Advertisment

Tahawwur Rana: ତହବୁର ରାଣାର ବିସ୍ଫୋରକ ବୟାନ, 'ମୁଁ ଥିଲି ପାକିସ୍ତାନର ଭରସାଯୋଗ୍ୟ ଏଜେଣ୍ଟ'

NIA ଆଗରେ ବିସ୍ଫୋରକ ବୟାନ ଦେଲା କୁଖ୍ୟାତ ଆତଙ୍କୀ ତହବୁର ରାଣା । ପାକିସ୍ତାନୀ ସେନାର ଜଣେ ଭରସାଯୋଗ୍ୟ ଏଜେଣ୍ଟ ହୋଇଥିବା କଥା ସ୍ୱୀକାର କରିଛି ତହବୁର । ୨୬ ନଭେମ୍ୱର ୨୦୦୮ରେ ମୁମ୍ବାଇ ଆକ୍ରମଣବେଳେ ସହରରେ ଥିବା କଥା ସ୍ୱୀକାର କରିଛି ତହବୁର ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Tahawwur Rana

Tahawwur Rana

ମୁମ୍ବାଇ ଆତଙ୍କୀ ଆକ୍ରମଣ ମାମଲା । ଆକ୍ରମଣ ପଛର ମାଷ୍ଟରମାଇଣ୍ଡର ଘନିଷ୍ଠ ସହଯୋଗୀ କୁହାଯାଉଥିବା ତହବୁର ରାଣାର ବଡ଼ ଖୁଲାସା । ପଚରାଉଚରା ସମୟରେ NIA ଆଗରେ ସତ ଉଗାଳିଛି ତହବୁର । ପାକିସ୍ତାନୀ ସେନାର ଜଣେ ଭରସାଯୋଗ୍ୟ ଏଜେଣ୍ଟ ହୋଇଥିବା କଥା ସ୍ୱୀକାର କରିଛି ତହବ୍ବୁର ରାଣା । ନିଜ ବନ୍ଧୁ ଡେଭିଡ୍ ହେଡଲି ସହ ମିଶି ପାକିସ୍ତାନର ଲସ୍କର-ଏ-ତୋଏବାରେ ଟ୍ରେନିଂ ନେଇଥିବା କଥା ମଧ୍ୟ କହିଛି । 

Advertisment

୨୬ ନଭେମ୍ୱର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଡେଭିଡ୍ କୋଲମେନ ହେଡଲି ଓରଫ ଦାଉଦ ଗିଲାନି । ଯାହାର ନିକଟତମ ସହଯୋଗୀ ହେଉଛି ତହବୁର ରାଣା । ଅନ୍ୟପଟେ ତହବୁର ଆକ୍ରମଣ ସମୟରେ ମୁମ୍ବାଇରେ ଥିବା କଥା ସ୍ୱୀକାର କରିଛି । 

ସୂଚନାଯୋଗ୍ୟ, ମେ ୨୬ରୁ ୨୯ ନଭେମ୍ୱର ୨୦୦୮ ମଧ୍ୟରେ ଲଶ୍କର-ଏ-ତୈୟବାର ଆତଙ୍କୀ ହମଲାରେ ୧୬୬ ଜଣ ଲୋକଙ୍କ ଜୀବନ ଯାଇଥିଲା।  ସେଥିରେ ୬ ଆମେରିକୀୟ ନାଗରିକ ମଧ୍ୟ ସାମିଲ ଥିଲେ । ଟ୍ରେନ୍‌, ଷ୍ଟେସନ, ହୋଟେଲ, ରେଷ୍ଟୁରାଣ୍ଟ ଗୁଡ଼ିକୁ ଟାର୍ଗେଟ୍‌ କରାଯାଇ ଥିଲା। ହମଲାରେ ଶହ ଶହ ଲୋକ ଆହତ ହୋଇଥିଲେ ଏବଂ ସହରକୁ ୧.୫ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଇଥିଲା। ଏହି ଆକ୍ରମଣରେ ରାଣାର ପ୍ରମୁଖ ଭୂମିକା ରହିଛି । ରାଣାକୁ ଭାରତ ଅଣାଯିବା ପରେ ଏନଆଇଏ ଦ୍ୱାରା ଗିରଫ କରାଯାଇଥିଲା । ଆଜି NIA ଆଗରେ ପାକିସ୍ତାନ ଲିଙ୍କ୍‌ କଥା ଖୁଲାସା କରିଛି ତହବୁର ରାଣା ।

Advertisment

ଅଧିକ ପଢନ୍ତୁ: ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ରାଣାକୁ ଭାରତ ଆଣିବାକୁ କାହିଁକି ଲାଗିଲା ୧୪ ବର୍ଷ ?

Pakistan Mumbai Terror Attack Tahawwur Rana
Advertisment
Related Articles
Advertisment