ପୁଣି ଜିମ୍ ରେ ଆଉ ଏକ ମୃତ୍ୟୁ । ଏକ୍ସରସାଇଜ କରୁଥିବା ବେଳେ ହଠାତ ଟଳିପଡିଲେ । ଆଜିକାଲି ଫିଟ୍ ରହିବାକୁ କିଏ ପାର୍କରେ ଚାଲୁଛି ତ କିଏ ଜିମ୍ ଯାଉଛି । କିଏ କିଏ ତ ସ୍ପେଶାଲ ଡାଏଟ୍ ବି କରୁଛନ୍ତି । କିନ୍ତୁ ଏବେ ଦେଶରେ ଜିମ୍ ରେ ୱାର୍କ ଆଉଟ୍ କରିବା ବେଳେ ହୃଦଘାତର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଫରିଦାବାଦର ଗୋଟିଏ ଜିମରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ୱାର୍କ ଆଉଟ କରୁଥିବା ବେଳେ ହୃଦଘାତରେ ପ୍ରାଣ ହରାଇଛନ୍ତି।
ଘଟଣାଟି ମଙ୍ଗଳବାର ସକାଳେ ଘଟିଛି । ପଙ୍କଜ ନାମକ ବ୍ୟକ୍ତି ନିଜ ଟ୍ରାଇସେପ୍ସ ବୃଦ୍ଧି ପାଇଁ ଏକ୍ସରସାଇଜ କରୁଥିବା ବେଳେ ହଠାତ ଆର୍ଟ ଆଟାକର ଶିକାର ହୋଇ ପ୍ରାଣ ହରାଇଛନ୍ତି। ହାର୍ଟ ଆଟାକ୍ ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।
ପଙ୍କଜ ସକାଳ ପ୍ରାୟ ୧୦ଟା ବେଳେ ଫରିଦାବାଦର ସେକ୍ଟର ୮ ସ୍ଥିତ ସରୌତ ଜିମ ଓ ୱେଲନେସ କ୍ଲବକୁ ଆସିଥିଲେ। ଦିନ ପ୍ରାୟ ୧୦ଟା ୨୦ରେ ପଙ୍କଜ ନିଜ କାନ୍ଧ ପାଇଁ ଏକ୍ସରସାଇଜ କରୁଛନ୍ତି । ପରେ ନିଜର ଟ୍ରାଇସେପ୍ସ ପାଇଁ ଏକ୍ସରସାଇଜ କରିଥିଲେ । ଏହାର କିଛି ସମୟ ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ଜିମ୍ ଚଟାଣରେ ଟଳି ପଡ଼ିଥିଲେ ।
Also Read
Faridabad: one More with heart attack while doing exercise in gym.#HeartAttack pic.twitter.com/UR72CmcCTh
— Vinod Katwal (@Katwal_Vinod) July 3, 2025
ଏହା ଦେଖି ଜିମର ଅନ୍ୟମାନେ ପଙ୍କଜଙ୍କ ପାଖକୁ ଦୌଡ଼ିଥିଲେ। ସେମାନେ ତାଙ୍କ ମୁହଁରେ ପାଣି ପକାଇ ଉଠାଇବାକୁ ଚେଷ୍ଟା କରିଥିଲେ। ନିକଟରେ ଥିବା ଗୋଟିଏ ଡାକ୍ତରୀ ଟିମ ଓ ଆମ୍ବୁଲାନ୍ସ ପହଞ୍ଚିଥିଲା। ଡାକ୍ତର ପଙ୍କଜଙ୍କୁ ମୃତ ଘୋଷଣା କରିଥିଲେ ।
ଜିମ୍ ଟ୍ରେନର ପୁନିତ କହିଛନ୍ତି ପଙ୍କଜ ଜିମ୍ ରେ ହେଭି ଏକ୍ସରସାଇଜ କରୁନଥିଲେ । ପଙ୍କଜ ଯେତେବେଳେ ଟଳିପଡିଲେ ତାଙ୍କୁ ତୁରନ୍ତ ଟେକିକି ହସପିଟାଲ ନେଇ ପାରିନଥିଲୁ । କାରଣ ପଙ୍କଜଙ୍କ ଓଜନ ୧୭୫ କେଜି । ପ୍ରାଥମିକ ତଦନ୍ତରୁ ପଙ୍କଜ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି।
ବିକେ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପଙ୍କଜ ଜଣେ ବ୍ୟବସାୟୀ । ସେ ୫ମାସ ହେବ ଏହି ଜିମ୍ କୁ ଆସୁଥିଲେ ।