/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748011186.jpg)
ଓଡ଼ିଶାକୁ କିଏ ପୂରାଇଛି ବାଂଲାଦେଶୀ ?
ବାଲାଂଦେଶୀଙ୍କ ସପକ୍ଷରେ ବୟାନ ଦେଇ ଭୁବନେଶ୍ୱର ମେୟର ନିଜେ କଳା ପତାକା ଦେଖିଲେ ଦଳକୁ ମଧ୍ୟ ଅଡୁଆରେ ପକାଇଲେ । ଆଉ ଆଜି ବିଜେଡର ବାଲାଂଦେଶୀ ଲିଙ୍କ୍ ନେଇ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ । ଜୟନାରାୟଣ ମିଶ୍ର କହିଛନ୍ତି ଭୋଟବ୍ୟାଙ୍କ୍ ସଜାଇ ଓଡ଼ିଶାରେ ବାଲାଂଦେଶୀକୁ ପ୍ରଶ୍ରୟ ଦେଇଥିଲା ବିଜେଡି । ମମତା ସରକାର ଦେଇଥିଲେ ଆଧାରକାର୍ଡ଼, ନବୀନ ସରକାର ଦେଉଥିଲେ ଆଶ୍ରୟ। ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ବିଜେପି ସଂଖ୍ୟା ଲଘୁ ବିରୋଧୀ ।
ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ 'ଲିଗାସୀ' ଗୋଟି, କାହା ପଲା ଭାରି
ରାଜ୍ୟ ରାଜନୀତିରେ ବାଲାଂଦେଶୀ ବିବାଦ । ଓଡ଼ିଶାରେ ବାଲାଂଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ? ବରିଷ୍ଠ ବିଜେପି ନେତା ଜୟନାରାୟଣଙ୍କ ସାଂଘାତିକ ବୟାନ- Vote bank ପାଇଁ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଇଥିଲା ବିଜେଡି। ସେମାନଙ୍କର ଆଧାର କାର୍ଡ ବନେଇ ରାଜ୍ୟରେ ଥଇଥାନ କରିଛି ଶଙ୍ଖଦଳ । ପଶ୍ଚିମବଙ୍ଗ ସରକାର ସମର୍ଥନରେ ବାଂଲାଦେଶୀ ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ୍ କାର୍ଡ଼ ପାଉଥିଲେ । ବିଜେଡି ପ୍ରଶ୍ରୟରେ ଓଡ଼ିଶାରେ ଅନୁପ୍ରବେଶ କରୁଥିଲେ । ତେଣୁ ସେମାନଙ୍କୁ ଜଲଦି ବାହାର କରିବାକୁ ରାଜ୍ୟ ସରକାରଙ୍କ ପାଖେ ଦାବି କରିଛନ୍ତି ଜୟ ନାରାୟଣ ।
ତେବେ ଜବାବରେ ପାଲଟା ହମଲା କରିଛି ବିଜେଡି । ବିଧାୟକ ବିଧାୟକ ଗଣେଶ୍ବର ବେହେରା ବିଜେପି ସରକାର ସଂଖ୍ୟା ଲଘୁଙ୍କ ପ୍ରତି ଉଦାସୀନ ଥିବାର ଅଭିଯୋଗ ଆଣି ମାନବୀୟ ବିଚାରରେ ବାଙ୍ଗଲାଦେଶୀ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ସେହିପରି ବିଜେପିର ଭୋଟବ୍ୟାଙ୍କ ଅଭିଯୋଗକୁ ବି ହାସ୍ୟାସ୍ପଦ ବୋଲି କହିଛନ୍ତି ଗଣେଶ୍ବର ।
ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଗ୍ରାଉଣ୍ଡରେ ବି ଆରମ୍ଭ ହୋଇଛି ଆକ୍ସନ । ବାଲେଶ୍ବର ଜିଲ୍ଲା ବଳରାମ ଗଡି, ମିର୍ଜାପୁର ଅଂଚଳ । ଏଠି ବର୍ଷ ବର୍ଷ ଧରି ରହି ଆସୁଛନ୍ତି ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ। ରାଜ୍ୟର ରାସନ କାର୍ଡ, ଭତ୍ତା, ଆବାସ ଘର ଭଳି ଯୋଜନରେ ବି ସାମିଲ ହୋଇଛନ୍ତି । କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ମିଳିତ ସର୍ଭେ ପରେ ଅନୁପ୍ରବେଶକାରୀଙ୍କ ଟେନସନ ବଢିଛି । ପରିଚୟ କାଗଜପତ୍ର ଯାଞ୍ଚ ସହ ଭାଷା ଚାଲି ଚଳଣିକୁ ବି ଅନୁଧ୍ୟାନ କରାଯାଉଛି। ପୁରୁଣା ରେକର୍ଡ ବି ଦେଖି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ବାଲେଶ୍ବର ଏଡିଏମ୍ ।
ଗତକାଲି ବାଂଲାଦେଶୀ ସପକ୍ଷରେ ବୟାନ ପାଇଁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ ବିଜେଡି ମେୟର ସୁଲୋଚନା ଦାସ। ଆଜି ଜୟନାରାୟଣଙ୍କ ଏହି ସଙ୍ଘାତିକ ଅଭିଯୋଗ ବିଜେଡିକୁ କାଠଗଡାରେ ଛିଡା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)