାଗିଲେ । ସ୍ଥିତି ଏଭଳି ହେଲା ଭିଡ଼କୁ ସମ୍ଭାଳିହେଲାନି । ପ୍ରଦର୍ଶନୀରେ ଯେଉଁଠୁ ଲୋକମାନେ ଆମ୍ବ ନେଇଥିଲେ ତାହା କେବଳ ପ୍ରଦର୍ଶନ ପାଇଁ ଥିଲା । ବାହାରେ ଆମ୍ବ ବିକିବା ପାଇଁ ଅଲଗା ଷ୍ଟଲ ଥିଲା ।
Last day of Mango festival in Lucknow.
This is our civic sense. No wonder, other countries don't want Indians on their land. pic.twitter.com/iFFjM7RGvp
— Tarun Gautam (@TARUNspeakss) July 7, 2025
ପ୍ରଦର୍ଶନୀରେ ବିଭିନ୍ନ ରକମର ଆମ୍ବ ରଖାଯାଇଥିଲା ଲୋକଙ୍କ ଦେଖିବା ପାଇଁ । କିନ୍ତୁ ଶେଷ ସମୟରେ ପ୍ରଶାସନର ଢ଼ିଲା ନୀତି ଓ ଭିଡ ନିୟନ୍ତ୍ରଣ ହେଇନପାରିବାରୁ ଏଭଳି ଅବସ୍ଥା ଉପୁଜିଥିଲା ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଲୁଟ ସମୟରେ କୌଣସି ସୁରକ୍ଷାକର୍ମୀ ନଥିଲେ । ସେଥିପାଇଁ ଲୋକମାନେ ବିନା ଡ଼ରରେ ଆମ୍ବ ନେଇଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ବ୍ୟାଗରେ ଆମ୍ବ ନେଇକି ଯାଉଥିବାର ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)