/odishatv-khabar/media/post_attachments/uploadimage/library/16_9/16_9_0/reels_1731562924.jpg)
reels
ଆଜିକାଲି ରିଲ୍ସ ଏକ ନିଶା ପାଲଟିଯାଇଛି। ରିଲ୍ପ ପାଇଁ ଯୁବପିଢି ସବୁ କିଛି କରିବାକୁ ପ୍ରସ୍ତୁତ। ଅନେକ ସମୟରେ ବିପଦପୂର୍ଣ୍ଣ ରିଲ୍ସ କରିବା ବେଳେ ଦୁର୍ଘଟଣାରେ ଅନେକକଙ୍କ ଜୀବନ ମଧ୍ୟ ଯାଇଛି। ଏହାପରେ ବି ରିଲ୍ସ ନିଶା ସମସ୍ତଙ୍କୁ କବଳିତ କରିଛି। ବେଳେବେଳେ କିଛି ଲୋକ ମଦ୍ୟପାନ କରି ବେପରୁଆ ଭାବରେ ଗାଡି ଚଳାଉଥିବା ଆପଣ ଦେଖିଥିବେ। ହେଲେ ଆପଣ କେବେ ରେଲୱେ ଟ୍ରାକରେ କାର ଚାଲିବାର ଦେଖିଛନ୍ତି କି? ଜଣେ ମଦ୍ୟପ ନିଶାରେ ଏସୟୁଭି (Mahindra Thar)କୁ ରେଲୱେ ଟ୍ରାକ୍ରେ ଚଲାଇଛନ୍ତି। ତାହା ପୁଣି ରିଲ୍ପ ପାଇଁ।
ସୋମବାର ସନ୍ଧ୍ୟାରେ ଜୟପୁରରେ ଏକ ଅଦ୍ଭୁତ ଘଟଣା ଘଟିଛି। ଜଣେ ମଦ୍ୟପ ମଦ ନିଶାରେ ଚୁର୍ ହୋଇ କଳା ରଙ୍ଗର ଏସୟୁଭି (Mahindra Thar)କୁ ରେଳ ଧାରଣା ଉପରେ ଚଳାଇ ରିଲ୍ସ କରୁଥିଲେ। ଆଉ ଏତିକି ବେଳେ ରେଲୱେ ଟ୍ରାକରେ ଫସି ଯାଇଥିଲା କାର୍। ସାମ୍ନା ପଟୁ ମଧ୍ୟ ଗୋଟିଏ ମାଲ ବୋଝେଇ ଟ୍ରେନ ସମାନ ଟ୍ରାକରେ ଆସୁଥିଲା। ଯାହା ଦେଖି ମଦ୍ୟପଙ୍କ ନିଶା ଉତୁରି ଯାଇଥିଲା। କଣ କରିବେ ଭାବି ପାରି ନଥିଲେ। ଯେତେ ଚେଷ୍ଟା କରିଥିଲେ ବି ଟ୍ରେନ ଆସିବା ପୂର୍ବରୁ ସେଠାରୁ ମୁକୁଳି ପାରି ନଥିଲେ।
ଅଧିକ ପଢ଼ନ୍ତୁ: VIRAL VIDEO: ନାତିର ଅନ୍ତିମ ସଂସ୍କାର ବେଳେ ନାଚିଲେ ଜେଜେ, ପ୍ରକୃତ କାରଣ ଆପଣଙ୍କୁ କନ୍ଦାଇବ...
କିନ୍ତୁ ମାଲ ଗାଡ଼ି ଟ୍ରେନର ଲୋକପାଇଲଟ ଏହାକୁ ଦେଖି ପାରିଥିଲେ। ତେଣୁ ସେ ଗାଡ଼ିର ବ୍ରେକ ଲଗାଇ ଦେଇଥିଲେ। ଟ୍ରେନଟି ଟ୍ରାକରେ ଅଟକି ରହିଲା । ନିକଟରେ ଥିବା ଲୋକମାନେ ଏନେଇ ରେଳ ସୁରକ୍ଷା ବଳକୁ (RPF)କୁ ସୂଚନା ଦେଇଥିଲେ। ସଙ୍ଗେସଙ୍ଗେ କନକପୁରା ପୋଷ୍ଟର ରେଳ ସୁରକ୍ଷା ବଳର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି କଳା ରଙ୍ଗର ବିଳାସପୂର୍ଣ୍ଣ କାରରେ ତିନିରୁ ଚାରି ଜଣ ଯୁବକ ଥିଲେ ଯେଉଁମାନେ ମଦ୍ୟପାନ କରିଥିଲେ । ଲୋକଙ୍କ ଭିଡ଼, ଟ୍ରେନ୍ ଏବଂ ଆରପିଏଫ୍ ଅଧିକାରୀଙ୍କୁ ଦେଖିବା ପରେ ସେମାନେ କାରରୁ ଓହ୍ଲାଇ ପଳାଇ ଯାଇଥିଲେ।
अब अगर हाथ में #SUV की चाबी हो तो क्या कार को रेल ट्रैक पर चढ़ा देना चाहिए? क्या हो गया हैं देश के युवाओं को #Jaipurpic.twitter.com/ckprBlzhs4
— Bhagirath (@basnetbhagirath) November 12, 2024
ହେଲେ ଗାଡ଼ି ଡ୍ରାଇଭର ସିଟ୍ ଉପରେ ବସି ରହିଥିଲେ । ନିଶାରେ ଥିବାରୁ ସେ ହଠାତ୍ ଜାଣିପାରିଲେ ନାହିଁ କ’ଣ କରିବେ। ଏହାପରେ ସେ ପଛ ଗିଅରରେ ଗାଡ଼ି ଚଲାଇଥିଲେ। କାରଟି ହଠାତ୍ ଟ୍ରାକ୍ ଉପରେ ଯାଇ ତଳକୁ ଗଡିଗଲା । ପରେ ଡ୍ରାଇଭର କାର ନେଇ ଛୁ ମାରିଲେ। ପ୍ରାୟ ଅଧ ଘଣ୍ଟା ପରେ ଘଟଣାସ୍ଥଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ କାରଟିକୁ ଠାବ କରାଯାଇଥିଲା। କାରକୁ ଆରପିଏଫ ଅଧିକାରୀମାନେ ଜବତ କରିଛନ୍ତି। ଏହି ସମୟର ଭିଡିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି।
କାର୍ର ପଞ୍ଜୀକରଣ ନମ୍ବରରୁ ଜଣାପଡିଛି ଯେ କାରଟି ଗୋଟିଏ କମ୍ପାନୀର । ବିଳାସପୂର୍ଣ୍ଣ ଯାନଗୁଡିକ କମ୍ପାନୀ ଦ୍ୱାରା ଭଡ଼ାରେ ଦିଆଯାଏ । କମ୍ପାନୀ ସହ ଯୋଗାଯୋଗ କରି ଏହି କାରକୁ ଭଡ଼ାରେ ନେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ତେବେ ଲୋକୋ ପାଇଲଟଙ୍କ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଛି। ଟ୍ରାକ୍ରେ ଟ୍ରେନ୍ କିଛି ସମୟ ଅଟକି ରହିଥିବାରୁ ଅନ୍ୟ ଟ୍ରେନ୍ ମଧ୍ୟ ବିଳମ୍ୱ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)