Leopard Enters House In Rajasthan
ଭୟଙ୍କର ଘଟଣା । ଚକିତ କଲା ଭଳି ଦୃଶ୍ୟ । ଘରେ ଭିତରେ ବାଘ । ଅଳ୍ପକେ ବର୍ତ୍ତିଗଲା ପୋଷା କୁକୁର । ପୋଷା କୁକୁର ଓ ବାଘ ମଧ୍ୟରେ ହେଲା ଲଢେଇ । ଶେଷରେ ହାର୍ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଆବୁ ପର୍ବତରେ ନିକଟରେ ଥିବା ଏକ ଘରେ । ରାସ୍ତା କଡରେ ଥିବା ଏକ ଘର ଭିତରକୁ ପଶିଆସିଥିଲା ବାଘ । ପରେ କୁକୁର ଓ ବାଘଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା ।
ସିସିଟିଭିରେ ଦେଖିବାକୁ ମିଳୁଛି ଯେ, ଘର ବାହାରେ ଥିବା ଗାର୍ଡ଼େନ୍ରେ କଳା ରଙ୍ଗର ପୋଷା କୁକୁର ବୁଲୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଘର ଭିତର ଗାର୍ଡ଼େନକୁ ମାଡ଼ି ଆସୁଛି ବାଘ । ଯାହାପରେ ବାଘ-କୁକୁର ମଧ୍ୟରେ ଭୟଙ୍କର ଭାବରେ ଲଢେଇ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି । ଆଉ କିଛି ସମୟ ପରେ ବାଘଟି କୁକୁରକୁ ଛାଡ଼ି ପଳାଇ ଯାଇଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: Viral Video: ମଦ୍ୟପଙ୍କ ରିଲ୍ସ ନିଶା; ଭଡ଼ାରେ ଆଣି ରେଲୱେ ଟ୍ରାକ୍ରେ ଚଲାଇଲେ Thar
ନିକଟରେ ସମାନ ଭଳି ଘଟଣା ଦେଖିବାକୁ ମିଳିଥିଲା ଉତ୍ତରାଖଣ୍ତର ନୈନିତାଲ ନିକଟରେ ଥିବା ଏକ ଘରେ । ରାସ୍ତା କଡରେ ଥିବା ଏକ ଘର ଭିତରକୁ ପଶିଆସିଥିଲା ବାଘ । ପରେ କୁକୁର ଓ ବାଘଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଚିତାବାଘଟି ଚୁପଚାପ୍ ଘରେ ଭିତରେ ପଶୁଛି । ପରେ ଘରେ ଥିବା ପୋଷା କୁକୁରଙ୍କ ଉପରେ ଆକ୍ରମଣ କରୁଛି । ପ୍ରତିବଦଳରେ ତିନିଟି କୁକୁର ମଧ୍ୟ ତାକୁ ଆକ୍ରମଣ କରୁଛନ୍ତି । ଶେଷରେ ବାଘଟି ପଳାଉଥିବାର ଦେଖିବାକୁ ମିଳୁଛି ।
ତେବେ ଏହି ଘଟଣାଟି ଉତ୍ତରାଖଣ୍ତର ନୈନିତାଲର କୈଳାଶ କୁମାରଙ୍କ ଘରେ ଘଟିଥିଲା । କୈଳାଶ କୁମାରଙ୍କ ପରିବାର ନୈନିତାଲର ତାଲିଟାଲର ଧୋବିଘାଟ ଅଞ୍ଚଳରେ ରୁହନ୍ତି । ସେ ତାଙ୍କ ଘରେ ତିନୋଟି ପୋଷା କୁକୁର ରଖିଛନ୍ତି । ରାତି ପ୍ରାୟ ୧୧ ଟା ସମୟରେ ତାଙ୍କ କୁକୁରମାନେ ଜୋରରେ ଭୁକିବା ଆରମ୍ଭ କରିଥିଲେ । ଯାହାପରେ ସେ ଦେଖିଥିଲେ ଘର ଭିତରେ ବାଘ ପଶିଛି । କୁକୁର ବାଘଙ୍କ ମଧ୍ୟରେ କିଛି ସମୟ ଲଢେଇ ଦେଖିବାକୁ ମିଳିଥିଲା । ଶେଷରେ ୩ଟି କୁକୁରଙ୍କ ଆଗରେ ହାର୍ ମାନିଥିଲା ବାଘ । ତେବେ ଏହି ଘଟଣାରେ ଗୋଟିଏ କୁକୁର ଆହତ ହୋଇଥିବା ନେଇ ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731749568.jpg)