Advertisment

Skeleton Lake: ହ୍ରଦରେ ଭାସେ ଶହ ଶହ ମଣିଷ କଙ୍କାଳ, ଆଜି ବି ରହସ୍ୟ ଘେରରେ

ପ୍ରଥମେ ଇଂରେଜ ମାନଙ୍କୁ ଲାଗିଲା କଙ୍କାଳ ଗୁଡିକ ଦ୍ବିତୀୟ ବିଶ୍ବଯୁଦ୍ଧରେ ମୃତ୍ୟୁବରଣ କରିଥିବା ଜାପାନୀ ସୈନ୍ୟମାନଙ୍କର । ଇଂରେଜ ମାନେ ତୁରନ୍ତ ଏକ ଟିମ୍ ପଠାଇଥିଲେ ତଦନ୍ତ କରି ଜାଣିବା ପାଇଁ କଙ୍କାଳ ଗୁଡିକ କାହାର । ଯାଞ୍ଚ କରିବା ପରେ ଜଣାପଡିଲା କଙ୍କାଳ ଗୁଡିକ ଜାପାନୀ ସୈନ୍ୟଙ୍କର ନୁହେଁ ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Skeleton Lake

Skeleton Lake

ହ୍ରଦର ସୁନ୍ଦର ପରିବେଶ ଲୋକଙ୍କୁ ଶାନ୍ତି ଓ ଖୁସିର ଅନୁଭବ ଦେଇଥାଏ । ସେଥିପାଇଁ ଲୋକମାନେ ଛୁଟିଦିନରେ ଏହି ଭଳି ଯାଗାକୁ ବୁଲିବାକୁ ଯାଆନ୍ତି । ଯଦି ଆପଣ ଏକ ସୁନ୍ଦର ହ୍ରଦ ଦେଖିବାକୁ ଯାଇଛନ୍ତି ଆଉ ହ୍ରଦରେ ମାଛ ପହଁରୁଥିବାର ଦେଖିବା ବଦଳରେ କଙ୍କାଳ ଦେଖିବେ । ଡରି ଯିବେ ଆପଣ । ହିମାଳୟରେ ଥିବା ରୁପକୁଣ୍ଡର କାହାଣୀ ବି କିଛି ଏହି ଭଳି । ବର୍ଷ ବର୍ଷ ଧରି ଏହି ହ୍ରଦରେ କଙ୍କାଳ ପଡିରହିଛି । ସେଥିପାଇଁ ଏହାକୁ କଙ୍କାଳର ହ୍ରଦ ବି କୁହାଯାଏ ।

Advertisment

ଉତ୍ତରାଖଣ୍ଡରେ ହିମାଳୟରର କୋଳରେ ରହିଛି କଙ୍କାଳର ହ୍ରଦ ରୁପକୁଣ୍ଡ । ୫ହଜାର ୨୦ ମିଟର ଊଚ୍ଚରେ ତ୍ରିଶୁଳ ପର୍ବତ ନିକଟରେ ଏହି ଛୋଟିଆ ହ୍ରଦଟି ରହିଛି । ଶୀତ ଦିନେ ହ୍ରଦଟି ବରଫରେ ଘୋଡେଇ ହୋଇ ରହିଥାଏ । କିନ୍ତୁ ଯେତେବେଳେ ବରଫ ତରଳେ ଶହ ଶହ ମାନବ କଙ୍କାଳ ହ୍ରଦରେ ଭାସୁଥିବାର ଦେଖିବାକୁ ମିଳେ । ଏହା ପଛରେ ଅନେକ କାହାଣୀ ଶୁଣିବାକୁ ମିଳେ ।

ଅଧିକ ପଢନ୍ତୁ: ଗୋଟିଏ ରାତିରେ ଗଢ଼ା ହୋଇଥିବା ମନ୍ଦିର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Advertisment

କୁହାଯାଏ ୧୯୪୨ରେ ନନ୍ଦା ଦେବୀ ନାସନାଲ ପାର୍କର ରେଞ୍ଜର ହରି କିଶନ ମଧବାଲ ପ୍ରଥମେ ହ୍ରଦଟିକୁ ଦେଖିଥିଲେ । ପ୍ରଥମେ ଇଂରେଜ ମାନଙ୍କୁ ଲାଗିଲା କଙ୍କାଳ ଗୁଡିକ ଦ୍ବିତୀୟ ବିଶ୍ବଯୁଦ୍ଧରେ ମୃତ୍ୟୁବରଣ କରିଥିବା ଜାପାନୀ ସୈନ୍ୟମାନଙ୍କର । ଇଂରେଜ ମାନେ ତୁରନ୍ତ ଏକ ଟିମ୍ ପଠାଇଥିଲେ ତଦନ୍ତ କରି ଜାଣିବା ପାଇଁ କଙ୍କାଳ ଗୁଡିକ କାହାର । ଯାଞ୍ଚ କରିବା ପରେ ଜଣାପଡିଲା କଙ୍କାଳ ଗୁଡିକ ଜାପାନୀ ସୈନ୍ୟଙ୍କର ନୁହେଁ । କାରଣ କଙ୍କାଳ ଗୁଡିକ ଖୁବ ପୁରୁଣା ଥିଲା ।

ପୁରୁଣା କିମ୍ବଦନ୍ତୀ ଅନୁସାରେ କନୌଜର ରାଜା ଜସଧବଲ ନିଜର ଗର୍ଭବତୀ ରାଣୀ ବାଲମ୍ପା ଓ ନିଜର ଅନୁଗତ୍ୟଙ୍କ ସହ ନନ୍ଦା ଦେବୀଙ୍କ ମନ୍ଦିରକୁ ତୀର୍ଥଯାତ୍ରା ପାଇଁ ଯାଉଥିଲେ । ଏହି ଯାତ୍ରା ପ୍ରତି ୧୨ବର୍ଷରେ ଥରେ ପଡିଥାଏ । ସେହି ରାସ୍ତାରେ ଏହି ହ୍ରଦଟି ପଡେ । ଲୋକମାନେ କୁହନ୍ତି ରାଜାଙ୍କ ବିଳାସମୟ ଯାତ୍ରା ଓ ଅନୁଚିତ ବ୍ୟବହାର ଯୌଗୁଁ ନନ୍ଦା ଦେବୀ କ୍ରୋଧିତ ହୋଇଥିଲେ । ଦେବୀ ମାଙ୍କ କ୍ରୋଧ ବିଜୁଳି ହୋଇ ସମସ୍ତଙ୍କ ଉପରେ ପଡିଥିଲା । ସମସ୍ତଙ୍କର ମୃତ୍ୟୁ ଘଟିଥିଲା ଆଉ କୁହାଯାଏ କଙ୍କାଳ ଗୁଡିକ ସେମାନଙ୍କର ।

ଏହି ହ୍ରଦ ବିଷୟରେ ଆଉ କିଛି ରୋଚକ କାହାଣୀ ଶୁଣିବାକୁ ମିଳେ । ଯେମିତିକି କଙ୍କାଳ ଗୁଡିକ ମହାମାରୀରେ ଏକସଙ୍ଗେ ମୃତ୍ୟୁବରଣ କରିଥିବା କିଛି ଲୋକଙ୍କର । ଆଉ କିଛି ଲୋକ କୁହନ୍ତି ଏହି ସବୁ କଙ୍କାଳ ଆର୍ମି ଲୋକଙ୍କର ଯେଉଁମାନେ ବରଫ ଝଡରେ ଫସି ମୃତ୍ୟୁବରଣ କରିଛନ୍ତି । ବରଫ ଯୋଗୁଁ ଏହି କଙ୍କାଳ ଗୁଡିକ ଏବେବି ସୁରକ୍ଷିତ ହୋଇ ରହିଛି । ପାଣିପାଗ ହିସାବରେ ହ୍ରଦର ଆକାର କେତେବେଳେ ବଢେ ଓ କେତେବେଳେ କମିଥାଏ । ବେଳେବେଳ ହ୍ରଦରେ କଙ୍କାଳ ସହ ମଣିଷ ଅଙ୍ଗ ବି ଦେଖିବାକୁ ମିଳେ । ବାସ୍ତବରେ ଏହା ଖୁବ ଭୟାନକ । ଏହି ହ୍ରଦରୁ ଏଭିତରେ ୬୦୦ରୁ ୮୦୦ ମଣିଷ କଙ୍କାଳ ମିଳିସାରିଲାଣି ।

୨୦୧୯ରେ ଏକ ରିପୋର୍ଟ ରୁପକୁଣ୍ଡର ରହସ୍ୟକୁ ଆହୁରି ରହସ୍ୟମୟ କରାଇଦେଇଥିଲା । ବୈଜ୍ଞାନିକମାନେ ୩୮ଟି କଙ୍କାଳର ଡିଏନଏ ଓ ସେମାନଙ୍କର ବୟସ ଜାଣିବା ପରୀକ୍ଷାରୁ ଅନେକ ତଥ୍ୟ ସାମନାକୁ ଆସିଥିଲା । ଯେଭଳିକି କଙ୍କାଳ ଗୁଡିକ ଅଲଗା ଅଲଗା ସମୟରେ ମୃତ୍ୟୁବରଣ କରିଥିବା ଲୋକଙ୍କର । ମୃତ ଲୋକମାନଙ୍କ ମଧ୍ୟରୁ କିଛି ଦକ୍ଷିଣ ଏସିଆର ଥିଲେ । ଆଉ କିଛି ଲୋକ ଗ୍ରୀସ ଓ କ୍ରେଟ୍ ଭଳି ଭୂମଧ୍ୟସାଗର ଅଂଚଳରୁ ଥିଲେ । ସେମାନଙ୍କର ଖାଦ୍ୟ ପାନୀୟ ସଂପୂର୍ଣ୍ଣ ଅଲଗା ଥିଲା । କିନ୍ତୁ ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ ହୋଇଥିଲେ କି ଗ୍ରୀକ୍ ଲୋକ ଏତେ ଦୂର ହିମାଳୟରେ କିଭଳି ଆସି ପହଞ୍ଚିଥିଲେ ।

ଏହି ହ୍ରଦ ନିକଟକୁ ଯିବା ଖୁବ ଚ୍ୟାଲେଞ୍ଜ ପୂର୍ଣ୍ଣ । ସହଜ ନୁହେଁ ରୁପକୁଣ୍ଡକୁ ଯାତ୍ରା କରିବା । ତଥାପି ଏତେ ଲୋକଙ୍କ କଙ୍କାଳ ଏଠିକି କିଭଳି ଆସିଲା ତାହା ଆଜି ବି ରହସ୍ୟପୂର୍ଣ୍ଣ ।

ଅଧିକ ପଢନ୍ତୁ: ପାଣିରେ ଜନ୍ମ ପାଣିରେ ମୃତ୍ୟୁ, ଏକ ବିଚିତ୍ର ଜନଜାତିର ଜୀବନ କାହାଣୀ

Snow-Capped Himalayan Mountains Uttarakhand Skeleton
Advertisment
Related Articles
Advertisment